Advertisment

ଟ୍ରାଫିକ୍ ଜାମ୍‌ରେ ଘାଣ୍ଟି ହେଉଛନ୍ତି ସମ୍ବଲପୁରବାସୀ

ସମ୍ବଲପୁର(ସଞ୍ଜୟ ଜେନା): ବିଗିଡ଼ିବାରେ ଲାଗିଛି ସମ୍ବଲପୁର ସହରର ଟ୍ରାଫିକ୍ ବ୍ୟବସ୍ଥା। ଖାଲଖମା ସାଙ୍ଗକୁ ସଂକୀର୍ଣ୍ଣ ରାସ୍ତା ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଟ୍ରାଫିକ କର୍ମଚାରୀଙ୍କ ଅନୁପସ୍ଥିତି ହେଉଛି ଏହାର ପ୍ରମୁଖ କାରଣ। ପୁଣି ପାର୍ବଣର ମାହୋଲ ଏହି ସମସ୍ୟାକୁ ଆହୁରି ଜଟିଳ କରି ଦେଇଛି। ଆଗକୁ ଦଶହରା ଥିବା ବେଳେ ବିଭିନ୍ନ ପୂଜା ମଣ୍ଡପ ଓ ଅନୁଷ୍ଠାନ ମୁଖ୍ୟ ରାସ୍ତାଗୁଡ଼ିକୁ ଅବରୋଧ କରି ଲାଇଟ୍ ଗେଟ୍ ତିଆରି କରିଛନ୍ତି। ଏହା ଟ୍ରାଫିକ୍ ସମସ୍ୟାକୁ ବଢ଼ାଇ ଦେଇଛି। ଏହାର ଏକ […]

ଟ୍ରାଫିକ୍ ଜାମ୍‌ରେ ଘାଣ୍ଟି ହେଉଛନ୍ତି ସମ୍ବଲପୁରବାସୀ

sm-road

Advertisment

ସମ୍ବଲପୁର(ସଞ୍ଜୟ ଜେନା): ବିଗିଡ଼ିବାରେ ଲାଗିଛି ସମ୍ବଲପୁର ସହରର ଟ୍ରାଫିକ୍ ବ୍ୟବସ୍ଥା। ଖାଲଖମା ସାଙ୍ଗକୁ ସଂକୀର୍ଣ୍ଣ ରାସ୍ତା ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଟ୍ରାଫିକ କର୍ମଚାରୀଙ୍କ ଅନୁପସ୍ଥିତି ହେଉଛି ଏହାର ପ୍ରମୁଖ କାରଣ।

Advertisment

ପୁଣି ପାର୍ବଣର ମାହୋଲ ଏହି ସମସ୍ୟାକୁ ଆହୁରି ଜଟିଳ କରି ଦେଇଛି। ଆଗକୁ ଦଶହରା ଥିବା ବେଳେ ବିଭିନ୍ନ ପୂଜା ମଣ୍ଡପ ଓ ଅନୁଷ୍ଠାନ ମୁଖ୍ୟ ରାସ୍ତାଗୁଡ଼ିକୁ ଅବରୋଧ କରି ଲାଇଟ୍ ଗେଟ୍ ତିଆରି କରିଛନ୍ତି। ଏହା ଟ୍ରାଫିକ୍ ସମସ୍ୟାକୁ ବଢ଼ାଇ ଦେଇଛି। ଏହାର ଏକ ଉହାରଣ ହେଉଛି ସହରର ବ୍ୟସ୍ତ ବହୁଳ ଚର୍ଚ୍ଚ ଛକ ଓ ବୁଢାରଜା ମଧ୍ୟରେ ଥିବା ରାସ୍ତା ଓ ରେଲେଓ୍ୱ ଓଭର ବ୍ରିଜ। ଥରେ ବ୍ରିଜ୍‌ର ଟ୍ରାଫିକ୍ ଜାମ୍‌ରେ ଫସିଗଲେ କେତେବେଳେ ସେଠାରୁ ମୁକୁଳିବେ, ତାହା କହିବା ମୁସ୍କିଲ। ଟ୍ରାଫିକ୍ ଜାମ୍‌ରୁ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ିକୁ ମଧ୍ୟ ନିସ୍ତାର ମିଳୁନି। ତେଣୁ ଆମ୍ବୁଲାନ୍ସରେ ଯାଉଥିବା ରୋଗୀଙ୍କ ଅବସ୍ଥା କିପରି ହେଉଥିବ ତାହା ବେଶ ଅନୁମେୟ।

ସମ୍ବଲପୁର ବାସିନ୍ଦା ଲଳିତ ଶର୍ମାଙ୍କ କହିବା କଥା, ସହରରେ ଦିନକୁ ଦିନ ଗାଡିମୋଟର ସଂଖ୍ୟା ବୃଦ୍ଧି ପାଉଛି। ହେଲେ ନା ରାସ୍ତାଗୁଡ଼ିକୁ ଚଉଡ଼ା କରାଯାଉଛି ନା ବିକଳ୍ପ ବ୍ୟବସ୍ଥା କରାଯାଉଛି। ସେହିପରି ରାସ୍ତା ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉନି। ଟ୍ରାଫିକ୍ ନିୟନ୍ତ୍ରଣ ନିମନ୍ତେ ପୁଲିସ କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଉନି। ରାସ୍ତା ଅବରୋଧ ହଟାଇବାକୁ ପ୍ରଶାସନ ପଦକ୍ଷେପ ନେଉନି। ତେଣୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ନିତିଦିନ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୁଲିସ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ପୁଲିସ ପ୍ରଶାସନ ଓ ସରକାର କେବଳ ସାଧାରଣ ଗାଡ଼ି ଚାଳକଙ୍କୁ ଜରିମାନା କରିବାରେ ବ୍ୟସ୍ତ ରହିଛି।

Advertisment

ସମ୍ବଲପୁର ବାସିନ୍ଦା ଦେବେନ୍ଦ୍ର ପ୍ରଧାନ ଓ ସୁକାନ୍ତ କର କହିଛନ୍ତି, ବିଶେଷ ଭାବେ ଅଫିସ ପହଞ୍ଚିବା ସମୟ ଦିନ ୯ଟାରୁ ୧୨ ଓ ଅଫିସ୍‌ ଛୁଟି ପରେ ବାହାରିବା ସମୟ ଅପରାହ୍ନ ୫ଟାରୁ ରାତି ୮ ପର୍ଯ୍ୟନ୍ତ ରାସ୍ତା ଜାମ୍ ହେଉଛି। ସମ୍ବଲପୁର ସହରର ଗୋଟିଏ ପଟେ ବୁଢ଼ାରଜା ଓ ଅନ୍ୟପଟେ ହସ୍ପିଟାଲ ଛକ ରହିଛି। ଏହି ଦୁଇସ୍ଥାନକୁ ସଂଯୋଗ କରୁଥିବା ରାସ୍ତା ବିଶେଷ ଭାବେ ଭିଡ଼ ହେଉଛି। ଭିଡ଼ ସମୟରେ ଭାରୀ ଯାନ ଚଳାଚଳ ଉପରେ ରୋକ ଲଗାଯାଉନି କିମ୍ବା ସେମାନଙ୍କ ଯାତାୟତ ନିମନ୍ତେ ବିକଳ୍ପ ରାସ୍ତା ମଧ୍ୟ କରାଯାଉନି। ଫଳରେ ଏହା ଟ୍ରାଫିକ୍ ଜାମ୍ ସମସ୍ୟାକୁ ଦୁଇଗୁଣିତ କରୁଛି। ପାର୍ବଣ ମାହୋଲରେ ଅନେକ ପୂଜାପାଳନ କରୁଥିବା ଅନୁଷ୍ଠାନ ରାସ୍ତାକୁ ଦଖଲ କରି ତୋରଣ ନିର୍ମାଣ କରୁଛନ୍ତି। ଏହାକୁ ବନ୍ଦ କରିବା ଉଚିତ୍। ପ୍ରଶାସନ ଏହା ଉପରେ ଠୋସ୍ ପଦକ୍ଷେପ ନେବା କଥା।

ଟ୍ରାଫିକ ବିଭାଗ ଡିଏସପି. ନରେନ୍ଦ୍ର କୁମାର ଷଡ଼ଙ୍ଗୀ କହିଛନ୍ତି, ଭିଡ଼ ହେଉଥିବା ଛକମାନଙ୍କରେ ଖୁବଶୀଘ୍ର ଅଧିକ ସଂଖ୍ୟକ ପୁଲିସ ମୁତୟନ କରାଯିବ। ଭିଡ଼ ହେଉଥିବା ବ୍ରିଜ୍ ଓ ରାସ୍ତା ଉପରେ ଡିଭାଇଡର ଲଗାଯିବ। ୱାନ୍ ଲାଇନ୍ ଯାତାୟତ ବ୍ୟବସ୍ଥା କରାଯିବ। ଚର୍ଚ୍ଚ ଛକ-ବୁଢାରଜା ରାସ୍ତା ସମ୍ବଲପୁର ସହରକୁ ପ୍ରବେଶ ଓ ପ୍ରସ୍ଥାନର ଏକମାତ୍ର ରାସ୍ତା ହୋଇଥିବାରୁ ଅଧିକ ଗାଡ଼ିମୋଟର ଯାତାୟତ ଜନିତ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ତଥାପି ଟ୍ରାଫିକ୍ ସମସ୍ୟାର ସମାଧାନ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe