Advertisment

ସମ୍ବଲପୁର: ମନ୍ଦିର ପ୍ରବେଶ କଲେ ଦେବ ଦମ୍ପତ୍ତି

ସମ୍ବଲପୁର: ସମ୍ୱଲପୁର ଶୀତଳ ଷଷ୍ଠୀ ଯାତ୍ରାରେ ଗତକାଲି ବିଳମ୍ୱିତ ରାତିରେ ଯୁଗଳ ଦର୍ଶନ ଶୋଭାଯାତ୍ରାରେ ବାହାରିଥିବା ଦେବ ଦମ୍ପତ୍ତି ଆଜି ଭୋରରୁ ସାମୟିକ ବିରତି ନେଇଥିଲେ। ପୁଣି ସକାଳ  ପ୍ରାୟ ୯ଟାରୁ  ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଅପରାହ୍ଣ ୩ଟା ଯାଏ ଚାଲିଥିଲା ଯୁଗଳ ଦର୍ଶନ ଶୋଭାଯାତ୍ରା। ତା’ପରେ ଦେବ ଦମ୍ପତ୍ତି ପହଂଚିଥିଲେ ମନ୍ଦିର ପାଖରେ। ସଂଧ୍ୟାରେ ପାରମ୍ପରିକ ରୀତିନୀତିରେ ପୁଜାର୍ଚ୍ଚନା ପରେ ମନ୍ଦିର ପ୍ରବେଶ କରିଲେ ଦେବ ଦମ୍ପତ୍ତି। ଯୁଗଳ ଶୋଭାଯାତ୍ରା ପାଇଁ ଉତ୍ସବ […]

ଅଦ୍ୟତନ ହୋଇଛି
ସମ୍ବଲପୁର:  ମନ୍ଦିର ପ୍ରବେଶ କଲେ ଦେବ ଦମ୍ପତ୍ତି

sbpsobha

Advertisment

ସମ୍ବଲପୁର: ସମ୍ୱଲପୁର ଶୀତଳ ଷଷ୍ଠୀ ଯାତ୍ରାରେ ଗତକାଲି ବିଳମ୍ୱିତ ରାତିରେ ଯୁଗଳ ଦର୍ଶନ ଶୋଭାଯାତ୍ରାରେ ବାହାରିଥିବା ଦେବ ଦମ୍ପତ୍ତି ଆଜି ଭୋରରୁ ସାମୟିକ ବିରତି ନେଇଥିଲେ। ପୁଣି ସକାଳ  ପ୍ରାୟ ୯ଟାରୁ  ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଅପରାହ୍ଣ ୩ଟା ଯାଏ ଚାଲିଥିଲା ଯୁଗଳ ଦର୍ଶନ ଶୋଭାଯାତ୍ରା। ତା’ପରେ ଦେବ ଦମ୍ପତ୍ତି ପହଂଚିଥିଲେ ମନ୍ଦିର ପାଖରେ। ସଂଧ୍ୟାରେ ପାରମ୍ପରିକ ରୀତିନୀତିରେ ପୁଜାର୍ଚ୍ଚନା ପରେ ମନ୍ଦିର ପ୍ରବେଶ କରିଲେ ଦେବ ଦମ୍ପତ୍ତି। ଯୁଗଳ ଶୋଭାଯାତ୍ରା ପାଇଁ ଉତ୍ସବ ମୁଖର ହୋଇଉଠିଛି ସମ୍ୱଲପୁର ସହର।

Advertisment

ଗତକାଲି ରାତି ପ୍ରାୟ ୧୧ଟା ପରେ ବିଭିନ୍ନ ଶିବ ମନ୍ଦିରରୁ ଶିବ-ପାର୍ବତୀଙ୍କ ବିଶାଳ ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିଥିଲା। ପୂଜାର୍ଚ୍ଚନା ଓ ଆଳତୀ ପରେ ମଧ୍ୟରାତିରେ ହରପାର୍ବତୀଙ୍କୁ ବିଭିନ୍ନ ଅଳଙ୍କାରରେ ସଜା ଯାଇ ବିମାନରେ ବିଜେ କରାଯାଇଥିଲା। ମହାଦେବଙ୍କୁ ତାଙ୍କ ବାହନ ବୃଷଭ ଓ ମାତା ପାର୍ବତୀଙ୍କୁ ସିଂହ ଉପରେ ଆସୀନ କରାଯାଇଥିଲା। ନନ୍ଦପଡାର ବମବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ୱର ବାବାଙ୍କ ସମେତ ବଡ ବଜାର ଓ ଠାକୁରପଡା ସମେତ ବିଭିନ୍ନ ଶିବ ମନ୍ଦିରରୁ ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିଥିଲା। ପାରମ୍ପରିକ ଲୋକ ବାଦ୍ୟ, ନୃତ୍ୟ ଓ ଗୀତ ସାଙ୍ଗକୁ ଆଧୁନିକ ନାଚର ତାଳେ ତାଳେ ବାଜା,ବାଣ ରୋଷଣୀ ସହ ଶୋଭାଯାତ୍ରା ଆଗେଇ ଚାଲିଥିଲା। ବିଭିନ୍ନ ଘର ଓ ଛକ ମାନଙ୍କରେ ଯୁଗଳ ମୁର୍ତ୍ତିଙ୍କୁ ଶ୍ରଦ୍ଧାଳୁ ମାନେ  ଧୂପଦୀପ ଦେଇ ବନ୍ଦାପନା କରିବା ସହ ପୂଜାର୍ଚ୍ଚନା କରିଥିଲେ। ଧର୍ମ ବିଶ୍ୱାସ ରହିଛି ଯେ ହର ପାର୍ବତୀଙ୍କର ଏହି ଯୁଗଳ ବେଶ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହୁଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe