Advertisment

ଅଭିନେତା ଶାନ୍ତି ସ୍ୱରୂପଙ୍କୁ ଗୁଳିମାଡ ଘଟଣା: ପୋଲିସ ତଦନ୍ତ ଜାରି,ଜମିବାଡି ଗଣ୍ଡଗୋଳ ସନ୍ଦେହ

କଟକ: ବରିଷ୍ଠ ଅଭିନେତା ଶାନ୍ତି ସ୍ୱରୂପଙ୍କୁ ଅସ୍ତ୍ରୋପଚାର କରାଯାଇ ତାଙ୍କ ଛାତିରୁ ଗୋଟିଏ ଗୁଳି ବାହାର କରାଯାଇଛି। ଗତକାଲି ରାତିରେ ଗୁଳିମାଡରେ ଆହତ  ଶାନ୍ତି ସ୍ୱରୂପଙ୍କୁ ଆଜି କଟକ ସ୍ଥାନାନ୍ତର କରାଯାଇଥିଲା। ଏପଟେ ଶାନ୍ତି ସ୍ୱରୂପଙ୍କ ବନ୍ଧୁ ନିତ୍ୟସୁନ୍ଦର ପଟ୍ଟନାୟକଙ୍କ ଡାହାଣ କାନ୍ଧରେ ବାଜିଥିବା ଗୁଳି ବାହାର ଯାଇଛି। ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି  ସେ  ବୁର୍ଲା ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ଅଇଁଠାପାଲି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି। ତେବେ ଘର […]

author-image
Rakesh Mallick
ଅଦ୍ୟତନ ହୋଇଛି
ଅଭିନେତା ଶାନ୍ତି ସ୍ୱରୂପଙ୍କୁ ଗୁଳିମାଡ ଘଟଣା: ପୋଲିସ ତଦନ୍ତ ଜାରି,ଜମିବାଡି ଗଣ୍ଡଗୋଳ ସନ୍ଦେହ

shantiswarupa

କଟକ: ବରିଷ୍ଠ ଅଭିନେତା ଶାନ୍ତି ସ୍ୱରୂପଙ୍କୁ ଅସ୍ତ୍ରୋପଚାର କରାଯାଇ ତାଙ୍କ ଛାତିରୁ ଗୋଟିଏ ଗୁଳି ବାହାର କରାଯାଇଛି। ଗତକାଲି ରାତିରେ ଗୁଳିମାଡରେ ଆହତ  ଶାନ୍ତି ସ୍ୱରୂପଙ୍କୁ ଆଜି କଟକ ସ୍ଥାନାନ୍ତର କରାଯାଇଥିଲା। ଏପଟେ ଶାନ୍ତି ସ୍ୱରୂପଙ୍କ ବନ୍ଧୁ ନିତ୍ୟସୁନ୍ଦର ପଟ୍ଟନାୟକଙ୍କ ଡାହାଣ କାନ୍ଧରେ ବାଜିଥିବା ଗୁଳି ବାହାର ଯାଇଛି। ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି  ସେ  ବୁର୍ଲା ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ଅଇଁଠାପାଲି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି। ତେବେ ଘର ନିକଟରେ ଲାଗିଥିବା ଏକ ସି.ସି. ଟିଭି ଫୁଟେଜକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗୁଳିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲା ବେଳେ ଜମିବାଡି ଘଟଣାକୁ କେନ୍ଦ୍ରକରି ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି। ଗୁରୁବାର ରାତି ପ୍ରାୟ ସାଢେ ୯ଟା ବେଳେ ଶାନ୍ତି ସ୍ୱରୂପ ସମ୍ବଲପୁରର ବୁଢାରାଜା ଫାଟକ ଅଞ୍ଚଳରେ ଥିବା ଘରେ ବସି କଥା ହେଉଥିବା ବେଳେ ଜଣେ ଦୁର୍ବୃତ୍ତ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ୧୫ ସେକେଣ୍ଡ ଭିତରେ  ଶାନ୍ତି ସ୍ୱରୁପଙ୍କ ଉପରକୁ ୩ ରାଉଣ୍ଡ ଓ ତାଙ୍କ ସାଙ୍ଗ ନିତ୍ୟସୁନ୍ଦରଙ୍କ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା।

Advertisment

ଏହି ଘଟଣା ପରେ ସହରବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠଛି । ସମ୍ୱଲପୁର ସହରରେ ବ୍ୟାପକ ଚୋରା ବେଆଇନ ବନ୍ଧୁକ କାରବାର ଚାଲିଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ଓକିଲ ସଂଘ ସଭାପତି ପ୍ରମୋଦ ରଥ ।