Advertisment

ଦିଅଁଦେବତାଙ୍କୁ ଭାଇରାଲ୍ ଭୟ: ଘଟଗାଁ ମାଆ ତାରିଣୀଙ୍କ ମନ୍ଦିରରେ ‘ଅଖଣ୍ଡ ଦୀପ’ ଲିଭିଯାଇଥିବା ଗୁଜବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ପ୍ରସିଦ୍ଧ ମାଆ ତାରିଣୀଙ୍କ ମନ୍ଦିରରେ ବର୍ଷ ବର୍ଷ ଧରି ଜଳୁଥିବା ଅଖଣ୍ଡ ଦୀପ ଲିଭି ଯାଇଛି ବୋଲି ଗତକାଲିଠାରୁ ପ୍ରଚାରିତ ହୋଇଥିବା ଖବର ମିଛ। ଏହାକୁ ଖଣ୍ଡନ କରି ମନ୍ଦିର କର୍ତ୍ତୃପକ୍ଷ ଏହା କେବଳ ଏକ ଗୁଜବ ବୋଲି କହିଛନ୍ତି। ଗତକାଲିଠାରୁ ଘଟଗାଁର ମାଆ ତାରିଣୀଙ୍କ ପୀଠରେ ଏଭଳି ଅଘଟଣ ହୋଇଥିବା ଚାରିଆଡ଼େ ପ୍ରଚାରିତ ହୋଇଚାଲିଛି। ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆଜି ଏକ ପ୍ରେସ୍‌ ବିବୃତି […]

ଅଦ୍ୟତନ ହୋଇଛି
ଦିଅଁଦେବତାଙ୍କୁ ଭାଇରାଲ୍ ଭୟ: ଘଟଗାଁ ମାଆ ତାରିଣୀଙ୍କ ମନ୍ଦିରରେ ‘ଅଖଣ୍ଡ ଦୀପ’ ଲିଭିଯାଇଥିବା ଗୁଜବ

22

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ପ୍ରସିଦ୍ଧ ମାଆ ତାରିଣୀଙ୍କ ମନ୍ଦିରରେ ବର୍ଷ ବର୍ଷ ଧରି ଜଳୁଥିବା ଅଖଣ୍ଡ ଦୀପ ଲିଭି ଯାଇଛି ବୋଲି ଗତକାଲିଠାରୁ ପ୍ରଚାରିତ ହୋଇଥିବା ଖବର ମିଛ। ଏହାକୁ ଖଣ୍ଡନ କରି ମନ୍ଦିର କର୍ତ୍ତୃପକ୍ଷ ଏହା କେବଳ ଏକ ଗୁଜବ ବୋଲି କହିଛନ୍ତି।

Advertisment

ଗତକାଲିଠାରୁ ଘଟଗାଁର ମାଆ ତାରିଣୀଙ୍କ ପୀଠରେ ଏଭଳି ଅଘଟଣ ହୋଇଥିବା ଚାରିଆଡ଼େ ପ୍ରଚାରିତ ହୋଇଚାଲିଛି। ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆଜି ଏକ ପ୍ରେସ୍‌ ବିବୃତି ମାଧ୍ୟମରେ ଏହି ଖବରକୁ ଖଣ୍ଡନ କରାଯାଇଛି। ଏଭଳି ଗୁଜବ ସୃଷ୍ଟି କରିଥିବା ଲୋକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଦାବି କରିଛନ୍ତି।

publive-image

ମନ୍ଦିର ପକ୍ଷରୁ କୁହାଯାଇଛି ଯେ, ମାଆ ତାରିଣୀଙ୍କ ପୀଠରେ ଅଖଣ୍ଡ ଦୀପ ଜଳିବାର କୌଣସି ପରମ୍ପରା ହିଁ ନାହିଁ। ଯେଉଁ ଦୀପ ଏଠାରେ ଜଳିଥାଏ, ତାହା କେବଳ ଭକ୍ତମାନେ ହିଁ ଜାଳିଥାନ୍ତି। ତେଣୁ ମାଆଙ୍କ ପୀଠରେ କୌଣସି ଅଖଣ୍ଡ ଦୀପ ଲିଭିବାର ପ୍ରଶ୍ନ ଉଠୁନାହିଁ। ଖାଲି ସେତିକି ନୁହେଁ, ମାଆଙ୍କ ମଥାର ସିନ୍ଦୂର ଝରି ପଡ଼ିବା ଏବଂ ମାଆଙ୍କ ଶାଢ଼ି ଜଳି ଯାଇଥିବା ସଂପର୍କରେ ଯେଉଁ ଗୁଜବ ଉଠିଛି ତାହା ସଂପୂର୍ଣ୍ଣ ମିଛ ବୋଲି ମନ୍ଦିର ପକ୍ଷରୁ କୁହାଯାଇଛି।

Advertisment

କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏଭଳି ମିଥ୍ୟା ଖବର ଚାରିଆଡ଼େ ଚର୍ଚ୍ଚା ହେବା ପରଠାରୁ ମନ୍ଦିର ପୂଜକ ଏବଂ ମନ୍ଦିରର ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ପାଖକୁ ଏ ସଂପର୍କରେ ବାରମ୍ବାର ଫୋନ୍‌ ଆସିବାରେ ଲାଗିଛି। ସେଭଳି କୌଣସି ଅଘଟଣ ଘଟିନାହିଁ। ଏହାକୁ ନେଇ ଭକ୍ତମାନେ ବ୍ୟତିବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ମନ୍ଦିର ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe