/odisha-reporter/media/post_attachments/uploads/2020/12/RTI-protest-2.jpg)
RTI-protest-2
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୂଚନା ଅଧିକାରକର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି RTI କର୍ମୀ। ସେମାନେ ନବୀନ ନିବାସ ଘେରାଉ ଉଦ୍ୟମ କରିବା ସହ ଜୋରଦାର ପ୍ରତିବାଦ କରିଛନ୍ତି। ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ନବୀନ ନିବାସ ଘେରାଉ କରିବାକୁ ଯିବାବେଳେ ଶତାଧିକ ଆରଟିଆଇ କର୍ମୀଙ୍କୁ ପୁଲିସ ଅଟକାଇଛି । ଏହି ସମୟରେ ଆନ୍ଦୋଳନକାରୀ ଏବଂ ପୁଲିସ ମୁହାଁମୁହିଁ ହୋଇଛନ୍ତି ।
ଶତାଧିକ RTI କର୍ମୀ ନବୀନ ନିବାସ ଅଭିମୁଖେ ବାହାରିଥିଲେ। RTI କର୍ମୀମାନେ ବ୍ୟାରିକେଡ ଭାଙ୍ଗିବା ପାଇଁ ଉଦ୍ୟମ କରୁ ଥିବାବେଳେ ପୁଲିସ ଅଟକାଇଥିଲା ପରେ ପୁଲିସ ଓ RTI କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।
ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରରୋଚନାରେ ପୋଲିସ କେନ୍ଦ୍ରାପଡ଼ା ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେଇଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ । ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ବହିଷ୍କାର କରିବା ପାଇଁ ସେମାନେ ଦାବି କରିଛନ୍ତି । ସପଟେ ଏ ପ୍ରସଙ୍ଗରେ ବିଧାୟକ ଅତନୁ ସବ୍ୟସାଚୀଙ୍କ ପ୍ରତିକ୍ରିୟା ମିଳିପାରିନି।
ଅଧିକ ପଢ଼ନ୍ତୁ : କରୋନାର ହଟସ୍ପଟ ପାଲଟିଛି ଆଇଆଇଟି ମାଡ୍ରାସ, ଲ୍ୟାବ୍ ସହ ଲାଇବ୍ରେରୀ ବନ୍ଦ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
