Advertisment

ସମ୍ବଲପୁର ଗୁଳିମାଡ଼ ଘଟଣା:ପୋଲିସର ତନାଘନା ଜାରି

ସମ୍ବଲପୁର:ଗୁରୁବାର ରାତିରେ ସମ୍ୱଲପୁରରେ ବର୍ଷିଆନ ଅଭିନେତା ତଥା ସମ୍ୱଲପୁରର ବିଶିଷ୍ଟ ଆଇନଜୀବୀ ଶାନ୍ତିସ୍ୱରୂପ ମିଶ୍ର ଓ ତାଙ୍କ ବନ୍ଧୁ ନିତ୍ୟସୁନ୍ଦରଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ପୋଲିସ୍ ଏଯାଏଁ କୌଣସି ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହୋଇନି। ଶାନ୍ତିସ୍ୱରୂପଙ୍କ ଘର ପାଖରେ ଲାଗିଥିବା ଏକ ସିସିଟିଭି ଚିତ୍ରକୁ ଆଧାର କରି ଖୋଳତାଡ଼ ଜାରି ରଖିଛି। ସେପଟେ ଗୁରୁତର ଅବସ୍ଥାରେ ଶାନ୍ତିସ୍ୱରୂପଙ୍କ ଚିକିତ୍ସା କଟକ ବଡ଼ ମେଡିକାଲରେ ଚାଲିଛି। ସମ୍ୱଲପୁର ବୁଢ଼ାରଜା ଫ।ଟକ ନିକଟରେ ଥିବା ନିଜ ଘରେ ବନ୍ଧୁ […]

ଅଭିନେତା ଶାନ୍ତି ସ୍ୱରୂପଙ୍କୁ ଗୁଳିମାଡ ଘଟଣା: ପୋଲିସ ତଦନ୍ତ ଜାରି,ଜମିବାଡି ଗଣ୍ଡଗୋଳ ସନ୍ଦେହ

shantiswarupa

Advertisment

ସମ୍ବଲପୁର:ଗୁରୁବାର ରାତିରେ ସମ୍ୱଲପୁରରେ ବର୍ଷିଆନ ଅଭିନେତା ତଥା ସମ୍ୱଲପୁରର ବିଶିଷ୍ଟ ଆଇନଜୀବୀ ଶାନ୍ତିସ୍ୱରୂପ ମିଶ୍ର ଓ ତାଙ୍କ ବନ୍ଧୁ ନିତ୍ୟସୁନ୍ଦରଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ପୋଲିସ୍ ଏଯାଏଁ କୌଣସି ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହୋଇନି। ଶାନ୍ତିସ୍ୱରୂପଙ୍କ ଘର ପାଖରେ ଲାଗିଥିବା ଏକ ସିସିଟିଭି ଚିତ୍ରକୁ ଆଧାର କରି ଖୋଳତାଡ଼ ଜାରି ରଖିଛି। ସେପଟେ ଗୁରୁତର ଅବସ୍ଥାରେ ଶାନ୍ତିସ୍ୱରୂପଙ୍କ ଚିକିତ୍ସା କଟକ ବଡ଼ ମେଡିକାଲରେ ଚାଲିଛି। ସମ୍ୱଲପୁର ବୁଢ଼ାରଜା ଫ।ଟକ ନିକଟରେ ଥିବା ନିଜ ଘରେ ବନ୍ଧୁ ନିତ୍ୟସୁନ୍ଦରଙ୍କ ସହ ଶାନ୍ତିସ୍ୱରୂପ କଥା ହେଉଥିବାବେଳେ ଅତର୍କିତ ଭାବେ ଜଣେ ଯୁବକ ଘରେ ପଶି ଶାନ୍ତିସ୍ୱରୂପଙ୍କ ଉପରକୁ ୩ ରାଉଣ୍ଡ ଓ ନିତ୍ୟସୁନ୍ଦରଙ୍କ ଉପରକୁ ୧ ରାଉଣ୍ଡ ଗୁଳି ଚଳାଇ ଫେରାର ହେଇଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe