Advertisment

ତାତି ଆହୁରି ୫ ଦିନ କରିବ କଲବଲ; ଆଜି ସମ୍ୱଲପୁର ଉତ୍ତପ୍ତ ସହର

ଆଉ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ବଜ୍ରପାତ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ସେପଟେ ଆଜି ସମ୍ୱଲପୁର ପାଲଟିଛି ରାଜ୍ୟର ଉତ୍ତପ୍ତ ସହର।

author-image
Manoranjan Sial
Heat Wave

Heat Wave

ତାତି ଆହୁରି ୫ ଦିନ ଯାଏ ଲାଗି ରହିବ। ତାପମାତ୍ରାରେ ସେପରି କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାତି ଅଧିକ ରହିବ। ୪୨ ଡିଗ୍ରୀ କିମ୍ୱା ତା’ଠାରୁ ଅଧିକ ରହିବାର ସମ୍ଭାବନା ରହିଛି। ଆଉ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ବଜ୍ରପାତ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ସେପଟେ ଆଜି ସମ୍ୱଲପୁର ପାଲଟିଛି ରାଜ୍ୟର ଉତ୍ତପ୍ତ ସହର।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ସମ୍ୱଲପୁରରେ ୪୩.୩ ଡିଗ୍ରୀ, ହୀରାକୁଦରେ ୪୨.୮ ଡିଗ୍ରୀ, ବୌଦ୍ଧରେ ୪୨.୬ ଡିଗ୍ରୀ, ବଲାଙ୍ଗିରରେ ୪୨.୪ ଡିଗ୍ରୀ, ରାଉରକେଲାରେ ୪୨.୦ ଡିଗ୍ରୀ, ସୋନପୁରରେ ୪୧.୯ ଡିଗ୍ରୀ, ଟିଟିଲାଗଡରେ ୪୧.୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୪ ଡିଗ୍ରୀ, ଚାନ୍ଦବାଲିରେ ୪୧.୦ ଡିଗ୍ରୀ, ଭବାନୀପାଟଣାରେ ୪୦.୬ ଡିଗ୍ରୀ, ବାରିପଦାରେ ୪୦.୪ ଡିଗ୍ରୀ, ତାଳଚେରରେ ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଅନୁଗୋଳରେ ୩୯.୭ ଡିଗ୍ରୀ, ନୂଆପଡ଼ାରେ ୩୯.୭ ଡିଗ୍ରୀ, ଫୁଲବାଣୀରେ ୩୯.୭ ଡିଗ୍ରୀ, ଭୁବନେଶ୍ୱରରେ ୩୯.୫ ଡିଗ୍ରୀ, ଭଦ୍ରକରେ ୩୯.୪ ଡିଗ୍ରୀ, ମାଲକାନଗିରିରେ ୩୯.୨ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୯.୨ ଡିଗ୍ରୀ, ନୟାଗଡ଼ରେ ୩୯.୨ ଡିଗ୍ରୀ, ଯାଜପୁରରେ ୩୯.୦ ଡିଗ୍ରୀ, ଦେବଗଡ଼ରେ ୩୮.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୮.୦ ଡିଗ୍ରୀ, କୋରାପୁଟରେ ୩୮.୦ ଡିଗ୍ରୀ, ବାଲେଶ୍ୱରରେ ୩୮.୦ ଡିଗ୍ରୀ, କଟକରେ ୩୭.୫ ଡିଗ୍ରୀ, ଜଗତସିଂହପୁରରେ ୩୭.୫ ଡିଗ୍ରୀ, କେନ୍ଦୁଝରରେ ୩୭.୨ ଡିଗ୍ରୀ, ଢେଙ୍କାନାଳରେ ୩୭.୦ ଡିଗ୍ରୀ, ଖୋର୍ଦ୍ଧାରେ ୩୭.୦ ଡିଗ୍ରୀ, ଛତ୍ରପୁରରେ ୩୭.୦ ଡିଗ୍ରୀ, ରାୟଗଡ଼ାରେ ୩.୮ ଡିଗ୍ରୀ, ନବରଙ୍ଗପୁରରେ ୩.୦ ଡିଗ୍ରୀ, ପୁରୀରେ ୩୫.୨ ଡିଗ୍ରୀ, ପାରାଦୀପରେ ୩୪.୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୪.୫ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୩.୬ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment
Heat Wave Heat Wave In Odisha Weather Report