Advertisment

ସମ୍ୱଲପୁର ଶୀତଳ ଷଷ୍ଠୀ : ଆଜି ହେବ ଦେବଦମ୍ପତ୍ତିଙ୍କ ମହା ବିବାହ

ସମ୍ବଲପୁର : ଆଜି ହେଉଛି ସମ୍ୱଲପୁରର ପ୍ରସିଦ୍ଧ ପର୍ବ ଶୀତଳ ଷଷ୍ଠୀ ଯାତ୍ରା। ଆଜି ହେବ ଦେବ ଦମ୍ପତ୍ତିଙ୍କ ମହା ବିବାହ । ରାତିରେ ଦେବଦେବ ମହାଦେବଙ୍କ ଯଥାରିତୀ ପୁଜାର୍ଚ୍ଚନା ପରେ ମନ୍ଦିରରୁ ଆଣି ପରଭା ମଧ୍ୟରେ ସୁନାରୁପା ଖଚିତ ବିମାନରେ ଉପବେଶନ କରାଯିବ । ବିବାହ ଶୋଭାଯାତ୍ରାରେ ପାଇଁ ବିଳମ୍ୱିତ ରାତିରେ ବିଭିନ୍ନ ଶିବାଳୟରୁ ମହାଦେବ ବରବେଶ ସାଜି ବ୍ରାହ୍ମଣ ପୁରୋହିତ ଓ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବାହାରିବେ । ଶ୍ରଦ୍ଧାଳୁମାନେ ବିମାନକୁ କାନ୍ଧରେ ବୋହି […]

ଅଦ୍ୟତନ ହୋଇଛି
ସମ୍ୱଲପୁର ଶୀତଳ ଷଷ୍ଠୀ : ଆଜି ହେବ ଦେବଦମ୍ପତ୍ତିଙ୍କ ମହା ବିବାହ

sambalpur

Advertisment

ସମ୍ବଲପୁର : ଆଜି ହେଉଛି ସମ୍ୱଲପୁରର ପ୍ରସିଦ୍ଧ ପର୍ବ ଶୀତଳ ଷଷ୍ଠୀ ଯାତ୍ରା। ଆଜି ହେବ ଦେବ ଦମ୍ପତ୍ତିଙ୍କ ମହା ବିବାହ । ରାତିରେ ଦେବଦେବ ମହାଦେବଙ୍କ ଯଥାରିତୀ ପୁଜାର୍ଚ୍ଚନା ପରେ ମନ୍ଦିରରୁ ଆଣି ପରଭା ମଧ୍ୟରେ ସୁନାରୁପା ଖଚିତ ବିମାନରେ ଉପବେଶନ କରାଯିବ । ବିବାହ ଶୋଭାଯାତ୍ରାରେ ପାଇଁ ବିଳମ୍ୱିତ ରାତିରେ ବିଭିନ୍ନ ଶିବାଳୟରୁ ମହାଦେବ ବରବେଶ ସାଜି ବ୍ରାହ୍ମଣ ପୁରୋହିତ ଓ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବାହାରିବେ । ଶ୍ରଦ୍ଧାଳୁମାନେ ବିମାନକୁ କାନ୍ଧରେ ବୋହି ବିବାହ ଶୋଭାଯାତ୍ରାରେ ସାମିଲ ହେବେ । ଶୋଭାଯାତ୍ରାରେ ବି ସାମିଲ ହେବେ  ଦେବ, ନର ଓ କିନ୍ନର । ଦୁଲଦୁଲି , ଢୋଲ-ନିଶାନ-ତାଶା ବାଦ୍ୟ ଓ ବାଣର ରୋଷଣୀ ସାଙ୍ଗକୁ ଲୋକଗୀତ ଓ ଲୋକନୃତ୍ୟର ତାଳେତାଳେ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଯାଇ ପହଞ୍ଚିବ କନ୍ୟାଘରେ । ପରମ୍ପରା ଅନୁସାରେ କନ୍ୟାଘର ନିକଟରେ ପହଂଚିବା ପରେ ମହାଦେବଙ୍କୁ  ବାଟ ବରଣୀ କରି ବେଦୀକୁ ନିଆଯିବ। ସଂପୁର୍ଣ୍ଣ ବୈଦିକ ରିତିନିତିରେ ପୁରୋହିତଙ୍କ ମନ୍ତ୍ରୋଚାରଣ ମଧ୍ୟରେ ହାତ ଗଣ୍ଠି ପଡିବା ସହ ସମ୍ପନ୍ନ ହେବ ବିବାହ।  ସମ୍ୱଲପୁର ଶୀତଳଷଷ୍ଠୀଯାତ୍ରାର ଏହି ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ସମାଗମ ହେବ । ଗତକାଲି ରାତିରେ ସହରର ବିଭିନ୍ନ ଶିବ ମନ୍ଦିରରୁ ହନୁମାନ ମହାପ୍ରଭୁ ହନୁମାନ ନିଉତାରେ ବାହାରି  ବିଭିନ୍ନ ଦେବାଦେବୀ ମନ୍ଦିରରେ ଗୁଆ-ହଳଦୀ ଦେଇ ଦେବ ନିମନ୍ତ୍ରଣ କରାଯାଇଥିଲା ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe