Advertisment

୨୪ ଘଣ୍ଟା ପାଇଁ ସମ୍ୱଲପୁର ଜିଲ୍ଲା ଶଟ୍‌ଡାଉନ୍‌

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲାକୁ ଆଜି ୨୪ ଘଣ୍ଟିଆ ଶଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ଶୁଭମ୍ ସକ୍ସେନା। ଏଥିପାଇଁ ସମସ୍ତ ଦୋକାନ ବଜାର  ବନ୍ଦ ରହିଛି। ଏଥିସହ ଯାନବାହନ ଚଳାଚଳକୁ ବାରଣ କରାଯାଇଛି। ଏନେଇ ଜିଲ୍ଲାପାଳ ଶୁଭମ୍ ସକ୍ସେନା କହିଛନ୍ତି,“କୋଭିଡ୍‌-୧୯ ସଂକ୍ରମଣ ପାଇଁ ଜୁଲାଇ ମାସ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆମ ସମସ୍ତଙ୍କୁ ଅଧିକ ସଚେତନ ରହିବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ସମ୍ୱଲୁପର ଜିଲ୍ଲାକୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଶଟ୍‌ଡାଉନ୍ ସମୟରେ କେବଳ ଜରୁରୀ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
୨୪ ଘଣ୍ଟା ପାଇଁ ସମ୍ୱଲପୁର ଜିଲ୍ଲା ଶଟ୍‌ଡାଉନ୍‌

sambalpur

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲାକୁ ଆଜି ୨୪ ଘଣ୍ଟିଆ ଶଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ଶୁଭମ୍ ସକ୍ସେନା। ଏଥିପାଇଁ ସମସ୍ତ ଦୋକାନ ବଜାର  ବନ୍ଦ ରହିଛି। ଏଥିସହ ଯାନବାହନ ଚଳାଚଳକୁ ବାରଣ କରାଯାଇଛି।

Advertisment

ଏନେଇ ଜିଲ୍ଲାପାଳ ଶୁଭମ୍ ସକ୍ସେନା କହିଛନ୍ତି,“କୋଭିଡ୍‌-୧୯ ସଂକ୍ରମଣ ପାଇଁ ଜୁଲାଇ ମାସ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆମ ସମସ୍ତଙ୍କୁ ଅଧିକ ସଚେତନ ରହିବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ସମ୍ୱଲୁପର ଜିଲ୍ଲାକୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଶଟ୍‌ଡାଉନ୍ ସମୟରେ କେବଳ ଜରୁରୀ କାଳୀନ ସେବା ଚାଲୁ ରହିବ। ଅତି ଦରକାର ନପଡ଼ିଲେ କେହି ବାହାରକୁ ବାହାରନ୍ତୁ ନାହିଁ। ସରକାରଙ୍କ ଗାଇଡ୍‌ଲାଇନ୍‌କୁ ପାଳନ କରନ୍ତୁ।”

ବୁର୍ଲା ଭିସୁଟ୍‌ରେ ୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେମାନେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ତେଣୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଗତକାଲିଠୁ  ବୁର୍ଲାରେ ୧୪୪ ଧାରା ଲାଗୁ କରାଯାଇଛି।  ତାହା ୮ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜିଲ୍ଲାରେ ପ୍ରଥମ ଥର ପାଇଁ ୪ଟି ଲୋକାଲ୍‌ କଣ୍ଟାକ୍ଟ‌ କେସ୍‌ ବାହାରିଥିବାରୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି।

Advertisment

ସମ୍ବଲପୁର ଜିଲ୍ଲାରେ ଏଯାବତ୍ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬ ଜଣ ସୁସ୍ଥ ହୋଇସାରିଛନ୍ତି। ବାକି ୩୪ ଜଣ ଚିକିତ୍ସାଧୀନ ଅଛନ୍ତି।