sambalpur
ସମ୍ୱଲପୁର: ସମ୍ୱଲପୁରର ବର୍ଷିଆନ ସିନେ ତାରକା ଶାନ୍ତି ସ୍ୱରୁପ ମିଶ୍ରଙ୍କ ଗୁଳିକାଣ୍ଡ ଘଟଣାକୁ ସପ୍ତାହେ ପୁରିଛି। କିନ୍ତୁ ଏଯାଏଁ ପୋଲିସ ଅଭିଯୁକ୍ତର ଟେର ପାଇନାହିଁ।ପୋଲିସର କହିବା ଅନୁସାରେ ୩ ଟି ସ୍ୱତନ୍ତ୍ର ଟିମ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ତଦନ୍ତ ଚଳାଇଛି। ଏହି ଘଟଣାରେ ବହୁ ଅପରାଧି ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ଜମିବାଡି ବିବାଦକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥାଇପାରେ ବୋଲି ସମ୍ୱଲପୁରର ଅତିରିକ୍ତ ଏସ.ପି ସୁଶିଳ କୁମାର ପାଣିଗ୍ରାହୀ କହିଛନ୍ତି। ଶାନ୍ତି ସ୍ୱରୁପଙ୍କ ଘର ପାଖରେ ଥିବା ଏକ କୋଚିଂ ସେଣ୍ଟରରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରାଯାଉଛି।
ଗତ ୧୪ ତାରିଖରେ ଗୁଳିକାଣ୍ଡରେ ଗୁରୁତର ହୋଇଥିବା ଶାନ୍ତି ସ୍ୱରୁପଙ୍କୁ କଟକ ବଡ ମେଡିକାଲରେ ଅସ୍ତ୍ରୋପଚାର କରାଯାଇ ଗୁଳି ବାହାର କରାଯିବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି। ପୋଲିସ କଟକ ଯାଇ ତାଙ୍କ ବୟାନ ରେକର୍ଡ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/sambalpur2.png)