ଅଡ଼ୁଆରେ ୧୨ ବିଧାୟକ: ରାଜ୍ୟପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ନଭେମ୍ବର ୧୫ ସୁଦ୍ଧା ନିଷ୍ପତ୍ତି ଜଣାଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡିର ୧୨ ଜଣ ବିଧାୟକଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସେମାନଙ୍କ ବିରୁଦ୍ଧରେ ‘ଅଫିସ୍ ଅଫ୍ ପ୍ରଫିଟ୍‌’ର ଅଭିଯୋଗ ଆଣି ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ରାଜ୍ୟପାଳଙ୍କ ନିକଟରେ କରିଥିବା ଆବେଦନ ଉପରେ ନିଷ୍ପତ୍ତି ନେଇ ନଭେମ୍ବର ୧୫ତାରିଖ ସୁଦ୍ଧା ତାଙ୍କ ଆବେଦନକାରୀ ସମରେନ୍ଦ୍ର ବେଉରାଙ୍କୁ ଅବଗତ କରାଇବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସରକାର ୨୦୧୯ ଅଗଷ୍ଟ ୯ ତାରିଖରେ ବିଜେଡିର ୧୨ଜଣ ବିଧାୟକଙ୍କୁ ‘ରାଷ୍ଟ୍ରମନ୍ତ୍ରୀ ପାହ୍ୟାର […]

Orissa High Court

Orissa High Court

Ordigital Desk
  • Published: Monday, 19 July 2021
  • Updated: 19 July 2021, 10:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡିର ୧୨ ଜଣ ବିଧାୟକଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସେମାନଙ୍କ ବିରୁଦ୍ଧରେ ‘ଅଫିସ୍ ଅଫ୍ ପ୍ରଫିଟ୍‌’ର ଅଭିଯୋଗ ଆଣି ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ରାଜ୍ୟପାଳଙ୍କ ନିକଟରେ କରିଥିବା ଆବେଦନ ଉପରେ ନିଷ୍ପତ୍ତି ନେଇ ନଭେମ୍ବର ୧୫ତାରିଖ ସୁଦ୍ଧା ତାଙ୍କ ଆବେଦନକାରୀ ସମରେନ୍ଦ୍ର ବେଉରାଙ୍କୁ ଅବଗତ କରାଇବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସରକାର ୨୦୧୯ ଅଗଷ୍ଟ ୯ ତାରିଖରେ ବିଜେଡିର ୧୨ଜଣ ବିଧାୟକଙ୍କୁ ‘ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ’ ଦେଇ ୧୨ ଜିଲ୍ଲାର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିଥିଲେ।

ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଏସ୍‌.ମୁରଲୀଧର ଓ ଜଷ୍ଟିସ ଏସ.କେ.ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆବେଦନକାରୀ ସମରେନ୍ଦ୍ର ବେଉରାଙ୍କ ଆବେଦନର ଶୁଣାଣି କରି ରାଜ୍ୟପାଳଙ୍କୁ ୨୦୨୧ ନଭେମ୍ବର ୧୫ତାରିଖ ସୁଦ୍ଧା ନିଷ୍ପତ୍ତି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ଆବେଦନକାରୀ ଶ୍ରୀ ବେଉରା ୨୦୧୯ ମେ’ ୨୮ତାରିଖ ଓ ସେପ୍ଟେମ୍ବର ୨୭ତାରିଖରେ କରିଥିବା ଦୁଇଟି ଆବେଦନ ଉପରେ ୨୦୨୧ ନଭେମ୍ବର ୮ତାରିଖ ସୁଦ୍ଧା ଜାତୀୟ ନିର୍ବାଚନ କମିଶନଙ୍କ ମତାମତ ହାସଲ କରି ନଭେମ୍ବର ୧୫ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଅଫିସ୍ ଅଫ୍ ପ୍ରଫିଟ୍‌(ରିମୁଭାଲ୍ ଅଫ ଡିସକ୍ୱାଲିଫିକେସନ୍‌) ସଂଶୋଧନ ଆଇନ-୨୦୧୬’ ଉପରେ ମତାମତ ନଦେଇ ଖଣ୍ଡପୀଠ ଏହି ଅନ୍ତର୍ଗତ ଦାଖଲ ହୋଇଥିବା ଦୁଇଟି ଆବେଦନ ଉପରେ ଆବେଦନକାରୀଙ୍କୁ ନିଷ୍ପତ୍ତି ଜଣାଇବାକୁ ରାଜ୍ୟପାଳଙ୍କୁ ହାଇକୋର୍ଟଙ୍କ ୨ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ଓକିଲ ସିଦ୍ଧାର୍ଥ ପ୍ରସାଦ ଦାସ ହାଇକୋର୍ଟରେ ଏହି ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟଙ୍କ ବୃନ୍ଦାବନ ନାୟକ ବନାମ ଜାତୀୟ ନିର୍ବାଚନ କମିଶନଙ୍କ ରାୟକୁ ଉଲ୍ଲେଖ କରିବା ସହ ଆବେଦନକାରୀଙ୍କ ଆବେଦନ ଉପରେ ନିର୍ବାଚନ କମିଶନଙ୍କ ମତାମତ ନେଇ ରାଜ୍ୟପାଳ ନିଷ୍ପତ୍ତି ଶୁଣାଇବା ବାଧ୍ୟତାମୂଳକ ବୋଲି ଯୁକ୍ତି ବାଢ଼ିଥିଲେ।

ସୂଚନାଯୋଗ୍ୟ, ଆବେଦନକାରୀ ଶ୍ରୀ ବେଉରା ଭାରତୀୟ ସମ୍ବିଧାନର ଧାରା-୧୯୨ ଅନ୍ତର୍ଗତ ରାଜ୍ୟପାଳଙ୍କ ପାଖରେ ୨୦୧୯ ସେପ୍ଟେମ୍ବର ୨୭ରେ ଦାଖଲ କରିଥିବା ଆବେଦନରେ ୧୨ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦାବି କରିଥିଲେ। ୨୦୧୯ ଅଗଷ୍ଟ ୯ତାରିଖରେ ରାଜ୍ୟ ସରକାର ୧୨ଜଣ ବିଜେଡି ବିଧାୟକ ଅନନ୍ତ ଦାସ, ଦେବାଶିଷ ଆଚାର୍ଯ୍ୟ, ବ୍ୟୋମକେଶ ରାୟ, ମହୀଧର ରଣା, ପ୍ରମୋଦ କୁମାର ମଲ୍ଲିକ, ଶ୍ରୀକାନ୍ତ ସାହୁ, ପ୍ରଶାନ୍ତ କୁମାର ମୁଦୁଲି, ରାଜେନ୍ଦ୍ର ଢ଼ୋଲକିଆ, ରଘୁରାମ ପୋଡ଼ାଲ, ପ୍ରଶାନ୍ତ ଜଗଦେବ, ସତ୍ୟନାରାୟଣ ପ୍ରଧାନ ଓ ଶାରଦା ପ୍ରସାଦ ନାୟକଙ୍କୁ ଯଥାକ୍ରମେ ବାଲେଶ୍ୱର,ବରଗଡ଼, ଭଦକ୍ର, ବୌଦ୍ଧ, କଟକ, ଗଞ୍ଜାମ, ଜଗତସିଂହପୁର, ନୂଆପଡ଼ା, କୋରାପୁଟ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ସହ ଅବସ୍ଥାପିତ କରିଥିଲେ।

ଶ୍ରୀ ବେଉରା ରାଜ୍ୟପାଳଙ୍କୁ ଆବେଦନ କରିବା ପରେ କୌଣସି ଉତ୍ତର ନପାଇବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଏହି ମାମଲା ହାଇକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବାରୁ ଆବେଦନକାରୀ ଦିଲ୍ଲୀ ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ । କିନ୍ତୁ ଏହି ଆବେଦନର ଶୁଣାଣି କରିବା ତାଙ୍କ ପରିସର ବାହାରେ ବୋଲି ୨୦୧୯ ଅକ୍ଟୋବର ୨୩ତାରିଖରେ ଦିଲ୍ଲୀ ହାଇକୋର୍ଟ ଜଣାଇଥିଲେ। ତା’ପରେ ଆବେଦନକାରୀ ଶ୍ରୀ ବେଉରା ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story