Advertisment

Ruckus in Assembly : ଧାନ ତାତି,ବିରୋଧୀଙ୍କ ହଟ୍ଟଗୋଳ, ଗୃହ ଅଚଳ, ଇନପୁଟ୍ ସହାୟତା ହ୍ରାସକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ଗୃହରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ସମ୍ପୂର୍ଣ୍ଣ ଧୋଇଯାଇଥିବାବେଳେ ୩ଟି ପର୍ଯ୍ୟାୟରେ ମାତ୍ର ୭ମନିଟ୍ ଚାଲିବା ସମ୍ଭବପର ହୋଇପାରିଛି । ବିରୋଧୀ ସଦସ୍ୟମାନେ ହାତରେ ପ୍ଲାକାର୍ଡ ଓ ଫ୍ଲେକ୍ସ ଧରି ପ୍ରତିବାଦ କରିଥିଲେ ।

Assembly-18-02

ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗରେ ପ୍ରତିବାଦ କରୁଛନ୍ତି ।

Advertisment

ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଧାନ ତାତି ଯୋଗୁ ଗୃହ ଚାଳିପାରିନାହିଁ । ଧାନର ଅଭାବୀ ବିକ୍ରି ଓ ଧାନମଣ୍ଡିରେ ସମସ୍ୟାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହରେ ଅଚଳାବସ୍ଥା ଲାଗି ରହିଛିି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ମୁଲତବୀ କରିଥିଲେ । ଗୃହରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ସମ୍ପୂର୍ଣ୍ଣ ଧୋଇଯାଇଥିବାବେଳେ ଗୃହ ୩ଟି ପର୍ଯ୍ୟାୟରେ ମାତ୍ର ୭ମନିଟ୍ ଚାଲିବା ସମ୍ଭବପର ହୋଇପାରିଛି । ବିରୋଧୀ ସଦସ୍ୟମାନେ ହାତରେ ପ୍ଲାକାର୍ଡ ଓ ଫ୍ଲେକ୍ସ ଧରି ପ୍ରତିବାଦ କରିବା ସହ ବିଜେଡି ସଦସ୍ୟମାନେ ଧାନକୁ ହାତରେ ଟେକି ନିଜର ବିରୋଧ ପ୍ରଦର୍ଶନ କରିଥିଲେ । ଗୃହ ବାହାରେ ଧାନ ବିକ୍ରିରେ ଇନପୁଟ୍ ସବସିଡି ରାଶିକୁ ନେଇ ଶାସକ ଓ ବିରୋଧୀ ମଧ୍ୟ ମୁହାଁମୁହିଁ ହୋଇଛନ୍ତି ।

Advertisment

ପ୍ଲାକାର୍ଡ ଓ ଧାନପୁଡ଼ିଆ ରଖି କଂଗ୍ରେସ-ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ

Odisha assembly budget session 2026 ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ବିଧାୟକମାନେ ଧାନର ଅଭାବୀ ବିକ୍ରି ଅଭିଯୋଗ କରି ହାତରେ ଫ୍ଲେକ୍ସ ଧରି ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ। ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ଗାମୁଛାରେ ଧାନ ଆଣି ବିଧାନସଭା ସଚିବଙ୍କ ଟେବୁଲରେ ରଖିବା ପରେ ବିଧାୟକ ଅରୁଣ ସାହୁ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଭୟ ଏହାକୁ ହାତରେ ଧରି ବିରୋଧ ପ୍ରଦର୍ଶନ କରିଥିଲେ। ଦଳର ଅନ୍ୟ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ସରକାରବିରୋଧୀ ସ୍ଲୋଗାନମାନ ଦେଇଥିଲେ। କଂଗ୍ରେସ ସଦସ୍ୟମାନେ ମଧ୍ୟ ଧାନର ଅଭାବୀ ବିକ୍ରି ଅଭିଯୋଗ କରି ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ବିରୋଧ ପ୍ରଦର୍ଶନ କରିଥିଲେ। 


ଯଦିଓ ଗୃହରେ ପ୍ରଶ୍ନକାଳ ଆରମ୍ଭ ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ବାଚସ୍ପତି ଶ୍ରୀମତୀ ପାଢ଼ୀ ଅନୁମତି ଦେଇଥିଲେ କିନ୍ତୁ ବିରୋଧୀ ଦଳ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଗୃହ ମାତ୍ର ୩ମିନିଟ୍ ଚାଲିପାରିଥିଲା। ପରେ ସାଢ଼େ ୧୧ଟାରେ ଅନୁରୂପ ସ୍ଥିତି ଲାଗି ରହିବାରୁ ମାତ୍ର ୨ମିନିଟ୍ ପରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଗୃହରେ ଅଚଳାବସ୍ଥା ଲାଗି ରହିବାରୁ ୪ଟା ୨ମିନିଟରେ ଗୃହକୁ ବାଚସ୍ପତି ଶ୍ରୀମତୀ ପାଢ଼ୀ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଆଜି ଗୃହରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ସମ୍ଭବପର ହୋଇପାରିନାର୍ହି।

Advertisment


ଇନପୁଟ୍ ସହାୟତା ହ୍ରାସକୁ ନେଇ ତେଜିଲା ରାଜନୀତି

ବିଜେଡି ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଥିବା ଉତ୍ତରକୁ ନେଇ ବିରୋଧୀ ଦଳ ଆଜି ସରକାରଙ୍କୁ ଘେରିଛି। ଗୃହ ବାହାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୮୦୦ଟଙ୍କା ଇନପୁଟ ସହାୟତା ଦେବେ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ବାସ୍ତବରେ ମାତ୍ର ୭୩୧ଟଙ୍କା ଦେଉଛନ୍ତି। କେନ୍ଦ୍ର ସରକାରଙ୍କ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୨୩୬୯ଟଙ୍କା ଓ ରାଜ୍ୟ ସରକାର ୮୦୦ଟଙ୍କା ସବସିଡିକୁ ମିଶାଇଲେ ଚାଷୀ ମୋଟ କ୍ୱିଣ୍ଟାଲ ପିଛା ୩୧୬୯ଟଙ୍କା ପାଇବା କଥା। ମାତ୍ର ସରକାର ୩୧୦୦ଟଙ୍କା ଦେଇ ଚାଷୀଙ୍କୁ ୬୯ଟଙ୍କାରୁ ବଂଚିତ କରୁଛନ୍ତି ବୋଲି ସେ କହିଛନ୍ତି। ସେଥିପାଇଁ ଚାଷୀ ଆନ୍ଦୋଳନ ତେଜୁଛି ବୋଲି ବିଜେଡି କହିଛି।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଯେ, କୌଣସି ଚାଷୀର ୧୫୦ କ୍ୱିଣ୍ଟାଲରୁ ଅଧିକ ଧାନ ଉଠିବ ନାହିଁ ବୋଲି ସରକାର କହୁଛନ୍ତି। ମାତ୍ର ଗତକାଲି ରାଜ୍ୟପାଳଙ୍କ ମୁହଁରେ ସରକାର କୁହାଇ ଦେଲେ ଯେ ୩୧୦୦ ଟଙ୍କାରେ ସବୁ ଧାନ ଉଠିବ। ଚାଷୀ ଋଣ କରି ଫସଲ ଅମଳ କରିଛି, ହେଲେ ଧାନ ଉଠୁନି । ଡବଲ ଇଞ୍ଜିନ ସରକାର ଚାଷୀ ସୁରକ୍ଷା କହି ଆସିଥିଲେ, ହେଲେ ଚାଷୀ ହଇରାଣ ହେଉଛନ୍ତି। ଯେତେବେଳ ଯାଏଁ ଚାଷୀ ସମସ୍ୟାର ସମାଧାନ ହେବନି, ଗୃହକୁ କଂଗ୍ରେସ ଚଳାଇ ଦେବ ନାହିଁ ବୋଲି କାଡ଼ାମ କହିଛନ୍ତି।


ବିରୋଧୀଙ୍କୁ ବିଜେପିର ପାଲଟା ଜବାବ

ବିରୋଧୀଙ୍କ ଅଭିଯୋଗ ଉପରେ ବିଜେପି ପାଲଟା ଜବାବ ରଖିଛି । ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି ଯେ, ଯେଉଁମାନେ ପୂର୍ବରୁ ୧୦୦ ଟଙ୍କା ଦେବେ ବୋଲି କହି ଦେଇନଥିଲେ, ସେମାନଙ୍କ ମୁହଁରେ ୮୦୦ ଟଙ୍କା କଥା କହିବା ଶୋଭା ପାଉନାହିଁ। ଆମେ ନିର୍ବାଚନ ସମୟରେ ୩୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲୁ ଓ ଏବେ ତାହା ଦେଉଛୁ। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ରେ ସବୁ ଧାନ ଉଠିଛି ଓ ଚାଷୀମାନେ ବହୁତ ଖୁସି ଅଛନ୍ତି। ବିରୋଧୀ କେବଳ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ରାଜନୀତି କରୁଛନ୍ତି। ୧୫୦ କ୍ୱିଣ୍ଟାଲ ପରେ ମଧ୍ୟ ଅଧିକ ଧାନ ଉଠାଇବା ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି ଓ କୌଣସି ଚାଷୀ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଆଜି ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଚଳିତ ଖରିଫ ଋତୁ ୨୦୨୫-୨୬ରେ ପଞ୍ଜିକୃତ ଯୋଗ୍ୟ ବିବେଚିତ ଚାଷୀଙ୍କଠୁ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ( ସର୍ବନିମ୍ନ ସହାୟକ ମୂଲ୍ୟ-୨୩୬୯ଟଙ୍କା ଓ ଇନପୁଟ ସହାୟତା ରାଶି-୭୩୧)ରେ ଧାନ କ୍ରୟ କରାଯାଉଛି।

Odisha assembly budget session 2026
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe