ଖେଳ ପଡ଼ିଆର ଉନ୍ନତିକରଣ ପାଇଁ କ୍ରୀଡ଼ାମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ରୂପବାଲି ଓ ଠାକୁରାପଦା ପ୍ରମୁଖ ଦୁଇଟି ଖେଳ ପଡିଆର ଉନ୍ନତିକରଣ ପାଇଁ ବରୁଣସିଂ ଗ୍ରାମପଞ୍ଚାୟତବାସୀ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ନିବେଦନ ପତ୍ର ପ୍ରଦାନ କରିଛନ୍ତି। ପଞ୍ଚାୟତବାସୀଙ୍କ ଏହି ଦାବିକୁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ସମର୍ଥନ ଜଣାଇବା ସହ ବ୍ୟକ୍ତିଗତ ଭାବେ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ବରୁଣସିଂ ଗ୍ରାମପଞ୍ଚାୟତ ବାସୀଙ୍କ ପକ୍ଷରୁ ଶିକ୍ଷାବିତ ତଥା ସମାଜସେବୀ ସାହାରଦା ଗ୍ରାମର ଶାନ୍ତା […]

field

field

Ranjit Kumar Jena
  • Published: Wednesday, 15 December 2021
  • Updated: 15 December 2021, 09:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ରୂପବାଲି ଓ ଠାକୁରାପଦା ପ୍ରମୁଖ ଦୁଇଟି ଖେଳ ପଡିଆର ଉନ୍ନତିକରଣ ପାଇଁ ବରୁଣସିଂ ଗ୍ରାମପଞ୍ଚାୟତବାସୀ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ନିବେଦନ ପତ୍ର ପ୍ରଦାନ କରିଛନ୍ତି। ପଞ୍ଚାୟତବାସୀଙ୍କ ଏହି ଦାବିକୁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ସମର୍ଥନ ଜଣାଇବା ସହ ବ୍ୟକ୍ତିଗତ ଭାବେ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ବରୁଣସିଂ ଗ୍ରାମପଞ୍ଚାୟତ ବାସୀଙ୍କ ପକ୍ଷରୁ ଶିକ୍ଷାବିତ ତଥା ସମାଜସେବୀ ସାହାରଦା ଗ୍ରାମର ଶାନ୍ତା ଦାସ ଓ ସ୍ଥାନୀୟ ନେତୃବୃନ୍ଦ ଏହି ନିବେଦନ ପତ୍ରକୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କୈଳାସ ଚନ୍ଦ୍ର ଦାସଙ୍କ ଜରିଆରେ ପ୍ରଦାନ କରିଛନ୍ତି।

ବାଲେଶ୍ୱର ଜିଲ୍ଲା ତଥା ବରୁଣସିଂ ଗ୍ରାମ ପଞ୍ଚାୟତର ଯୁବବର୍ଗ ଦୀର୍ଘ ଦିନ ହେବ କ୍ରୀଡ଼ା ପ୍ରତି ବେଶ ରୁଚି ରଖି ଆସିଛନ୍ତି। ଏଠାରେ ଥିବା ରୂପବାଲି ଓ ଠାକୁରାପଦା ପଡିଆରେ ଅନେକ ଫୁଟବଲ, ଭଲିବଲ ଓ କ୍ରିକେଟ୍ ଆଦି ଆୟୋଜନ ହୋଇଆସୁଛି। କେବଳ ସେତିକି ନୁହେଁ ଏହି ଅଞ୍ଚଳର ଅନେକ ହାଇସ୍କୁଲ ଓ ୟୁପି ସ୍କୁଲ ଛାତ୍ର ଛାତ୍ରୀ ଏଠାରେ ଖେଳ ଅଭ୍ୟାସ କରି ଆସୁଛନ୍ତି। ଏହି ଖେଳ ପଡ଼ିଆର ଉନ୍ନତିକରଣ ଲାଗି କ୍ରୀଡ଼ା ବିଭାଗ ପକ୍ଷରୁ ୪୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ପଞ୍ଚାୟତବାସୀ କ୍ରୀଡାମନ୍ତ୍ରୀଙ୍କୁ ଚିଠି ଲେଖି ନିଦେବନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜିଲ୍ଲା ପାଇଁ ଅନେକ କ୍ରୀଡ଼ା ପ୍ରକଳ୍ପ ଭେଟି ଦେଇଛନ୍ତି। ପଞ୍ଚାୟତବାସୀଙ୍କ ଦାବି ପୂରଣ ହେଲେ ବାଲେଶ୍ୱର ଜିଲ୍ଲା କ୍ରୀଡ଼ାକୁ ଏକ ସମ୍ମାନସ୍ପଦ ସ୍ଥାନରେ ପହଞ୍ଚାଇବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ପୂରଣ ହୋଇ ପାରିବ ବୋଲି ପଞ୍ଚାୟତ ବାସୀ କହିଛନ୍ତି। ଜିଲ୍ଲା ତଥା ଅଞ୍ଚଳରେ କ୍ରୀଡ଼ା ଦ୍ୱାରା ଯୁବ ବର୍ଗଙ୍କ ବିକାଶ ପାଇଁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଓ ସମାଜସେବୀ ଶାନ୍ତା ଦାସଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳର କ୍ରୀଡାବିତ୍, କ୍ରୀଡ଼ା ପ୍ରେମୀ ଓ ବୁଦ୍ଧିଜୀବୀ ବେଶ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos