କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଦ ପଞ୍ଚାୟତ ପହରିଆପଡ଼ାର ଟଙ୍କଧର ପହରିଆଙ୍କ ଘରୁ ଶନିବାର ରାତିରେ ଦୁଇ ଭରିସୁନା ଓ ୧ ଲକ୍ଷ ୧୦ ହଜାର ଟଙ୍କା ଡକାୟତି ହୋଇଥିବା ଅଭିଯୋଗ ହୋଇଛି।
ଏ ନେଇ ଟଙ୍କଧର ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ବଙ୍ଗୋମୁଣ୍ଡା ପୁଲିସ କୌଣସି ତଦନ୍ତ କରୁନଥିବା ଟଙ୍କଧର ଅଭିଯୋଗ ଆଣିଛନ୍ତି। ତେବେ ଏ ଘଟଣା ସମ୍ପର୍କରେ ବଙ୍ଗୋମୁଣ୍ଡା ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନାଯୋଗ୍ୟ, ଶନିବାର ଦିନ ଟଙ୍କଧର ପହରିଆଙ୍କ ନାତିର ଅନ୍ନଛୁଆଣି କରିଥିଲେ। ଅନ୍ନଛୁଆଣି ଶେଷ ହେବାପରେ ସମସ୍ତ ବନ୍ଧୁବାନ୍ଧବ ନିଜ ନିଜ ଘରକୁ ଫେରିଯାଇଥିଲେ। କିନ୍ତୁ ସେହି ଦିନ ରାତିରେ ଗାଁର କିଛି ଜଣ ଦୁର୍ବୁତ୍ତ ଟଙ୍କଧର ପହରିଆଙ୍କ ଘରକୁ ରାତିରେ ଆସି କବାଟ ବାଡ଼େଇଥିଲେ। କବାଟ ଖୋଲିଲା ପରେ ଟଙ୍କଧରଙ୍କୁ ମାଡ଼ ମାରିବା ସହ ଘରର ଜିନିଷ ପତ୍ର ଫୋଫାଡି ଦେଇଥିଲେ। ନିଜ ନାତିର ଅନ୍ନଛୁଆଣିରେ ମିଳିଥିବା ଦୁଇ ଭାରି ସୁନା ଓ ୧ ଲକ୍ଷ ୧୦ ହଜାର ଟଙ୍କା ନେଇ ଦୁର୍ବୁତ୍ତ ପଳାଇ ଯାଇଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାଜଧାନୀରେ ଚାଞ୍ଚଲ୍ୟ; ପୁରୁଷ ବନ୍ଧୁଙ୍କୁ ହାଣି ଯୁବତୀଙ୍କୁ ଟେକିନେଲେ
ଯୁବତୀଙ୍କ ପୁରୁଷ ବନ୍ଧୁ ବାରଣ କରିବାରୁ ସେମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଯୁବତୀଙ୍କୁ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।
Crime
ମନ୍ଦିର ହୁଣ୍ଡି ଭାଙ୍ଗିଲେ, କଳାକନା ବୁଲାଇଦେଲେ ଲୁଟେରା
ମନ୍ଦିରକୁ ବି ଛାଡ଼ୁ ନାହାନ୍ତି ଲୁଟେରା। ହୁଣ୍ଡି ଭାଙ୍ଗି ଲୁଟିବା ସହ ବୁଲାଇ ଦେଉଛନ୍ତି କଳାକନା।
Crime
ବ୍ରାଉନସୁଗର ନା ମୁଲତାନୀ ମାଟି; ଜବତ ସାମଗ୍ରୀକୁ ନେଇ ପ୍ରବଳ ଉତ୍ତେଜନା
ବ୍ରାଉନସୁଗର ନା ମୁଲତାନୀ ମାଟି। ବ୍ରାଉନସୁଗର ଜବତ କରିବାକୁ ଯାଇଥିବା ଅବକାରୀ ଟିମ୍ ପ୍ରବଳ ହଟହଟା ହୋଇଛି। ମିଛ କେସ୍ରେ ଫସା ଯାଉଥିବା ଅଭିଯୋଗରେ ପରିବାର ଲୋକେ ଅବକାରୀ ଟିମ୍ ଗାଡ଼ି ଚାବି ଅଟକ ରଖିଛନ୍ତି।
Crime
ବାପପୁଅ ପାଲଟିଗଲେ ଜହ୍ଲାଦ; ୪ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ, ଜଣେ ମୃତ
ଚୋରି ସନ୍ଦେହରେ ବାପପୁଅ ପାଲଟିଗଲେ ଜହ୍ଲାଦ । ଘଟାଇଲେ ତାଲବାନୀ ବର୍ବରତା । ଗାଁର କିଛି ଯୁବକଙ୍କୁ ଉଠାଇ ଆଣି ଖୁଣ୍ଟରେ ବାନ୍ଧି ନିଷ୍ଣୁର ପିଟିଲେ। ସେମାନଙ୍କ ଚିତ୍କାର ବି ବାପପୁଅଙ୍କ ମନକୁ ତରଳାଇ ପାରିଲାନି।
Politics
ତାରାଙ୍କ ଚେତାବନୀ- ୨୫ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ ୨୬ରୁ ରାସ୍ତାରୋକ
'ମଣ୍ଡିରୁ ଧାନ ନ ଉଠିଲେ ସ୍ଥିତି ଅସମ୍ଭାଳ ହେବ । ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ କୋରାପୁଟ ଜିଲ୍ଲା ବନ୍ଦ କରି ଦିଆଯିବ । ଏପରିକି ଆସନ୍ତା ୨୬ରୁ ରାସ୍ତାରୋକ କରିବାକୁ ବି ପଛାଇବୁ ନାହିଁ।’