Advertisment

ସମ୍ବଲପୁରରେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ କଳା ପତାକା ଦେଖାଇ ୨୦ ବିଜେପି କର୍ମୀ ଅଟକ

ସମ୍ବଲପୁର: ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଆଜି ସମ୍ବଲପୁର ପ୍ରେସ୍ କ୍ଲବର ‘ମିଟ୍‌ ଦି ପ୍ରେସ୍‌’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ୫୩ ନମ୍ବର ଜାତୀୟ ରାଜପଥର ଅଇଁଠାପାଲି ଛକ ନିକଟରେ ବିଜେପି କର୍ମୀମାନେ ତାଙ୍କୁ କଳାପତାକା ଦେଖାଇ ଥିଲେ। ଏହି ଘଟଣାରେ ପୋଲିସ୍ ୨୦ରୁ ଅଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି। ବିଜେପି ପକ୍ଷରୁ କୁହାଯାଇଛି ଯେ ବରଗଡ଼ରେ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ିର କାଚକୁ ବିଜେଡି ନେତା ଓ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସମ୍ବଲପୁରରେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ କଳା ପତାକା ଦେଖାଇ ୨୦ ବିଜେପି କର୍ମୀ ଅଟକ

bjp-black-flag

[caption id="attachment_92619" align="alignleft" width="150"]snehanginiମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ[/caption]

Advertisment

ସମ୍ବଲପୁର: ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଆଜି ସମ୍ବଲପୁର ପ୍ରେସ୍ କ୍ଲବର ‘ମିଟ୍‌ ଦି ପ୍ରେସ୍‌’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ୫୩ ନମ୍ବର ଜାତୀୟ ରାଜପଥର ଅଇଁଠାପାଲି ଛକ ନିକଟରେ ବିଜେପି କର୍ମୀମାନେ ତାଙ୍କୁ କଳାପତାକା ଦେଖାଇ ଥିଲେ। ଏହି ଘଟଣାରେ ପୋଲିସ୍ ୨୦ରୁ ଅଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି।

ବିଜେପି ପକ୍ଷରୁ କୁହାଯାଇଛି ଯେ ବରଗଡ଼ରେ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ିର କାଚକୁ ବିଜେଡି ନେତା ଓ କର୍ମୀମାନେ ବିନା କାରଣରେ ଭାଙ୍ଗି ଦେଇଥିଲେ। ତାର ଜବାବ ସମ୍ବଲପୁରରେ ଦିଆଯାଉଛି। କୌଣସି ବିଜେଡି ନେତା ଓ ମନ୍ତ୍ରୀଙ୍କୁ ସମ୍ବଲପୁରରେ ପୂରାଇ ଦିଆଯିବ ନାହିଁ ବୋଲି ଦଳର ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର କହିଛନ୍ତି।

Advertisment

ଅନ୍ୟପକ୍ଷରେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ସେଦିନର ଘଟଣା ସଂପର୍କରେ ତାଙ୍କୁ କିଛି ଜଣାନାହିଁ ବୋଲି କହିଛନ୍ତି।

ସେ କହିଛନ୍ତି,“ବରଗଡ଼ରେ କେନ୍ଦ୍ର ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମୋତେ କିମ୍ବା ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା। ନିମନ୍ତ୍ରଣ କରାଯାଇଥିଲେ ନିଶ୍ଚିତ ଯାଇଥାଆନ୍ତି। ସେଦିନ କେନ୍ଦ୍ରମନ୍ତ୍ରୀଙ୍କୁ ବିରୋଧ ସ୍ୱତଃପ୍ରବୃତ୍ତ ଥିଲା।”

ସମ୍ବଲପୁର ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି,“ବିଜେପି କେବଳ ବିରୋଧ କରିବା ପାଇଁ ବିରୋଧ କରୁଛି। ଏହା ଠିକ୍ ନୁହେଁ।”