Advertisment

ସମବାୟ ନିର୍ବାଚନ ପାଇଁ ବାଜିଲା ବିଗୁଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇନଗତ ସମସ୍ୟା ଯୋଗୁ ରାଜ୍ୟରେ ପୌର ନିର୍ବାଚନକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ସମବାୟ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସମବାୟ ନିର୍ବାଚନ ପ୍ରକ୍ରିୟାକୁ ୨୦୨୦ ମସିହା ଜାନୁୟାରୀ ମାସ ପୂର୍ବରୁ ସମ୍ପୂର୍ଣ୍ଣ କରିବା ଜରୁରୀ ଥିବାରୁ ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଆସନ୍ତା ମାସରୁ ସମବାୟ ନିର୍ବାଚନର ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ ପାଇଁ ପଦକ୍ଷେପ ନେଇଛନ୍ତି। ଗତଥର ଭଳି ଏଥର ମଧ୍ୟ ସମବାୟଗୁଡ଼ିକୁ […]

ଅଦ୍ୟତନ ହୋଇଛି
୪୯ ଜଣ ବିଧାୟକଙ୍କ ନାଁରେ ରହିଛି ସଙ୍ଗିନ୍‌ ଅପରାଧ ମାମଲା

mla

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇନଗତ ସମସ୍ୟା ଯୋଗୁ ରାଜ୍ୟରେ ପୌର ନିର୍ବାଚନକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ସମବାୟ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସମବାୟ ନିର୍ବାଚନ ପ୍ରକ୍ରିୟାକୁ ୨୦୨୦ ମସିହା ଜାନୁୟାରୀ ମାସ ପୂର୍ବରୁ ସମ୍ପୂର୍ଣ୍ଣ କରିବା ଜରୁରୀ ଥିବାରୁ ରାଜ୍ୟ ସମବାୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଆସନ୍ତା ମାସରୁ ସମବାୟ ନିର୍ବାଚନର ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ ପାଇଁ ପଦକ୍ଷେପ ନେଇଛନ୍ତି। ଗତଥର ଭଳି ଏଥର ମଧ୍ୟ ସମବାୟଗୁଡ଼ିକୁ କବଜା କରିବା ପାଇଁ ଶାସକ ବିଜେଡି ଜୋରଦାର ପ୍ରସ୍ତୁତି ଚଳେଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସମବାୟ ନିର୍ବାଚନ କମିଶନ ଗତ ୫ ତାରିଖରେ ସମବାୟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ସମବାୟ ସମିତିଗୁଡ଼ିକରେ ନିର୍ବାଚନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ପାଇଁ ପରାମର୍ଶ ଦେଇଛନ୍ତି। ସମସ୍ତ ସମବାୟ ସମିତିର କାର୍ଯ୍ୟକାଳ ଶେଷ ହେଉଥିବାରୁ ଆସନ୍ତା ୨୦୨୦ ଜାନୁୟାରୀ ମାସ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ଜରୁରୀ। ତେଣୁ ଅକ୍ଟୋବର ମାସରୁ ଏହି ନିର୍ବାଚନ ନିମନ୍ତେ ଆବଶ୍ୟକ ପ୍ରସ୍ତୁତି କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାପରେ ରାଜ୍ୟ ସମବାୟ ରେଜିଷ୍ଟ୍ରାର ସମସ୍ତ ଡିଭିଜନର ଉପସମବାୟ ନିବନ୍ଧକଙ୍କୁ ଏନେଇ ପଦକ୍ଷେପ ନେବାକୁ କହିଛନ୍ତି। ଏହାସହିତ ସମବାୟ ନିର୍ବାଚନ ଗାଇଡଲାଇନ୍ ଅନୁସାରେ କେତେ ସଂଖ୍ୟକ ନିର୍ବାଚନ ଅଧିକାରୀ, ପ୍ରିଜାଇଡିଂ ଅଫିସର ଓ ପୁଲିଂ ଅଧିକାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜନ କରାଯିବ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ କହିଛନ୍ତି।

ଏପଟେ ଶାସକ ବିଜେଡି ପକ୍ଷରୁ ସମସ୍ତ ଜିଲ୍ଲାର ବିଧାୟକ ଓ ଦଳୀୟ ନେତାମାନଙ୍କୁ ସମବାୟ ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦିଆଯାଇଛି। ଗତଥର ଭଳି ଏଥର ସମସ୍ତ ସମବାୟ ସମିତିକୁ ନିଜ ଦଖଲରେ ରଖିବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭିନ୍ନ ଜିଲ୍ଲାର ଦଳୀୟ ବିଧାୟକ ଓ ନେତାମାନଙ୍କ ସହ ବୈଠକ କରି ସମବାୟ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଥିବା ପ୍ରାୟ ୭,୦୭୩ଟି ପ୍ରାଥମିକ ସମବାୟ ସମିତି ଓ ୨୧ଟି ଶୀର୍ଷ ସମବାୟ ସମିତିର ପରିଚାଳନା କମିଟି ଉପରେ ଏକଚାଟିଆ ଅଧିକାର ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତଥର ଦୁଇଟି ପର୍ଯ୍ୟାୟରେ ୭,୦୭୩ଟି ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe