Heat wave
ପଶ୍ଚିମରୁ ଦକ୍ଷିଣ। ଉପକୂଳରୁ ଉପାନ୍ତ, ସବୁଠି ତ୍ରାହି ତ୍ରାହି। ଖରା ଗରମ ସାଙ୍ଗକୁ ସାଙ୍ଘାତିକ ହେଉଛି ଗୁଳୁଗୁଳି। ସକାଳୁ ରାତି ଯାଏଁ କେତେବେଳେ ଗରମରୁ ନିସ୍ତାର ମିଳୁନି। ଟିକେ ବାହାରକୁ ବାହାରିଲେ ଅବସ୍ଥା ଅସମ୍ଭାଳ। ଆହୁରି ୫ ଦିନ ଏପରି ସ୍ଥିତି ସାରା ରାଜ୍ୟରେ ରହିବା ନେଇ ଚେତାବନୀ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଯଦିଓ ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଛି, ଉପକୂଳରେ କିନ୍ତୁ କଲବଲ କରୁଛି ହ୍ୟୁମିଡିଟି(ଆଦ୍ରତା)। ଦିନରେ ପ୍ରାୟ ୭୫ ପ୍ରତିଶତ ଆଦ୍ରତା ହେତୁ ଗୁଳୁଗୁଳି ଅସହ୍ୟ କରୁଛି। ପୁରୀ, ଗୋପାଳପୁର, ପାରାଦୀପ, ଭୁବନେଶ୍ୱର, ବାଲେଶ୍ୱର ପରି ସହରର ଆଦ୍ରତା ୭୫ ପ୍ରତିଶତରୁ ଉପରେ ରହୁଛି।
ସେପଟେ ଆଜି ରାଜ୍ୟର ୧୫ଟି ସହର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି। ଆଉ ସମ୍ୱଲପୁର ପାଲଟିଛି ଉତ୍ତପ୍ତ ସହର। ଏଠି ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହି ବୌଦ୍ଧରେ ୪୪.୨ ଡିଗ୍ରୀ, ବଲାଙ୍ଗିରରେ ୪୪.୦ ଡିଗ୍ରୀ, ନୂଆପଡ଼ାରେ ୪୪.୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୮ ଡିଗ୍ରୀ, ମାଲକାନଗିରିରେ ୪୩.୫ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ରାଉରକେଲାରେ ୪୩.୪ ଡିଗ୍ରୀ, ସୋନପୁରରେ ୪୩.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୮ ଡିଗ୍ରୀ, ଅନୁଗୋଳରେ ୪୨.୭ ଡିଗ୍ରୀ, ହୀରାକୁଦରେ ୪୨.୫ ଡିଗ୍ରୀ, ଭବାନୀପାଟଣାରେ ୪୨.୫ ଡିଗ୍ରୀ, ତାଳଚେରରେ ୪୨.୦ ଡିଗ୍ରୀ, ଦେବଗଡ଼ରେ ତାପମାତ୍ରା ୪୧.୦ ଡିଗ୍ରୀ ରେକର୍ଡ କରାଯାଇଛି।
ସେହପରି ବରଗଡ଼ରେ ୪୦.୮ ଡିଗ୍ରୀ, ନବରଙ୍ଗପୁରରେ ୪୦.୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୦.୦ ଡିଗ୍ରୀ, ନୟାଗଡ଼ରେ ୩୯.୫ ଡିଗ୍ରୀ, ରାୟଗଡ଼ାରେ ୩୯.୨ ଡିଗ୍ରୀ, ଢେଙ୍କାନାଳରେ ୩୮.୬ ଡିଗ୍ରୀ, ଭୁବନେଶ୍ୱରରେ ୩୮.୬ ଡିଗ୍ରୀ, କେନ୍ଦୁଝରରେ ୩୮.୪ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୮.୪ ଡିଗ୍ରୀ, ଯାଜପୁରରେ ୩୮.୨ ଡିଗ୍ରୀ, ଭଦ୍ରକରେ ୩୮.୦ ଡିଗ୍ରୀ, କଟକରେ ୩୮.୦ ଡିଗ୍ରୀ, ଚାନ୍ଦବାଲିରେ ୩୭.୯ ଡିଗ୍ରୀ, କୋରାପୁଟରେ ୩୭.୨ ଡିଗ୍ରୀ, ଜଗତସିଂହପୁରରେ ୩୬.୭ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୬.୫ ଡିଗ୍ରୀ, ଖୋର୍ଦ୍ଧାରେ ୩୬.୫ ଡିଗ୍ରୀ, ବାରିପଦାରେ ୩୬.୨ ଡିଗ୍ରୀ, ଫୁଲବାଣୀରେ ୩୬.୨ ଡିଗ୍ରୀ, ଗୋପାଳପୁରରେ ୩୫.୨ ଡିଗ୍ରୀ, ପାରାଦୀପରେ ୩୫.୦ ଡିଗ୍ରୀ, ଛତ୍ରପୁରରେ ୩୪.୦ ଡିଗ୍ରୀ, ପୁରୀରେ ୩୪.୦ ଡିଗ୍ରୀ ଓ ବାଲେଶ୍ୱରରେ ତାପମାତ୍ରା ୩୩.୭ ଡିଗ୍ରୀ ରେକର୍ଡ କରାଯାଇଛି।
ପାଣିପାଗ ବିଭାଗର ଚେତାବନୀ ଅନୁସାରେ ୨୦ ତାରିଖ ଯାଏଁ ତାତି କଲବଲ କରିବ। ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ବାୟୁ ପ୍ରଭାବରେ ତାତି ଅନୁଭୁତ ହେବ। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୫ ଡିଗ୍ରୀ କିମ୍ବା ସ୍ୱଭାବିକଠୁ ୩ରୁ ୫ ଡିଗ୍ରୀ ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଖରା ଓ ଗରମକୁ ନଜରରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ବାହାରକୁ ନବାହାରିବାକୁ ସତର୍କ କରାଇଛି ବିଭାଗ। ତେବେ ଉପକୂଳ ଜିଲ୍ଲାରେ ଆଗାମୀ ୩ ଦିନ ଯାଏଁ କାଳବୈଶାଖୀ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚିଳିକ ପାଣିପାଗ କେନ୍ଦ୍ର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Heat_wave_1681195461.jpg)