Advertisment

ସମ୍ବଲପୁରରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ; ଆଉ ଦୁଇ ଅଭିଯୁକ୍ତ ଗିରଫ

ସମ୍ୱଲପୁର: ସମ୍ୱଲପୁରରେ  ବିବାହିତା ମହିଳା ବଳାତ୍କାର ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ପୂର୍ବରୁ ଗିରଫ କରିଥିବା ବେଳେ ଆଜି ତାର ଅନ୍ୟ ୩ ଜଣ ସହଯୋଗୀଙ୍କ ମଧ୍ୟରୁ ୨ ଜଣଙ୍କୁ ଧରି ଅଟକ ରଖିଛି। ଉଭୟ ପୀଡିତା ଓ ଅଭିଯୁକ୍ତର ଆଜି ଡାକ୍ତରୀ ମାଇନା ମଧ୍ୟ କରାଯାଇଛି। ପୋଲିସ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି। ଗତକାଲି ସଂଧ୍ୟା ୭ଟାରେ ଏହି ମହିଳାଙ୍କୁ ଟେକିନେଇ ବଳାତ୍କାର କରାଯାଇଥିବା ନେଇ ଧନୁପାଲି ଥାନାରେ ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ […]

author-image
Rakesh Mallick
ଅଦ୍ୟତନ ହୋଇଛି

railroka

ସମ୍ୱଲପୁର: ସମ୍ୱଲପୁରରେ  ବିବାହିତା ମହିଳା ବଳାତ୍କାର ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ପୂର୍ବରୁ ଗିରଫ କରିଥିବା ବେଳେ ଆଜି ତାର ଅନ୍ୟ ୩ ଜଣ ସହଯୋଗୀଙ୍କ ମଧ୍ୟରୁ ୨ ଜଣଙ୍କୁ ଧରି ଅଟକ ରଖିଛି। ଉଭୟ ପୀଡିତା ଓ ଅଭିଯୁକ୍ତର ଆଜି ଡାକ୍ତରୀ ମାଇନା ମଧ୍ୟ କରାଯାଇଛି। ପୋଲିସ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି। ଗତକାଲି ସଂଧ୍ୟା ୭ଟାରେ ଏହି ମହିଳାଙ୍କୁ ଟେକିନେଇ ବଳାତ୍କାର କରାଯାଇଥିବା ନେଇ ଧନୁପାଲି ଥାନାରେ ଅଭିଯୋଗ ହୋଇଥିଲା।

Advertisment

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ସଂଧ୍ୟା ପ୍ରାୟ ୭ଟାରେ ସେ ନିଜ ମାଉସୀ ପୁଅ ସହିତ ସମ୍ୱଲପୁରକୁ ଜିନିଷପତ୍ର କିଣାକିଣି କରିବାକୁ ଆସୁଥିବା ବେଳେ ଧନୁପାଲି ଛକ ନିକଟରୁ ମୁଖ୍ୟ ଅଭିଯୁକ୍ତ ଓ ତା’ର ଦୁଇ ସହଯୋଗୀ ସେମାନଙ୍କୁ ଅଟକାଇ ଥିଲେ। ତାଙ୍କ ଭାଇ ମୁଣ୍ଡରେ ଛୁରା ରଖି ତାଙ୍କୁ କାରରେ ଅପହରଣ କରି ନେଇଥିଲେ। ଏକ ଜଙ୍ଗଲିଆ ଜାଗାକୁ ତାଙ୍କୁ ନେଇ ଯାଇଥିଲେ ଓ ସେଠାରେ ମୁଖ୍ୟ ଅଭିଯୁକ୍ତ ତାକୁ ବାଳାତ୍କାର କରିଥିଲା। ତା’ପରେ ସେମାନେ ସେଠାରୁ ଚାଲି ଯାଇଥିଲେ।

ପୀଡିତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ପୂର୍ବରୁ ତାଙ୍କୁ ହଇରାଣ କରି ଆସୁଥିଲେ। ସେ ସମ୍ବଲପୁର ନିକଟସ୍ଥ ନକ୍ସାପାଲିରେ ରହୁଥିବା ତାଙ୍କ ମାଉସୀ ଘରକୁ ବେଳେ ଆସୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ତାକୁ ହଇରାଣ କରୁଥିଲା।

Advertisment