Advertisment

ଗାଡ଼ି କାଗଜପତ୍ର ଠିକ କରିବା ପାଇଁ ଛୁଟି ଦିନରେ ଖୋଲିବ ଅଫିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରେସନ, ଫିଟନେସ୍ ସାର୍ଟିଫିକେଟ, ପ୍ରଦୂଷଣ ସାର୍ଟିଫିକେଟ୍‌ ଆଦି ସମସ୍ତ କାମ ଛୁଟି ଦିନରେ ହୋଇପାରିବେ। ସେଥିପାଇଁ ସରକାରୀ ସ୍ତରରେ ସମସ୍ତ ସାହାଯ୍ୟ ଓ ସହଯୋଗ କରାଯିବ। ଏ ସମ୍ପର୍କିତ ସମସ୍ତ କାର୍ଯ୍ୟାଳୟ ଛୁଟି ଦିନରେ ଖୋଲା ରହିବ। ଏପରିକି ବିଭିନ୍ନ କ୍ୟାମ୍ପ କରି ଲୋକଙ୍କୁ କାଗଜପତ୍ର କାମରେ ସହଯୋଗ କରାଯିବ। ୩ ମାସ ମଧ୍ୟରେ ଜନସାଧାରଣ ନିଜ ଗାଡ଼ିର କାଗଜପତ୍ର ଠିକ କରାଇ ନେବାକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା […]

ଅଦ୍ୟତନ ହୋଇଛି
ଅନ୍‌ଲାଇନ୍‌ରେ ଲାଇସେନ୍ସ କରୁଛନ୍ତି କି? ସାବଧାନ! ମାତିଛନ୍ତି ଡିଜିଟାଲ୍‌ ଦଲାଲ୍‌

rto-office-will-open-in-hali-day-in-odisha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରେସନ, ଫିଟନେସ୍ ସାର୍ଟିଫିକେଟ, ପ୍ରଦୂଷଣ ସାର୍ଟିଫିକେଟ୍‌ ଆଦି ସମସ୍ତ କାମ ଛୁଟି ଦିନରେ ହୋଇପାରିବେ। ସେଥିପାଇଁ ସରକାରୀ ସ୍ତରରେ ସମସ୍ତ ସାହାଯ୍ୟ ଓ ସହଯୋଗ କରାଯିବ। ଏ ସମ୍ପର୍କିତ ସମସ୍ତ କାର୍ଯ୍ୟାଳୟ ଛୁଟି ଦିନରେ ଖୋଲା ରହିବ। ଏପରିକି ବିଭିନ୍ନ କ୍ୟାମ୍ପ କରି ଲୋକଙ୍କୁ କାଗଜପତ୍ର କାମରେ ସହଯୋଗ କରାଯିବ। ୩ ମାସ ମଧ୍ୟରେ ଜନସାଧାରଣ ନିଜ ଗାଡ଼ିର କାଗଜପତ୍ର ଠିକ କରାଇ ନେବାକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

Advertisment

ଆଦାୟ ହୋଇଥିବା ଜୋରିମାନା ଫେରାଯିବା ନେଇ ପ୍ରଶ୍ନକୁ ମନ୍ତ୍ରୀଙ୍କ ଅଗ୍ରାହ୍ୟ କରିଦେଇଛନ୍ତି। ଆଦାୟ ହୋଇଥିବା ଜୋରିମାନା ଟଙ୍କା ଫେରସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ନୂଆ ସଂଶୋଧିତ ମୋଟର ଯାନ୍‌ ଆଇନର କଡ଼ାକଡ଼ି କାର୍ଯ୍ୟକାରୀ କରାଯିବା ଓ ନିୟମ ଅନୁସାରେ ସବୁ କାଗଜପତ୍ର ଠିକ୍‌ ନଥିଲେ ଫାଇନ କରାଯିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସେଥିପାଇଁ କେତେକ ଲୋକ ଭୟରେ ଘରୁ ନିଜର ଗାଡ଼ି କାଢୁ ନାହାନ୍ତି। ବାଦ ବିବାଦ ପରେ ସରକାର ୩ ମାସ ନିୟମର କୋହଳ କରିବା ପରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏହି ସମୟ ଭିତରେ ଗାଡ଼ିର ସବୁ କାଗଜପତ୍ର ପ୍ରସ୍ତୁତ କରିବାରେ ତତ୍ପର ହୋଇ ପଡ଼ିଛନ୍ତି। ସେଥିପାଇଁ ଆର୍‌ଟିଓ ଅଫିସଗୁଡ଼ିକରେ ପ୍ରବଳ ଭିଡ଼ ଲାଗୁଛି। ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରେସନ, ଫିଟନେସ୍ ସାର୍ଟିଫିକେଟ, ପ୍ରଦୂଷଣ ସାର୍ଟିଫିକେଟ ଆଦି ପ୍ରସ୍ତୁତ କରୁଛନ୍ତି ଲୋକେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe