Advertisment

ସମ୍ବଲପୁର:ଲପଙ୍ଗା ପିଏନବିରୁ ୨ଲକ୍ଷ ଟଙ୍କା ଲୁଟ

ସମ୍ୱଲପୁର : ସମ୍ୱଲପୁର ଜିଲ୍ଲା ଠେଲକୁଲି ଥାନା ଅନ୍ତର୍ଗତ ଲପଙ୍ଗ। ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ଲୁଟ ଅଭିଯୋଗ ହୋଇଛି। ୪ଜଣ ଦୁର୍ବୃତ୍ତ ୨ ଲକ୍ଷ ୧୮ ହଜାର ଟଙ୍କ। ଲୁଟି ନେଇଥିବା ଅଭିଯୋଗ ହୋଇଛି। ସମ୍ୱଲପୁର ଏସ.ଡି.ପି.ଓ ଙ୍କ ସୂଚନା ଅନୁଯାୟୀ ଦୁର୍ବୃତ୍ତମାନେ ବ୍ୟାଙ୍କ ମଧ୍ୟକୁ ପଶିଆସି ମାରଣାସ୍ତ୍ର ଦେଖାଇ କର୍ମଚାରୀ ମାନଙ୍କୁ ଭୟଭୀତ କରାଇବା ସହ ଟଙ୍କ। ଲୁଟି ନେଇଯାଇଥିଲେ। ତେବେ ଯିବାବେଳେ ସେମାନେ ପ୍ରମାଣ ନଷ୍ଟ କରିବାକୁ ଯାଇ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ […]

ଅଦ୍ୟତନ ହୋଇଛି
ସମ୍ବଲପୁର:ଲପଙ୍ଗା ପିଏନବିରୁ ୨ଲକ୍ଷ ଟଙ୍କା ଲୁଟ

PNB

Advertisment

ସମ୍ୱଲପୁର : ସମ୍ୱଲପୁର ଜିଲ୍ଲା ଠେଲକୁଲି ଥାନା ଅନ୍ତର୍ଗତ ଲପଙ୍ଗ। ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ଲୁଟ ଅଭିଯୋଗ ହୋଇଛି। ୪ଜଣ ଦୁର୍ବୃତ୍ତ ୨ ଲକ୍ଷ ୧୮ ହଜାର ଟଙ୍କ। ଲୁଟି ନେଇଥିବା ଅଭିଯୋଗ ହୋଇଛି। ସମ୍ୱଲପୁର ଏସ.ଡି.ପି.ଓ ଙ୍କ ସୂଚନା ଅନୁଯାୟୀ ଦୁର୍ବୃତ୍ତମାନେ ବ୍ୟାଙ୍କ ମଧ୍ୟକୁ ପଶିଆସି ମାରଣାସ୍ତ୍ର ଦେଖାଇ କର୍ମଚାରୀ ମାନଙ୍କୁ ଭୟଭୀତ କରାଇବା ସହ ଟଙ୍କ। ଲୁଟି ନେଇଯାଇଥିଲେ। ତେବେ ଯିବାବେଳେ ସେମାନେ ପ୍ରମାଣ ନଷ୍ଟ କରିବାକୁ ଯାଇ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ରେକର୍ଡ କରି ରଖୁଥିବା ହାର୍ଡଡିକ୍ସକୁ ମଧ୍ୟ ନେଇ ଯାଇଛନ୍ତି ବୋଲି ପୋଲିସ ସୁଚନା ଦେଇଛି। ଦୁର୍ବୃତ୍ତମାନେ କୌଣସି ମୁଖା ପିନ୍ଧି ନ ଥିବାବେଳେ ହିନ୍ଦୀ ଏବଂ ଇଂରାଜୀ ଭାଷାରେ କଥା ହେଉଥିଲେ ବୋଲି ବ୍ୟାଙ୍କ କର୍ମଚାରୀ କହିଛନ୍ତି। ଘଟଣା ସ୍ଥଳରେ ପୋଲିସ  ପହଞ୍ଚି ଅନୁସନ୍ଧାନ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe