Advertisment

ଜିଲ୍ଲାପାଳ ଦୁର୍ବ୍ୟବହାର କରିବାରୁ ତାତିଲେ ଆଇନ୍‌ଜୀବୀ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର। ଆଇନଜୀବୀମାନେ ଜିଲ୍ଲାପାଳଙ୍କ ଅଫିସ୍‌ରେ ଭଙ୍ଗାରୁଜା କରିବା ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୂରା ଘଟଣାଟି ଏମିତି। ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍‌ରେ କିଛି ମାମଲାର ଶୁଣାଣୀ ଥିଲା। ସେଥିପାଇଁ ଆଇନ୍‌ଜୀବୀଙ୍କୁ ପୂର୍ବାହ୍ନ ୧୧ଟାରେ ଆସିବା ପାଇଁ କୁହାଯାଇଥିଲା। ଧାର୍ଯ୍ୟ ସମୟ ଅନୁସାରେ ଆଇନ୍‌ଜୀବୀମାନେ ଜିଲ୍ଲାପାଳଙ୍କ ଅଫିସରେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଜିଲ୍ଲାପାଳ ଦୁର୍ବ୍ୟବହାର କରିବାରୁ ତାତିଲେ ଆଇନ୍‌ଜୀବୀ

dkl

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର। ଆଇନଜୀବୀମାନେ ଜିଲ୍ଲାପାଳଙ୍କ ଅଫିସ୍‌ରେ ଭଙ୍ଗାରୁଜା କରିବା ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Advertisment

ପୂରା ଘଟଣାଟି ଏମିତି। ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍‌ରେ କିଛି ମାମଲାର ଶୁଣାଣୀ ଥିଲା। ସେଥିପାଇଁ ଆଇନ୍‌ଜୀବୀଙ୍କୁ ପୂର୍ବାହ୍ନ ୧୧ଟାରେ ଆସିବା ପାଇଁ କୁହାଯାଇଥିଲା। ଧାର୍ଯ୍ୟ ସମୟ ଅନୁସାରେ ଆଇନ୍‌ଜୀବୀମାନେ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ଥିଲେ। ମାତ୍ର ଜିଲ୍ଲାପାଳ ସେମାନଙ୍କ ସହିତ କଥା ହେବା ପରିବର୍ତ୍ତେ ସେସୁ ଓ ଅବକାରୀ ବିଭାଗର କର୍ମଚାରୀଙ୍କ ସହିତ ଘଣ୍ଟାଘଣ୍ଟା ଧରି ଆଲୋଚନା କରିଥିଲେ। ଆଇନ୍‌ଜୀବୀମାନେ ଦୀର୍ଘ ସମୟ ଧରି ବାହାରେ ଅପେକ୍ଷା କରି ବିଳମ୍ୱର କାରଣ ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜିଲ୍ଲାପାଳ ଆଇନ୍‌ଜୀବୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

publive-imageଆଇନ୍‌ଜୀବୀଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର ନେଇ ଢେଙ୍କାନାଳ ବାର୍‌ରେ ଆଲୋଚନା କରାଯାଇଥିଲା। ଯାହାକୁ ଅନ୍ୟ ଆଇନ୍‌ଜୀବୀମାନେ ବିରୋଧ କରିଥିଲେ। ପରେ ଅପରାହ୍ନ ପ୍ରାୟ ୩ଟା ବେଳେ ଆଇନ୍‌ଜୀବୀମାନେ ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ୍‌ ପର୍ଯ୍ୟନ୍ତ ଯାଇଥିଲେ। ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଥିଲେ। ତେବେ ଏହି ସମୟରେ ଜିଲ୍ଲାପାଳଙ୍କୁ ତାଙ୍କ ଚ୍ୟାମ୍ୱରରେ ନପାଇ ତାତିଥିଲେ ଆଇନ୍‌ଜୀବୀ। ତାଙ୍କ ଅଫିସ ଭଙ୍ଗାରୁଜା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଭବେଶ ନାୟକଙ୍କୁ ଠେଲାପେଲା କରିବା ସହିତ ଧକ୍କା ମାରିଥିବା ଅଭିଯୋଗ ହୋଇଛି।

Advertisment

ଏବେ ଆଇନ୍‌ଜୀବୀମାନେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣାରେ ବସିଛନ୍ତି। ଜିଲ୍ଲାପାଳ ତାଙ୍କ ଅଫିସ୍‌କୁ ନଆସିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ରୋକ୍‌ଠୋକ ଶୁଣାଇ ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ଜିଲ୍ଲାପାଳଙ୍କ ଅଫିସ୍‌ରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।