Advertisment

କୋରାପୁଟର କବିତା କ୍ୱିନ୍ ରୁଚିକା, ପ୍ରତିଭାକୁ ପ୍ରଶଂସା କଲେ ରାଜ୍ୟପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସବୁ ପିଲାଙ୍କ ଭଳି ତାଙ୍କର ମଧ୍ୟ ଏବେ ହସିବା ଖେଳିବା ଓ ପାଠ ପଢ଼ିବା ବୟସ। କରୋନାର କଟକଣା କାଳରେ ପାଠ ପଢ଼ା ସହ ସେ ଭାବନା ରାଇଜରେ ନିମଗ୍ନ ରହିଲେ । ଫଳରେ କାବ୍ୟ କବିତା ରଚନା କରିବା ତାଙ୍କ ନିତିଦିନିଆ ଅଭ୍ୟାସ ହୋଇଗଲା। ନା ମୋବାଇଲ୍ ନା ଟିଭି । ପାଠପଢ଼ା ପରେ ଅବସର ସମୟରେ ସେ ଶବ୍ଦ ଓ ଭାବ ସହ ଖେଳିବା ଆରମ୍ଭ କରିଦିଅନ୍ତି। କାଗଜ ଫର୍ଦ୍ଦରେ କବିତା […]

author-image
Niharika Rout
ଅଦ୍ୟତନ ହୋଇଛି
କୋରାପୁଟର କବିତା କ୍ୱିନ୍ ରୁଚିକା, ପ୍ରତିଭାକୁ ପ୍ରଶଂସା କଲେ ରାଜ୍ୟପାଳ

ruchika

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସବୁ ପିଲାଙ୍କ ଭଳି ତାଙ୍କର ମଧ୍ୟ ଏବେ ହସିବା ଖେଳିବା ଓ ପାଠ ପଢ଼ିବା ବୟସ। କରୋନାର କଟକଣା କାଳରେ ପାଠ ପଢ଼ା ସହ ସେ ଭାବନା ରାଇଜରେ ନିମଗ୍ନ ରହିଲେ । ଫଳରେ କାବ୍ୟ କବିତା ରଚନା କରିବା ତାଙ୍କ ନିତିଦିନିଆ ଅଭ୍ୟାସ ହୋଇଗଲା। ନା ମୋବାଇଲ୍ ନା ଟିଭି । ପାଠପଢ଼ା ପରେ ଅବସର ସମୟରେ ସେ ଶବ୍ଦ ଓ ଭାବ ସହ ଖେଳିବା ଆରମ୍ଭ କରିଦିଅନ୍ତି। କାଗଜ ଫର୍ଦ୍ଦରେ କବିତା ରୂପେ ନିଜ ମନର ଭାବନାକୁ ଉତାରି ଦିଅନ୍ତି । ଏପରି ଜଣେ ବଣ ମଲ୍ଲୀ ହେଉଛନ୍ତି  କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଝିଅ ରୁଚିକା ଦିବ୍ୟଦର୍ଶିନୀ। ସେ ଏବେ କୋରାପୁଟର କବିତା କ୍ୱିନ୍ ଭାବେ ବେଶ୍‌ ପରିଚିତ ।

Advertisment

ରୁଚିକା।ଙ୍କ ନିୟମିତ କବିତା ଲେଖାସବୁକୁ ଏକାଠି କରି ପ୍ରଥମେ ୨୦୨୧ରେ ପ୍ରକାଶ ପାଇଥିଲା  ‘ଦ ଏପିସେଣ୍ଟ୍ରିକ୍ ଲିରିକ୍’। ଆଉ ଦ୍ୱିତୀୟ ପୁସ୍ତକ ‘ଏ ବଡି ଅଫ୍ ରାଳ୍କୋଡି’ ସେପ୍ଟେମ୍ୱର ୨୦ ତାରିଖରେ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ୍ ମହୋଦୟଙ୍କ ଦ୍ୱାରା ରାଜଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି।

[caption id="attachment_768067" align="aligncenter" width="650"]ruchika ନିଜ କବିତା ସଙ୍କଳନ ପାଇଁ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ହେଉଛନ୍ତି ରୁଚିକା ।[/caption]

Advertisment

ରୁଚିକାଙ୍କ ପ୍ରତିଭା ଓ ତାଙ୍କ ସୃଷ୍ଟି ସମଗ୍ରକୁ ଉଚ୍ଚ ପ୍ରଶଂସା କରିବା ସହ ସାହିତ୍ୟ ଜଗତରେ କବିତା ସବୁଠୁ ଅଧିକ ଶକ୍ତିଶାଳୀ ଦିଗ ବୋଲି ରାଜ୍ୟପାଳ ଡ. ଗଣେଶୀ ଲାଲ୍ ପ୍ରକାଶ କରିଛନ୍ତି। ଖୁବ୍ କମ୍ ପ୍ରତିଭା ଏଭଳି କମ୍ ବୟସରେ ସୁବାସ ଚହଟାଇ ପାରନ୍ତି ବୋଲି ମଧ୍ୟ ସେ କହିଛନ୍ତି।

ସେହିପରି ପ୍ରକୃତି, ପ୍ରାଣୀ ଓ ସମ୍ପର୍କ-ଭାବ ଆଦିକୁ ନେଇ ଶବ୍ଦରେ ଗୁନ୍ଥିବାକୁ ସେ ଚେଷ୍ଟା କରିଆସୁଛନ୍ତି ବୋଲି ରୁଚିକା କହିଛନ୍ତି। ବାସ୍ତବରେ ଏତେ କମ୍ ବୟସରେ ରୁଚିକା ସୃଷ୍ଟି କରିଥିବା କବିତା ଶୁଣିଲେ ଯେ କେହି ବିମୁଗ୍ଧ ହୋଇଯିବ। ସମୟ ପାହାଚରେ ମଣିଷ କେମିତି ପାହାଚ ପରେ ପାହାଚ ଚଢ଼ି ଦୁଃଖସୁଖକୁ ସାମନା କରେ ତାହାର ଉତ୍ତର ହେଉଛି ରୁଚିକାଙ୍କ ‘ଏ ବଡି ଅଫ୍ ରାଳ୍କୋଡି’।

[caption id="attachment_768068" align="aligncenter" width="650"] କୋରାପୁଟର କବିତା କ୍ୱିନ୍ ରୁଚିକା ।[/caption]

ରୁଚିକାଙ୍କ ପ୍ରଥମ ପୁସ୍ତକ ୨୦୦ କବିତାକୁ ନେଇ ସମୃଦ୍ଧ ହୋଇଥିବାବେଳେ ଦ୍ୱିତୀୟ ପୁସ୍ତକରେ ୨୦୫ଟି କବିତା ସନ୍ନିବେଶିତ ହୋଇଛି। ତାଙ୍କର ଉଭୟ ପୁସ୍ତକକୁ ଦିଲ୍ଲୀର ନାମ୍ୟା ପବ୍ଲିଶର୍ ପ୍ରକାଶ କରିଛନ୍ତି ଏବଂ ବହି ଆମାଜନ୍‌ରେ ଉପଲବ୍ଧ ଅଛି।

ସୂଚନା ଥାଉକି, ରୁଚିକା ସମ୍ପ୍ରତି ରାଜଧାନୀରେ ନିଟ୍ (ମେଡିକାଲ୍) ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ରାଜ୍ୟପାଳଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚନ ଅବସରରେ ତାଙ୍କ ମାମୁ ଓ ମାଇଁ ଉପସ୍ଥିତ ଥିଲେ।