ଚାଷୀଙ୍କୁ ମିଳିଲା ‘କାଳିଆ’ ଟଙ୍କା: ୮ମାସରେ ବଢ଼ିଛନ୍ତି ୨ଲକ୍ଷ ଚାଷୀ, ଝାରସୁଗୁଡ଼ା ବାଦ୍ ପଡ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅକ୍ଷୟ ତୃତୀୟା ଅବସରରେ ‘କାଳିଆ’ ଯୋଜନାରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ୨ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ପ୍ରାୟ ୪୦ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୦୪କୋଟି ଟଙ୍କା ସହାୟତା ଯାଇଛି ଓ ଝାରସୁଗୁଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସବୁ ଜିଲ୍ଲାର ଚାଷୀଙ୍କୁ ଏହି କାଳିଆ ସହାୟତା ଦିଆଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ମାତ୍ର ନୂଆଖାଇରେ କାଳିଆ ଯୋଜନାରେ ୨ହଜାର ଟଙ୍କା ସହାୟତା […]

kaliaa

kaliaa

Niranjan Mishra
  • Published: Tuesday, 03 May 2022
  • Updated: 04 May 2022, 11:56 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅକ୍ଷୟ ତୃତୀୟା ଅବସରରେ ‘କାଳିଆ’ ଯୋଜନାରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ୨ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ପ୍ରାୟ ୪୦ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୦୪କୋଟି ଟଙ୍କା ସହାୟତା ଯାଇଛି ଓ ଝାରସୁଗୁଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସବୁ ଜିଲ୍ଲାର ଚାଷୀଙ୍କୁ ଏହି କାଳିଆ ସହାୟତା ଦିଆଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ମାତ୍ର ନୂଆଖାଇରେ କାଳିଆ ଯୋଜନାରେ ୨ହଜାର ଟଙ୍କା ସହାୟତା ପାଇଥିବା ଚାଷୀଙ୍କ ତୁଳନାରେ ଅକ୍ଷୟ ତୃତୀୟାରେ ପ୍ରାୟ ୨ଲକ୍ଷ ଅଧିକ ଚାଷୀଙ୍କୁ ସହାୟତା ଦିଆଯାଇଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଅକ୍ଷୟ ତୃତୀୟ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୨ହଜାର ଟଙ୍କା ଲେଖାଏଁ ‘କାଳିଆ’ ସହାୟତା ପ୍ରଦାନ କରିଛନ୍ତି । ଏଥିପାଇଁ ୮୦୦କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଚାଷୀମାନେ ଏହି ଟଙ୍କାକୁ ଚାଷ କାମରେ ଲଗାଇ କୃଷିରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାକୁ ବାଦ୍ ଦେଲେ ରାଜ୍ୟର ପ୍ରାୟ ୪୦ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚାଷୀମାନେ ହେଉଛନ୍ତି ଅର୍ଥନୀତିର ମୁଖ୍ୟ ଆଧାର । କୃଷକମାନେ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶର ଖାଦ୍ୟ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ଓ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ କୃଷି ବିଭାଗର ତଥ୍ୟ ଅନୁସାରେ, କାଳିଆ ଯୋଜନାରେ ରାଜ୍ୟ ସରକାର ନୂଆଖାଇ ବା ୨୦୨୧ ସେପ୍ଟେମ୍ବର ୧ ତାରିଖରେ ୩୭.୧୨ଲକ୍ଷ ଚାଷୀଙ୍କୁ ୨ହଜାର ଟଙ୍କା ଲେଖାଏଁ ଓ ପରେ ପୁରୀର ୧.୬୫ଲକ୍ଷ ଚାଷୀଙ୍କୁ ୨ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଥିଲେ । ନୂଆଖାଇରେ ମୋଟ ୩୮.୭୭ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ଦେଇଥିବା ରାଜ୍ୟ ସରକାର ଏବେ ଅକ୍ଷୟ ତୃତୀୟାରେ ୪୦.୨୦ଲକ୍ଷ ଚାଷୀଙ୍କୁ ସହାୟତା ଦେଇଛନ୍ତି । ନିର୍ବାଚନ ଆଚରଣବିଧି ଲାଗୁ ଯୋଗୁ ଝାରସୁଗୁଡ଼ା ଜିଲ୍ଲାର ପ୍ରାୟ ୫୦ହଜାର ଚାଷୀ ଏହି ସହାୟତା ପାଇପାରିନାହାନ୍ତି । ତେଣୁ ନୂଆଖାଇରୁ ଅକ୍ଷୟ ତୃତୀୟା ମଧ୍ୟରେ ‘କାଳିଆ’ ଯୋଜନାରେ ହିତାଧିକାରୀ ଚାଷୀଙ୍କ ସଂଖ୍ୟାରେ ପ୍ରାୟ ୨ଲକ୍ଷ ବୃଦ୍ଧି ପାଇଥିବା ଆକଳନ କରାଯାଉଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିରେ ପଣସ ମିଶନ, ରିୱାର୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ, ମିଲେଟ୍ ମିଶନର ସମ୍ପ୍ରସାରଣ ଓ ଏସପିପିଆଇଏଫ ସମନ୍ୱିତ କୃଷି କାର୍ଯ୍ୟକ୍ରମର ସମ୍ପ୍ରସାରଣ ଆଦି ବାବଦରେ ମୋଟ ୩୬୪୪କୋଟି ଟଙ୍କା ବିନିଯୋଗ ହେବ । ପଣସ ମିଶନରେ ୯ଟି ଜିଲ୍ଲାର ପଣସ ଚାଷୀଙ୍କୁ ୯୭କୋଟି ଟଙ୍କାର ପ୍ରୋତ୍ସାହନ, ରିୱାର୍ଡ ଯୋଜନାରେ ୫୦୦କୋଟି ଟଙ୍କା, ମିଲେଟ୍ ମିଶନରେ ୧୯ଟି ଜିଲ୍ଲାର ୧୮୨ଟି ବ୍ଲକର ଚାଷୀଙ୍କ ପାଇଁ ୨୮୦୮କୋଟି, ସମନ୍ୱିତ କୃଷି ପ୍ରୋତ୍ସାହନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୮ଟି ଜିଲ୍ଲାର ୧.୮ଲକ୍ଷ ଚାଷୀ ପରିବାରକୁ ସାମିଲ ପାଇଁ ୨୩୯କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ନୂଆ ‘କୃଷକ ଓଡ଼ିଶା’ ପୋର୍ଟାଲ ଓ ‘ଗୋ ସୁଗମ’ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ ଓ କୃଷି ବିଭାଗ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story