Advertisment

ଯାହାକୁ ନକଲି ଭାବୁଥିଲେ, ସେ ବାହାରିଲେ ଅସଲି RAW ଅଧିକାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାହାକୁ ନକଲି RAW ଅଧିକାରୀ ଭାବୁଥିଲେ, ବାସ୍ତବରେ ସେ ଜଣେ ଅସଲି RAW ଅଧିକାରୀ। ଆଉ ଏହି RAW ଅଧିକାରୀ ଜଣେ ବ୍ୟବସାୟୀଙ୍କ ଠାରୁ ୧.୧୭ କୋଟି ଟଙ୍କାର ଠକେଇ କରିଛନ୍ତି। ଘଟଣା ଜାଣିବା ପରେ କ୍ରାଇମବ୍ରାଞ୍ଜର EOW ଉକ୍ତ RAW ଅଧିକାରୀଙ୍କୁ ଗିରଫ କରିଛି। ତାଙ୍କ ବ୍ୟତୀତ ଆଉ ଦୁଇ ଜଣଙ୍କୁ ମଧ୍ୟ ପୂର୍ବରୁ ଗିରଫ କରାଯାଇଛି। ଗିରଫ RAW ଅଧିକାରୀ ଜଣକ ହେଉଛନ୍ତି ରାଜେଶ ଗେହଲଟ୍। ଆଉ ଦୁଇ ଗିରଫ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଯାହାକୁ ନକଲି ଭାବୁଥିଲେ, ସେ ବାହାରିଲେ ଅସଲି RAW ଅଧିକାରୀ

raw-ofvficer

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାହାକୁ ନକଲି RAW ଅଧିକାରୀ ଭାବୁଥିଲେ, ବାସ୍ତବରେ ସେ ଜଣେ ଅସଲି RAW ଅଧିକାରୀ। ଆଉ ଏହି RAW ଅଧିକାରୀ ଜଣେ ବ୍ୟବସାୟୀଙ୍କ ଠାରୁ ୧.୧୭ କୋଟି ଟଙ୍କାର ଠକେଇ କରିଛନ୍ତି। ଘଟଣା ଜାଣିବା ପରେ କ୍ରାଇମବ୍ରାଞ୍ଜର EOW ଉକ୍ତ RAW ଅଧିକାରୀଙ୍କୁ ଗିରଫ କରିଛି। ତାଙ୍କ ବ୍ୟତୀତ ଆଉ ଦୁଇ ଜଣଙ୍କୁ ମଧ୍ୟ ପୂର୍ବରୁ ଗିରଫ କରାଯାଇଛି।

Advertisment

ଗିରଫ RAW ଅଧିକାରୀ ଜଣକ ହେଉଛନ୍ତି ରାଜେଶ ଗେହଲଟ୍। ଆଉ ଦୁଇ ଗିରଫ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର। ସେମାନେ  ୮୦ କୋଟି ଟଙ୍କାର ୱାର୍କ ଅର୍ଡର ଦେବାକୁ କହି ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଠାରୁ ୧.୧୭ କୋଟି ଟଙ୍କା ଠକିଥିଲେ। କେଇ ବେଳେ ସେମାନେ ନିଜକୁ IAS, ଯନ୍ତ୍ରୀ ଓ RAW ଅଧିକାରୀ କହିଥିଲେ।

ସନ୍ଦେହ ହେବାରୁ ଉକ୍ତ ବ୍ୟବସାୟୀ ଜଣକ ଏ ନେଇ କ୍ରାଇମବ୍ରାଞ୍ଚର EOWରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ବେଳେ କ୍ରାଇମବ୍ରାଞ୍ଚ ମନରେ ସନ୍ଦେହ ଥିଲା ଯେ ସେ ସତରେ ଜଣେ RAW ଅଧିକାରୀ ନା ନାହିଁ। କିନ୍ତୁ ପରେ ଖୋଳତାଡ଼ରୁ ଜଣାପଡ଼ିଲା ଯେ ସେ ଅସଲରେ ଜଣେ RAW ଅଧିକାରୀ।

Advertisment

ଗତ ୧୮ ତାରିଖରେ RAW ଅଧିକାରୀ ରାଜେଶଙ୍କୁ କ୍ରାଇମବ୍ରାଞ୍ଚର EOW ଦ୍ୱାରକାରୁ ଗିରଫ କରିଥିଲା। ସେହିଦିନ ହିଁ ତାଙ୍କୁ ପ୍ରଥମେ ଦ୍ୱାରକାର ଏକ ମେଟ୍ରୋପଲିଟାନ୍ କୋର୍ଟରେ ହାଜର କରାଯାଇଥିଲା। ସେହି କୋର୍ଟ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନଆଣି ତାଙ୍କୁ ଟ୍ରାଞ୍ଜିଟ୍ ବେଲ୍ ମଞ୍ଜୁର କରିଥିଲେ। ଅର୍ଥାତ ୫ ଦିନ ଭିତରେ ବା ୨୪ ତାରିଖ ସୁଦ୍ଧା ସେ ନିଜେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ହେବେ। ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ RAW ଅଧିକାରୀ ହୋଇକି ଏତେ ବଡ଼ ଠକେଇ କେମିତି କଲେ। ଏହି ଠକେଇରେ ଆଉ କିଏ କିଏ ସାମିଲ୍ ଅଛନ୍ତି, ତା’ର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ।