Advertisment

ସଲମାନ ଖାନ୍‌ଙ୍କୁ ଯାଞ୍ଚ କଲେ ନୟାଗଡ଼ ଟୋକା

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ସଲମାନ୍‌ ଖାନଙ୍କୁ ଯାଞ୍ଚ କଲେ ନୟାଗଡ଼ ଟୋକା ସୋମନାଥ ମହାନ୍ତି। ଆଉ ସେହି ଯାଞ୍ଚକୁ ସମ୍ମାନ ଜଣାଇ ମୁହଁରୁ ମାସ୍କ ଖୋଲି ସହଯୋଗ କଲେ ସଲମାନ୍‌। ଏପରି ଘଟଣା ମାୟାନଗରୀ ମୁମ୍ୱାଇ ବିମାନ ବନ୍ଦରରେ ଘଟିଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ପୂରା ଘଟଣାଟି ଏମିତି। ନୟାଗଡ଼ ଜିଲ୍ଲା ପାଣିପୋଇଲା ଘଣ୍ଟାସାହିର ସୋମନାଥ ମହାନ୍ତି ହେଉଛନ୍ତି ଜଣେ ସିଆଇଏସ୍‌ଏଫ୍‌ ଯବାନ। ସେ ମୁମ୍ୱାଇ ବିମାନ ବନ୍ଦରର ମୁଖ୍ୟ ପ୍ରବେଶ […]

ସଲମାନ ଖାନ୍‌ଙ୍କୁ ଯାଞ୍ଚ କଲେ ନୟାଗଡ଼ ଟୋକା

salman khan

Advertisment

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ସଲମାନ୍‌ ଖାନଙ୍କୁ ଯାଞ୍ଚ କଲେ ନୟାଗଡ଼ ଟୋକା ସୋମନାଥ ମହାନ୍ତି। ଆଉ ସେହି ଯାଞ୍ଚକୁ ସମ୍ମାନ ଜଣାଇ ମୁହଁରୁ ମାସ୍କ ଖୋଲି ସହଯୋଗ କଲେ ସଲମାନ୍‌। ଏପରି ଘଟଣା ମାୟାନଗରୀ ମୁମ୍ୱାଇ ବିମାନ ବନ୍ଦରରେ ଘଟିଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Advertisment

ପୂରା ଘଟଣାଟି ଏମିତି। ନୟାଗଡ଼ ଜିଲ୍ଲା ପାଣିପୋଇଲା ଘଣ୍ଟାସାହିର ସୋମନାଥ ମହାନ୍ତି ହେଉଛନ୍ତି ଜଣେ ସିଆଇଏସ୍‌ଏଫ୍‌ ଯବାନ। ସେ ମୁମ୍ୱାଇ ବିମାନ ବନ୍ଦରର ମୁଖ୍ୟ ପ୍ରବେଶ ପଥର ସୁରକ୍ଷା ଦାୟିତ୍ୱରେ ଥିଲେ। ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ସଲମାନ ଖାନ ନିଜ ବିଳାସପୂର୍ଣ୍ଣ କାରରୁ ଓହ୍ଲାଇ ବିମାନବନ୍ଦର ଗେଟ୍‌ ଆଡ଼କୁ ମାଡ଼ି ଆସୁଥିଲେ। ସାଥୀରେ ଥିଲେ ପୂରା ଟିମ୍‌। ଏହି ସମୟରେ ପ୍ରବେଶ ଥରେ ସଲମାନଙ୍କୁ ଅଟକାଇ ଥିଲେ ସିଆଇଏସ୍‌ଏଫ୍‌ ଯବାନ ସୋମନାଥ ମହାନ୍ତି।

ସଲମାନ ଖାନ ଜାଣିପାରି ଆଉ ଆଗକୁ ନବଢ଼ି ଅଟକିଥିଲେ। ମୁହଁରୁ ମାସ୍କ ଖୋଲି ଯାଞ୍ଚରେ ସହଯୋଗ କରିଥିଲେ। ଯାଞ୍ଚ ସରିବା ପରେ ବିମାନ ବନ୍ଦର ଭିତରକୁ ପ୍ରବେଶ କରିଥିଲେ ସଲମାନ ଖାନ୍‌ ଓ ତାଙ୍କ ପୂରା ଟିମ୍‌। ସିଆଇଏସ୍‌ଏଫ୍‌ ଯବାନ ସୋମନାଥ ମହାନ୍ତିଙ୍କ ଏପରି ଉଦ୍ୟମକୁ ବହୁ ପ୍ରଶଂସା କରାଯାଇଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପାସ୍‌ କରିବା ପରେ ୨୦୧୮ ମସିହାରେ CISFରେ ଯୋଗଦେଇଥିଲେ ସୋମନାଥ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe