ଶ୍ରୀମନ୍ଦିର ବଜେଟ୍ ପରିମାଣ ୧୯୦.୨୬ କୋଟି ଟଙ୍କା

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଜି ଗୃହୀତ ହୋଇଛି ଚଳିତ ଆର୍ଥିକ ବର୍ଷର ବଜେଟ। କୋଭିଡ୍‌ କଟକଣା ଯୋଗୁ ପୂର୍ବରୁ ବିଳମ୍ବିତ ହୋଇଥିବା ବଜେଟ ଆଜି ୧୯୦.୨୬ କୋଟିର ବଳକା ବଜେଟ ଭାବେ ଗୃହୀତ ହୋଇଛି। ଖଣିରୁ ୧୫ କୋଟି, ଜମା ସୁଧରୁ ୩୭ କୋଟି, ହୁଣ୍ଡିରୁ ୬ କୋଟି ଟଙ୍କା ଓ ରାଜ୍ୟ ସରକାର ୪୨ କୋଟି ଟଙ୍କାର ସହାୟତା ଦେଇଥିବା ବଜେଟରେ ଉଲ୍ଲେଖ କରାଯାଇଛି। ରଥଯାତ୍ରାରେ ୧୨ କୋଟି ୭୨ ଲକ୍ଷ ଟଙ୍କା, […]

puri-2

puri-2

Manoranjan Sial
  • Published: Tuesday, 02 November 2021
  • Updated: 02 November 2021, 04:04 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଜି ଗୃହୀତ ହୋଇଛି ଚଳିତ ଆର୍ଥିକ ବର୍ଷର ବଜେଟ। କୋଭିଡ୍‌ କଟକଣା ଯୋଗୁ ପୂର୍ବରୁ ବିଳମ୍ବିତ ହୋଇଥିବା ବଜେଟ ଆଜି ୧୯୦.୨୬ କୋଟିର ବଳକା ବଜେଟ ଭାବେ ଗୃହୀତ ହୋଇଛି। ଖଣିରୁ ୧୫ କୋଟି, ଜମା ସୁଧରୁ ୩୭ କୋଟି, ହୁଣ୍ଡିରୁ ୬ କୋଟି ଟଙ୍କା ଓ ରାଜ୍ୟ ସରକାର ୪୨ କୋଟି ଟଙ୍କାର ସହାୟତା ଦେଇଥିବା ବଜେଟରେ ଉଲ୍ଲେଖ କରାଯାଇଛି।

ରଥଯାତ୍ରାରେ ୧୨ କୋଟି ୭୨ ଲକ୍ଷ ଟଙ୍କା, ପାଳିଆ ପୁରସ୍କାରରେ ୧୫ କୋଟି, ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ୨୧ କୋଟି ଟଙ୍କା ବିନିଯୋଗ କରାଯାଇଛି। ଆସନ୍ତାବର୍ଷ ଖଣିରୁ ପ୍ରାୟ ୭୦ କୋଟି ଟଙ୍କା ଆୟର ଲକ୍ଷ୍ୟ ରଖାଯାଇଛି। ତେବେ ଶ୍ରୀମନ୍ଦିର ଲାଗିଥିବା ଖଣ୍ତାଲାଇଟ୍‌ ପଥର ଆମଦାନୀ ପାଇଁ ଓଏମ୍‌ସି ସହିତ ବୁଝାମଣା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି।

ମୁଖ୍ୟ ପ୍ରଶାସକ ଆହୁରି ମଧ୍ୟ କହିଛନ୍ତି, ପୁରୀ ସହରର ଜମିଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ କରାଯାଇଛି। ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ସେହିପରି ସୂର୍ଯ୍ୟ ମନ୍ଦିର ଦ୍ୱାରର ହେବ ରୁପା ଛାଉଣୀ। ଜଣେ ଦାତାଙ୍କ ଦ୍ୱାରା ଏହି ରୁପା ଛାଉଣୀ କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀମାନଙ୍କ ପାଇଁ ଭିନ୍ନ ଭିନ୍ନ ଡ୍ରେସ କୋଡ୍‌ କରିବାକୁ ନିଷ୍ପତ୍ତି ହୋଇଛି। କେଉଁ ଭଳି ଡ୍ରେସ୍‌ କୋଡ୍‌ ଲାଗୁ ହେବ ସେ ନେଇ ବିଚାର ବିମର୍ଶ କରାଯାଉଛି। ସେବାୟତଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଏକ ଘରୋଇ ହସ୍ପିଟାଲ ସହିତ ବୁଝାମଣା କରାଯିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି।

ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କନୱର ବିଶାଳ ସିଂଙ୍କ ସହ ପରିଚାଳନା କମିଟିର ସଦସ୍ୟମାନେ ଭାଗ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos