Advertisment

ନକଲି ଚା’ ପତି ତିଆରି କାରଖାନା ଠାବ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଖର୍ଦ୍ଧାସାହିରୁ ନକଲି ଚା’ ପତି ତିଆରି କାରଖାନା ଠାବ କରାଯାଇଛି। ସେଠାରୁ ବିପୁଳ ପରିମାଣର ନକଲି ଚା’ ପତି,ବିଭିନ୍ନ କମ୍ପାନୀର ପ୍ୟାକେଜିଂ ସାମଗ୍ରୀ, ଚା’ ପତି ତିଆରି ମେସିନ୍ ଓ କଞ୍ଚାମାଲ ଜବତ କରାଯାଇଛି। ଏଥିସହ ବ୍ରାଣ୍ଡେଡ କମ୍ପାନୀର ନକଲି ଦେହ ଲଗା ତେଲ ମଧ୍ୟ ଜବତ କରାଯାଇଛି। ଖର୍ଦ୍ଧାସାହିରେ ନକଲି ଚା’ ପତି ପ୍ରସ୍ତୁତ ହେଉଥିବା କେନ୍ଦ୍ରାପଡ଼ା ସଦର ଥାନା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ସୋମବାର […]

author-image
Tapaswini Nayak
ଅଦ୍ୟତନ ହୋଇଛି
ନକଲି ଚା’ ପତି ତିଆରି କାରଖାନା ଠାବ

fgggg,,,000

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଖର୍ଦ୍ଧାସାହିରୁ ନକଲି ଚା’ ପତି ତିଆରି କାରଖାନା ଠାବ କରାଯାଇଛି। ସେଠାରୁ ବିପୁଳ ପରିମାଣର ନକଲି ଚା’ ପତି,ବିଭିନ୍ନ କମ୍ପାନୀର ପ୍ୟାକେଜିଂ ସାମଗ୍ରୀ, ଚା’ ପତି ତିଆରି ମେସିନ୍ ଓ କଞ୍ଚାମାଲ ଜବତ କରାଯାଇଛି। ଏଥିସହ ବ୍ରାଣ୍ଡେଡ କମ୍ପାନୀର ନକଲି ଦେହ ଲଗା ତେଲ ମଧ୍ୟ ଜବତ କରାଯାଇଛି।

Advertisment

ଖର୍ଦ୍ଧାସାହିରେ ନକଲି ଚା’ ପତି ପ୍ରସ୍ତୁତ ହେଉଥିବା କେନ୍ଦ୍ରାପଡ଼ା ସଦର ଥାନା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ସୋମବାର ବିଳମ୍ବିତ ରାତିରେ ପୁଲିସ୍ ଚଢ଼ଉ କରିଥିଲା। ପୁଲିସ୍‌କୁ ଚକମା ଦେଇ କାରଖାନାର ମାଲିକ ଫେରାର ହୋଇଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।