ଭଡ଼ାରେ ଆସିଥିଲେ 'ଭାଇଜାନ୍‌', ଆଡଭାନ୍ସ ନେଇଥିଲେ ୧ କୋଟି ୮୯ ଲକ୍ଷ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କଟକକୁ ଭଡ଼ାରେ ଆସିଥିଲେ ବଲିଉଡ୍‌ ‘ଭାଇଜାନ୍‌’। ଆଡ୍‌ଭାନ୍‌ସ୍‌ ନେଇଥିଲେ କୋଟିଏ ୮୯ ଲକ୍ଷ। ଆଉ ସମୁଦାୟ ୧୫ ମିନିଟ୍‌ ପାଇଁ ୫ କୋଟିରୁ ଟଙ୍କାଟିଏ ବି କମ୍‌ ନେଇ ନାହାନ୍ତି।  ଆସିବା ଯିବା ଆଉ ଅନ୍ୟାନ୍ୟ ଖର୍ଚ୍ଚ ଛାଡ଼ନ୍ତୁ, କୁହାଯାଉଛି ପୁରୁଷ ହକି ୱାର୍ଲ୍‌ଡ୍‌ କପ୍‌ ପାଇଁ ବାରବାଟୀ ଷ୍ଟାଡିଅମ୍‌ରେ ଆୟୋଜିତ ସେଲିବ୍ରେସନ୍‌ରେ ‘ଦବଙ୍ଗ୍‌’ ଖାନ୍‌ଙ୍କୁ ‘ହକି ଇଣ୍ଡିଆ’ ଜରିଆରେ ମୋଟା ଟଙ୍କା ଦେଇ ଓଡ଼ିଶା ଅଣା ଯାଇଥିଲା।  ସୋଶାଲ୍‌ ମିଡିଆରେ ଏବେ ଭାଇରାଲ୍‌ ହୋଇଥିବା ଏହି […]

sallu_check

sallu_check

Premananda Dash
  • Published: Thursday, 29 November 2018
  • Updated: 29 November 2018, 03:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କଟକକୁ ଭଡ଼ାରେ ଆସିଥିଲେ ବଲିଉଡ୍‌ 'ଭାଇଜାନ୍‌'। ଆଡ୍‌ଭାନ୍‌ସ୍‌ ନେଇଥିଲେ କୋଟିଏ ୮୯ ଲକ୍ଷ। ଆଉ ସମୁଦାୟ ୧୫ ମିନିଟ୍‌ ପାଇଁ ୫ କୋଟିରୁ ଟଙ୍କାଟିଏ ବି କମ୍‌ ନେଇ ନାହାନ୍ତି।  ଆସିବା ଯିବା ଆଉ ଅନ୍ୟାନ୍ୟ ଖର୍ଚ୍ଚ ଛାଡ଼ନ୍ତୁ, କୁହାଯାଉଛି ପୁରୁଷ ହକି ୱାର୍ଲ୍‌ଡ୍‌ କପ୍‌ ପାଇଁ ବାରବାଟୀ ଷ୍ଟାଡିଅମ୍‌ରେ ଆୟୋଜିତ ସେଲିବ୍ରେସନ୍‌ରେ 'ଦବଙ୍ଗ୍‌' ଖାନ୍‌ଙ୍କୁ 'ହକି ଇଣ୍ଡିଆ' ଜରିଆରେ ମୋଟା ଟଙ୍କା ଦେଇ ଓଡ଼ିଶା ଅଣା ଯାଇଥିଲା। 

ସୋଶାଲ୍‌ ମିଡିଆରେ ଏବେ ଭାଇରାଲ୍‌ ହୋଇଥିବା ଏହି ଚେକ୍‌ ଅନୁସାରେ  'ହକି ଇଣ୍ଡିଆ' ପକ୍ଷରୁ କେହି ମୁସ୍ତାକ୍‌ ଅହମ୍ମଦ୍‌ ସଲମାନ୍‌ଙ୍କ ବିଜୟା ବ୍ୟାଙ୍କ୍ ଆକାଉଣ୍ଟ୍‌ରେ ଏହି ଅଗ୍ରୀମ ଚେକ୍‌ (ଏକ କୋଟି ୮୯ ଲକ୍ଷ ଟଙ୍କାର) ଡିପୋଜିଟ୍‌ କରିଛନ୍ତି। ଚେକ୍‌ଟି ୨୦୧୮ ନଭେମ୍ବର ୨୭ ତାରିଖକୁ ଦିଆଯାଇଛି।

ଅଗ୍ରୀମ ଚେକ୍‌ ପାଇବା ପରେ ହକି ଇଣ୍ଡିଆ ନୁହେଁ, ବରଂ ଓଡ଼ିଶା ମୁଖ୍ୟମନ୍ତ୍ରୀ, କଟକ ଓ କଟକର ଦହିବରାକୁ ତାରିଫ୍‌ କରି ଏକ ସ୍କ୍ରିପ୍‌ଟ ମଧ୍ୟ ସଲମାନ୍‌ଙ୍କୁ ଧରାଇ ଦିଆଯାଇଥିଲା। କୁହାଯାଉଛି, 'ହକି ଇଣ୍ଡିଆ' ଚେକ୍‌ ଦେଇଥିଲେ ହେଁ ସେ ପଢ଼ିଥିବା ସ୍କ୍ରିପ୍‌ଟ ଅନୁସାରେ ହକି ଇଣ୍ଡିଆକୁ ଭୁଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ବଲିଉଡ୍‌ର ଏହି ମେଗାଷ୍ଟାର।

ଏବେ କଥା ଉଠିଛି ଯେ ଶାହାରୁଖ, ମାଧୁରୀ, ରହମାନ୍‌ ଓ ସଲ୍‌ମାନ୍‌ଙ୍କୁ ଓଡ଼ିଶା ଆଣିବା ପାଇଁ 'ହକି ଇଣ୍ଡିଆ' ନିଜ ପାଣ୍ଠିରୁ ହାତ ଏମିତି ଖୋଲି ଦେଇଛି ନା ଆଉ କେହି ପଛ ଦ୍ୱାରରେ ରହି ଏମିତି କୋଟି କୋଟି ଟଙ୍କା ବଲିଉଡ୍‌କୁ ଦେଇଛି ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos