/odisha-reporter/media/post_attachments/uploads/2022/02/Untitled-1-48.jpg)
handcuffs
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲିଫ୍ଟ ଦେଇ ଲୋକଙ୍କଠାରୁ ଟଙ୍କା, ପଇସା, ସୁନା ଗହଣା ଲୁଟୁଥିବା ଗ୍ୟାଙ୍ଗର ଦୁଇ ଜଣ ଲୁଟେରାକୁ ସହିଦନଗର ପୁଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତକୁ ପୁଲିସ ତେଲଙ୍ଗାପେଣ୍ଠରୁ ଗିରଫ କରିଛି। ସେମାନଙ୍କ ଠାରୁ ଲୁଟ୍ରେ ବ୍ୟବହୃତ ହେଉଥିବା କାର୍, ସୁନା ଗହଣା ଓ ନିଶା ଔଷଧ ଜବତ କରିଛି।
ଏହି ଦୁଇ ଜଣ ଅଭିଯୁକ୍ତ କଟକଓ ଭୁବନେଶ୍ୱରବିଭିନ୍ନ ଛକରେ ରହି ଲୋକଙ୍କୁ ଲିଫ୍ଟ ଦେବା ବାହାନାରେ ନିଶା ଦେଇ ଲୁଟ୍ କରୁଥିଲେ। ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ପୁଲିସ ଖୋଳତାଡ କରୁଛି। ଆଜି ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ। ଏକାଧିକ ଲୁଟ ମାମଲାରେ ଉଭୟଙ୍କ ସଂପୃକ୍ତି ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଢେଙ୍କାନାଳର ଜଣେ ଶିକ୍ଷକ ଓ କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକାର ବିରେନ୍ ପରିଡ଼ା ଏପରି ଲୁଟ୍ର ଶିକାର ହୋଇଥିଲେ। ଲୁଟେରାମାନେ ବିରେନଙ୍କ ନିକଟରୁ ୨୫ ହଜାର କ୍ୟାସ୍ ସାଙ୍ଗକୁ ଏଟିଏମ୍ କାର୍ଡ ନେଇ ୭୫ ହଜାର ଟଙ୍କା ବାହାର କରି ନେଇ ଯାଇଥିଲେ। ସେହିପରି ଢେଙ୍କାନାଳରୁ ଜଣେ ଶିକ୍ଷକଙ୍କଠାରୁ ନଗଦ ପାଞ୍ଚ ହଜାର ଟଙ୍କା ସାଙ୍ଗକୁ ସୁନା ମୁଦି ଓ ମୋବାଇଲ ନେଇଯାଇଥିଲେ। ଏହାସହ ଏଟିଏମ୍ କାର୍ଡ ନେଇ ୪୬ ହଜାର ଟଙ୍କା ବାହାର କରି ନେଇ ଯାଇଥିବା ଅଭିଯୋଗ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
