ସମ୍ବଲପୁର: ଦମ୍ପତ୍ତିଙ୍କୁ ଘର ଭିତରେ ହତ୍ୟା

ସମ୍ବଲପୁର: ସମ୍ୱଲପୁର ଜିଲ୍ଲା ଚିପିଲିମା ଥାନା ଅନ୍ତର୍ଗତ  ବନ୍ଧପାଲି ଗାଁରେ ଆଜି ଏକ ନିଃସନ୍ତାନ ଦମ୍ପତ୍ତିଙ୍କୁ ଘର ଭିତରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକମାନେ ହେଲେ ଚିତ୍ତରଂଜନ ନାୟକ ଓ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି ନାୟକ। ହତ୍ୟାକାଣ୍ଡ ପରେ ବାହାର ପଟ କବାଟରେ ତାଲା ଦେଇ ହତ୍ୟାକାରୀ ଫେରାର ହୋଇଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ମୃତ ଦେହ ଜବତ କରିଥିଲା ପୋଲିସ୍। ସାଇନଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି […]

sbbbpp

Rakesh Mallick
  • Published: Tuesday, 26 May 2015
  • , Updated: 26 May 2015, 05:11 PM IST

ସମ୍ବଲପୁର: ସମ୍ୱଲପୁର ଜିଲ୍ଲା ଚିପିଲିମା ଥାନା ଅନ୍ତର୍ଗତ  ବନ୍ଧପାଲି ଗାଁରେ ଆଜି ଏକ ନିଃସନ୍ତାନ ଦମ୍ପତ୍ତିଙ୍କୁ ଘର ଭିତରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକମାନେ ହେଲେ ଚିତ୍ତରଂଜନ ନାୟକ ଓ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି ନାୟକ। ହତ୍ୟାକାଣ୍ଡ ପରେ ବାହାର ପଟ କବାଟରେ ତାଲା ଦେଇ ହତ୍ୟାକାରୀ ଫେରାର ହୋଇଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ମୃତ ଦେହ ଜବତ କରିଥିଲା ପୋଲିସ୍। ସାଇନଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଚିତ୍ତରଂଜନଙ୍କ ଘରର କବାଟ ନ ଖୋଲିବାରୁ ପଡୋଶୀମାନେ ଏ ସଂପର୍କରେ ପୋଲିସକୁ ଖବର ଦେଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଘରର ବାହାର କବାଟ ଭାଙ୍ଗି ଭିତରକୁ ପଶିଥିଲା। ଘରର ଭିତର କବାଟ ତାଲା ଭାଙ୍ଗିବା ପରେ ମୃତ ଦେହ ଦୁଇଟିକୁ ଠାବ କରାଯାଇଥିଲା।

ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ହତ୍ୟାକାଣ୍ଡ ଘଟଣାରେ ୨ ରୁ ଅଧିକ ଜଣଙ୍କର ସଂପୃକ୍ତି ଅଛି ବୋଲି କହିଛି। ତେବେ ଧାନ କିଣାବିକା ଓ ସୁଧ କାରବାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ  ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଘଟଣା ସମ୍ପର୍କରେ ପୋଲିସ ସେମାନଙ୍କ ସଂପର୍କୀୟ ମାନଙ୍କୁ ମଧ୍ୟ ପଚରାଉଚୁରା କରୁଛି।

Related story