ସମ୍ୱଲପୁର ଗୁଳିକାଣ୍ଡ ଘଟଣାର ସପ୍ତାହେ ବିତିଲା : ଅଭିଯୁକ୍ତଙ୍କ ଟେର୍ ପାଉନି ପୋଲିସ

ସମ୍ୱଲପୁର: ସମ୍ୱଲପୁରର ବର୍ଷିଆନ ସିନେ ତାରକା ଶାନ୍ତି ସ୍ୱରୁପ ମିଶ୍ରଙ୍କ ଗୁଳିକାଣ୍ଡ ଘଟଣାକୁ ସପ୍ତାହେ ପୁରିଛି। କିନ୍ତୁ ଏଯାଏଁ ପୋଲିସ ଅଭିଯୁକ୍ତର ଟେର ପାଇନାହିଁ।ପୋଲିସର କହିବା ଅନୁସାରେ ୩ ଟି ସ୍ୱତନ୍ତ୍ର ଟିମ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ତଦନ୍ତ ଚଳାଇଛି। ଏହି ଘଟଣାରେ ବହୁ ଅପରାଧି ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ଜମିବାଡି ବିବାଦକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥାଇପାରେ ବୋଲି ସମ୍ୱଲପୁରର ଅତିରିକ୍ତ ଏସ.ପି ସୁଶିଳ କୁମାର ପାଣିଗ୍ରାହୀ କହିଛନ୍ତି। ଶାନ୍ତି ସ୍ୱରୁପଙ୍କ ଘର ପାଖରେ ଥିବା ଏକ କୋଚିଂ ସେଣ୍ଟରରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରାଯାଉଛି।

ଗତ ୧୪  ତାରିଖରେ ଗୁଳିକାଣ୍ଡରେ ଗୁରୁତର ହୋଇଥିବା ଶାନ୍ତି ସ୍ୱରୁପଙ୍କୁ କଟକ ବଡ ମେଡିକାଲରେ ଅସ୍ତ୍ରୋପଚାର କରାଯାଇ  ଗୁଳି ବାହାର କରାଯିବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି। ପୋଲିସ କଟକ ଯାଇ ତାଙ୍କ ବୟାନ ରେକର୍ଡ କରିଛି।

ଆହୁରି ପଢ଼ନ୍ତୁ

ଅଣପରିବହନ ଗାଡ଼ିକୁ ଭଡ଼ାରେ ଲଗାଉଛନ୍ତି, କଟିବ ଇ-ଚାଲାଣ

କରୋନା କବଳରେ ଶ୍ରୀମନ୍ଦିର ସେବାୟତ, କର୍ମଚାରୀ, ଆରମ୍ଭ ହେଲା ପ୍ରଶାସନିକ ତତ୍ପରତା

କରୋନା ଭୟ ଭିତରେ ଆଜିଠୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

ସରକାରୀ ଉପଯୋଗ ପାଇଁ ଘରୋଇ ଗାଡ଼ି ଭଡ଼ାରେ ନେବା ମନା

ଆସନ୍ତାକାଲିଠୁ ବିଧାନସଭା: ଆସିବ ୯ଟି ଅଧ୍ୟାଦେଶ ସମେତ ୧୬ ବିଲ୍‌

ନିର୍ବାଚନୀ ଲଲିପପ୍ : ତିର୍ତ୍ତୋଲରେ ବ୍ରିଜ୍ ଓ ବାଲେଶ୍ୱରରେ ଆଦର୍ଶ ବସ୍ତି କଲୋନୀର ଶିଳାନ୍ୟାସ

ବିଜେଡି ବିଧାୟକ ଦଳ ବୈଠକ: କେନ୍ଦ୍ରକୁ ବିରୋଧ ପାଇଁ ବି ଭୟ

ସୁସ୍ଥ ହେଲେ ୪୦୧୪

କଥା ହେଉଥିଲେ, ସ୍ୱାମୀ-ସ୍ତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

ସଫଳ ହୋଇଛି ପ୍ୟାରୀଙ୍କ ବିଦ୍ରୋହ!

ସୁପରସ୍ପ୍ରେଡର ହେଲେ ପର୍ଯ୍ୟଟନ ମନ୍ତ୍ରୀ,ବିପଦରେ ଅନେକଙ୍କ ଜୀବନ !

ନୂଆ ରାସ୍ତାରେ ପାଦ ଥାପିଲେ ବର୍ଷା