୧.୭୫ କୋଟିର କ୍ରିପ୍ଟୋ କରେନ୍ସି ସମେତ ୪ କୋଟିର ମାଲିକ ଯନ୍ତ୍ରୀ

ଭୁବନେଶ୍ୱର/ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ। କଳାଟଙ୍କା ଅର୍ଜନ ପରେ ଗଳାବାଟ ବାଛିବାର ନୂଆ ଫଣ୍ଡା। ଡିଜିଟାଲ୍ କରେନ୍ସି ତଥା କ୍ରିପ୍ଟୋ କରେନ୍ସିରେ ବିନିଯୋଗ ହେଉଥିଲା ପାପ ଅର୍ଜିତ ଟଙ୍କା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଥିବା ଭୁବନେଶ୍ୱର ସର୍କଲ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଂଜନ ଦାସଙ୍କ ଘରୁ ଠାବ ହୋଇଛି ବିପୁଳ ପରିମାଣର କ୍ରିପ୍ଟୋ କରେନ୍ସି। ତାଙ୍କ ଘର ରେଡ୍ ବେଳେ […]

pic

pic

Niranjan Mishra
  • Published: Friday, 28 October 2022
  • Updated: 29 October 2022, 03:12 PM IST

Sports

Latest News

ଭୁବନେଶ୍ୱର/ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ। କଳାଟଙ୍କା ଅର୍ଜନ ପରେ ଗଳାବାଟ ବାଛିବାର ନୂଆ ଫଣ୍ଡା। ଡିଜିଟାଲ୍ କରେନ୍ସି ତଥା କ୍ରିପ୍ଟୋ କରେନ୍ସିରେ ବିନିଯୋଗ ହେଉଥିଲା ପାପ ଅର୍ଜିତ ଟଙ୍କା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଥିବା ଭୁବନେଶ୍ୱର ସର୍କଲ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଂଜନ ଦାସଙ୍କ ଘରୁ ଠାବ ହୋଇଛି ବିପୁଳ ପରିମାଣର କ୍ରିପ୍ଟୋ କରେନ୍ସି। ତାଙ୍କ ଘର ରେଡ୍ ବେଳେ ୧.୭୫ କୋଟିର କ୍ରିପ୍ଟୋ କରେନ୍ସି ଠାବ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।

କ୍ରିପ୍ଟୋ କାରବାର ପ୍ରମାଣ ନଷ୍ଟ କରିବାକୁ ସେ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଛନ୍ତି। ଭିଜିଲାନ୍ସ ରେଡ୍‌ ବେଳେ ସେ ଏ ବାବଦରେ ପ୍ରମାଣ ଥିବା ୩୮ଟି ଡକ୍ୟୁମେଣ୍ଟ ଏବଂ ମୋବାଇଲକୁ ଫିଙ୍ଗିଦେଇଥିଲେ। ତେବେ ସେସବୁକୁ ଜବତ କରିଥିଲା ଭିଜିଲାନ୍ସ। ଏହା ଭିତରୁ ଖୋଲୁଛି ଗୁମର।

ଇତି ମଧ୍ୟରେ ମିଳିଲାଣି ସେ ଠୁଳ କରିଥିବା ମାଳ ମାଳ କୋଠାବାଡ଼ି, ଯାନବାହନ ସହ ବିପୁଳ ଗହଣା ଗାଣ୍ଠି। ତାଙ୍କର ମୋଟ ସାଢ଼େ ୪ କୋଟିର ସଂପତ୍ତି ଠାବ ହୋଇଛି। ଏପରିକି ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ବି ମିଳିଛି। କେବଳ ସେତିକି ନୁହେଁ, ଖାରବେଳନଗର ସ୍ଥିତ ଶ୍ରୀରାମ ମାନିସନ୍ ଆପାର୍ଟମେଣ୍ଟରେ ଗୋଟିଏ ଥ୍ରୀ-ବିଏଚ୍କେ ଫ୍ଲାଟ(ଯାହାର ମୂଲ୍ୟ ପ୍ରାୟ ୩୨ ଲକ୍ଷ ଟଙ୍କା ହେବ),  ସମ୍ବଲପୁର ମୋଦିପଡ଼ାରେ ଗୋଟିଏ ଦୁଇ ମହଲା କୋଠା, ସମ୍ବଲପୁରର ବିଭିନ୍ନ ସ୍ଥାନରେ ୮ଟି ପ୍ଲଟ, ୧୦ ଲକ୍ଷ ଟଙ୍କା ମୂଲ୍ୟର ୩୩୨ ଗ୍ରାମ୍ ସୁନା, ୬୪ ଲକ୍ଷର ବୀମା ଠାବ ହୋଇଛି। ତା’ ମଧ୍ୟରୁ ୩ଟି ପ୍ଲଟର ଦାମ ୧ କୋଟି ୨୫ ଲକ୍ଷରୁ ଅଧିକ ଟଙ୍କା ହେବ। ବରଗଡ଼ ଜିଲ୍ଲା ରୋହିନିଆରେ ଗୋଟିଏ ପୈତୃକ ଘର ବି ମିଳିଛି। ତା’ ସହ ମିଳିଛି ୨ଟି କାର ଏବଂ ୨ଟି ବାଇକ୍। ଏବେ ବି ହିସାବ ଚାଲିଥିବାରୁ ଜବତ ସମ୍ପତ୍ତିର ପରିମାଣ ଆହୁରି ବଢିପାରେ।

ସୂଚନା ଥାଉକି, କ୍ରିପ୍ଟୋ କରେନ୍ସି ହେଉଛି ଏକ ଡିଜିଟାଲ୍ ମୁଦ୍ରା। ଯାହାର କାଗଜ ନୋଟ୍ କିମ୍ବା ଧାତବ କଏନ୍ ନାହିଁ। ପ୍ରଚଳନ କେବଳ ଇଣ୍ଟରନେଟ୍ ଦୁନିଆରେ ହୋଇଥାଏ। ଏହି କରେନ୍ସି ଉପରେ କୌଣସି ସରକାର କିମ୍ବା ବ୍ୟାଙ୍କର ନିୟନ୍ତ୍ରଣ ନାହିଁ। ଭାରତରେ ଯଦିବା ଏଯାଏଁ ଏହା ଆଇନତଃ ବୈଧ ନୁହେଁ, ସେଥିରେ କିନ୍ତୁ ନିଜର କଳାଧନକୁ ବିନିଯୋଗ କରି ଭିଜିଲାନ୍ସ ଏବଂ ଆୟକର ବିଭାଗ ଆଖିରୁ RWSS ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ଦାସ ଖସିଯିବାକୁ ଉଦ୍ୟମ କରୁଥିଲେ। ହେଲେ ଚୋର ଘର ସଦାବେଳେ ଅନ୍ଧାର ନ ଥାଏ, ଠିକ୍ ଏହି ଉକ୍ତି ଅନୁଯାୟୀ ନିହାର ଧରାପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos