Advertisment

୪ ନେତାଙ୍କୁ ବିଜେପୁର ଦାୟିତ୍ୱ, ରୀତା ପୁଣି ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ବିଜେଡି ପୁଣିଥରେ ସେଠାରେ ପ୍ରାର୍ଥୀ କରିବାକୁ ଯାଉଥିବା ଏକରକମ ସ୍ପଷ୍ଟ ହୋଇଥିବାବେଳେ ୪ଜଣ ବରିଷ୍ଠ ନେତାଙ୍କୁ ସ୍ୱତନ୍ତ୍ର ଭାବେ ବିଜେପୁର ଉପନିର୍ବାଚନ କାର୍ଯ୍ୟ ସମ୍ଭାଳିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଜେପୁର ଉପନିର୍ବାଚନରେ ଆଶାୟୀ ଦଳୀୟ ପ୍ରାର୍ଥୀମାନଙ୍କୁ ମଧ୍ୟ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରି ବିଜେଡି ଆଗୁଆ ରୀତାଙ୍କ ପାଇଁ ମାର୍ଗ ପ୍ରଶସ୍ତ କରିଥିବା ଜଣାପଡ଼ିଛି। […]

୪ ନେତାଙ୍କୁ ବିଜେପୁର ଦାୟିତ୍ୱ, ରୀତା ପୁଣି ପ୍ରାର୍ଥୀ

four-bjd-leaders-are-appointed-for-bijapur

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ବିଜେଡି ପୁଣିଥରେ ସେଠାରେ ପ୍ରାର୍ଥୀ କରିବାକୁ ଯାଉଥିବା ଏକରକମ ସ୍ପଷ୍ଟ ହୋଇଥିବାବେଳେ ୪ଜଣ ବରିଷ୍ଠ ନେତାଙ୍କୁ ସ୍ୱତନ୍ତ୍ର ଭାବେ ବିଜେପୁର ଉପନିର୍ବାଚନ କାର୍ଯ୍ୟ ସମ୍ଭାଳିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଜେପୁର ଉପନିର୍ବାଚନରେ ଆଶାୟୀ ଦଳୀୟ ପ୍ରାର୍ଥୀମାନଙ୍କୁ ମଧ୍ୟ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରି ବିଜେଡି ଆଗୁଆ ରୀତାଙ୍କ ପାଇଁ ମାର୍ଗ ପ୍ରଶସ୍ତ କରିଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ୪ଜଣିଆ ନିର୍ବାଚନ ସମନ୍ୱୟ କମିଟି ଗଠନ ହୋଇଛି। କମିଟିରେ ଦୁଇ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂହଙ୍କ ସମେତ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ ସାମିଲ କରାଯାଇଛି। ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବେ ବରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଥିବାରୁ ସେ ମଧ୍ୟ ଏହି କମିଟି ସହ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଏହି ନେତାମାନଙ୍କୁ ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩ଟି ବ୍ଲକ୍ ବିଜେପୁର, ବରପାଲି ଓ ଗାଇସିଲେଟ୍ ସହ ଏଏନଏସି ଦାୟିତ୍ୱ ନ୍ୟସ୍ତ କରାଯାଇ ନିଜ ନିଜର ଟିମ୍ ଗଠନ ସହ ସେଠାରେ ସାଂଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଅବଶ୍ୟ ନିରଞ୍ଜନ ଓ ସୁଶାନ୍ତ ଗତ କିଛିଦିନ ଧରି ବିଜେପୁରରେ ପଡ଼ି ରହି ସେଠାରେ ସାଂଗଠନିକ କାର୍ଯ୍ୟକୁ ଆଗେଇ ନେବା ସହ ରୀତାଙ୍କ ସପକ୍ଷରେ ମାହୋଲ୍ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ରୀତା ବିଜେଡିରେ ସାମିଲ ହୋଇ ବିଜେପୁରର ବିଧାୟିକା ଭାବେ ପ୍ରାୟ ୧୫ମାସ କାର୍ଯ୍ୟ କରିଛନ୍ତି । କିନ୍ତୁ ଏହି ଅବଧି ମଧ୍ୟରେ ରୀତାଙ୍କ କାର୍ଯ୍ୟଶୈଳୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଯାହାକି ଏପର୍ଯ୍ୟନ୍ତ ପ୍ରଶମିତ ହୋଇନାହିିଁ । ବିଜେପୁରରୁ ପ୍ରାର୍ଥୀ ହେବା ପାଇଁ ରୀତାଙ୍କ ସମେତ ପ୍ରଭାତଆଦିତ୍ୟ ମିଶ୍ର, ପ୍ରଣୟ ସାହୁ ଓ ସୁବାସ ଚୌହାନ ଆଶାୟୀ ଥିଲେ । ତେବେ ଦୁଇ ମୁଖ୍ୟ ଦାବିଦାର ପ୍ରଭାତଆଦିତ୍ୟ ଓ ସୁବାସଙ୍କୁ ଯଥାକ୍ରମେ ଆପିକଲ୍ ଅଧ୍ୟକ୍ଷ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭଳି ଦୁହାଁଳିଆ ସରକାରୀ ପଦବୀରେ ଥଇଥାନ କରି ବିଜେଡି ଏବେ ରୀତାଙ୍କ ପାଇଁ ମାର୍ଗ ପ୍ରଶସ୍ତ କରିଛି। ବରଗଡ଼ର ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ ରୀତାଙ୍କ ପ୍ରାର୍ଥୀତ୍ୱ ସପକ୍ଷରେ ଲବି ଜୋରଦାର କରୁଥିବାରୁ ବିଜେଡି ରୀତାଙ୍କୁ ପ୍ରାର୍ଥୀତ୍ୱ ଉପରେ ମୋହର ଲଗାଇବା ଏକରକମ ସ୍ପଷ୍ଟ ହୋଇଛି ।

Advertisment

ଏପଟେ ବିଜେପି ବିଜେପୁରରେ ନିଜର ପ୍ରାର୍ଥୀ ଭାବେ ସନତ କୁମାର ଗରତିଆଙ୍କ ପରିବର୍ତ୍ତେ ପ୍ରଦୀପ ପୁରୋହିତଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଲଢ଼ି ଶ୍ରୀ ଗରତିଆ ୫୩ହଜାରରୁ ଅଧିକ ଭୋଟ୍ ପାଇଥିଲେ। ବିଜେଡି ସୁପ୍ରିମୋଙ୍କୁ ବିଜେପୁରରେ ୧ଲକ୍ଷ ୧୦ହଜାର ଭୋଟ୍ ମିଳିଥିଲା। ତେଣୁ ଶ୍ରୀ ଗରତିଆଙ୍କ ପ୍ରାର୍ଥୀତ୍ୱକୁ ଅଣଦେଖା କରିବା ବିଜେପି ପାଇଁ ସମସ୍ୟା ସୃଷ୍ଟି କରିପାରେ। ଅବଶ୍ୟ କଂଗ୍ରେସ ଏବେ ସକ୍ରିୟ ଭାବେ ନିର୍ବାଚନ ଲଢ଼ିବା ମୁଡରେ ନଥିବାବେଳେ ବିଜେଡି ଓ ବିଜେପି ମଧ୍ୟରେ ଅଘୋଷିତ ବୁଝାମଣା ମଧ୍ୟରେ ବିଜେପି କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe