Advertisment

ସପ୍ତାହରେ ଦୁଇ ଦିନ ଶଟ୍‌ଡାଉନ୍ ହେବ ରାଉରକେଲା ସହର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୪ରେ ପହଞ୍ଚିଛି। ରାଉରକେଲା ସହରରେ ବି ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।  ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ରୋକିବାକୁ ରାଉରକେଲା ସହରକୁ ସପ୍ତାହରେ ୨ ଦିନ ଶଟ୍‌ଡାଉନ୍‌ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଘୋଷଣା କରିଛନ୍ତି। ଏହି ଶଟ୍‌ଡାଉନ୍‌ ସପ୍ତାହର ଶେଷଦିନ ଅର୍ଥାତ ଶନିବାର ଏବଂ ରବିବାର ହେବ। ଏହା ଜୁଲାଇ ୧୧ରୁ ଆରମ୍ଭ ହୋଇ ୩୧ ଜୁଲାଇ ପର୍ଯ୍ୟନ୍ତ […]

author-image
Jyoshna Pradhan
ସପ୍ତାହରେ ଦୁଇ ଦିନ ଶଟ୍‌ଡାଉନ୍ ହେବ ରାଉରକେଲା ସହର

rkl

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୪ରେ ପହଞ୍ଚିଛି। ରାଉରକେଲା ସହରରେ ବି ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।  ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ରୋକିବାକୁ ରାଉରକେଲା ସହରକୁ ସପ୍ତାହରେ ୨ ଦିନ ଶଟ୍‌ଡାଉନ୍‌ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଘୋଷଣା କରିଛନ୍ତି। ଏହି ଶଟ୍‌ଡାଉନ୍‌ ସପ୍ତାହର ଶେଷଦିନ ଅର୍ଥାତ ଶନିବାର ଏବଂ ରବିବାର ହେବ। ଏହା ଜୁଲାଇ ୧୧ରୁ ଆରମ୍ଭ ହୋଇ ୩୧ ଜୁଲାଇ ପର୍ଯ୍ୟନ୍ତ ଚାଲିବ।

Advertisment

ରାଉରକେଲା ସହର ସହ କଳୁଙ୍ଗା ଶିଳ୍ପାଞ୍ଚଳ ଲାଗି ମଧ୍ୟ ଶଟ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ତେବେ ଏହି ଶଟ୍‌ଡାଉନ୍‌ ସମୟରେ ଔଷଧ ଦୋକାନ , ମେଡିକାଲ ସେବା ଆଦି ଜାରି ରହିବ। ଗ୍ରସରୀ ଏବଂ କ୍ଷୀର  କାଉଣ୍ଟର ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

Shut Down