ଭୁବନେଶ୍ୱରରେ ଆରଏସ୍ଏସ୍ ମୁଖ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ଡ. ମୋହନରାଓ ଭାଗବତ। ସେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ତାଙ୍କର କେବଳ ସାଙ୍ଗଠନିକ ପ୍ରବାସ ବୋଲି ଆର୍‌ଏସ୍‌ଏସ୍‌ ପକ୍ଷରୁ କୁହାଯାଇଛି । ସାଂଗଠନ ଦୃଢୀକରଣ, ବିସ୍ତାର ଓ କାର୍ଯ୍ୟକର୍ତ୍ତା ନିର୍ମାଣ ଉପରେ ସେ ବିଶେଷ ଧ୍ୟାନ ଦେବେ। ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗଳା ଓ ଓଡ଼ିଶାର କ୍ଷେତ୍ର ବୈଠକ ହେଉଛି। ଏଥିରେ ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ଓ କ୍ଷେତ୍ରୀୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଛନ୍ତି। […]

RSS Vijay Dashmi function

Manoranjan Sial
  • Published: Saturday, 15 December 2018
  • , Updated: 15 December 2018, 05:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ଡ. ମୋହନରାଓ ଭାଗବତ। ସେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ତାଙ୍କର କେବଳ ସାଙ୍ଗଠନିକ ପ୍ରବାସ ବୋଲି ଆର୍‌ଏସ୍‌ଏସ୍‌ ପକ୍ଷରୁ କୁହାଯାଇଛି ।

ସାଂଗଠନ ଦୃଢୀକରଣ, ବିସ୍ତାର ଓ କାର୍ଯ୍ୟକର୍ତ୍ତା ନିର୍ମାଣ ଉପରେ ସେ ବିଶେଷ ଧ୍ୟାନ ଦେବେ। ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗଳା ଓ ଓଡ଼ିଶାର କ୍ଷେତ୍ର ବୈଠକ ହେଉଛି। ଏଥିରେ ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ଓ କ୍ଷେତ୍ରୀୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଛନ୍ତି। ଏହି ଅବସରରେ ଶ୍ରୀ ଭାଗବତଙ୍କର କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ବୋଲି ସଂଘର ପ୍ରାନ୍ତ ପ୍ରଚାର ପ୍ରମୁଖ ରବି ନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି।

Related story