/odisha-reporter/media/post_attachments/uploads/2015/05/vlcsnap-2015-05-29-15h03m23s394.png)
coal
ସମ୍ବଲପୁର: ମହାନଦୀ କୋଲ ଫିଲଡ ପକ୍ଷରୁ ପ୍ରଥମ ଥର ପାଇଁ ଶୁକ୍ରବାର କୋଲ ବେନିଫିକେସନ ବ୍ୟବସ୍ଥାର ଆରମ୍ଭ କରାଯାଇଛି। ଏହାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ ଏମ.ସି.ଏଲର ସି.ଏମ.ଡି ଅନିମେଶ ନନ୍ଦନ ସହାୟ। ନୂଆ ବ୍ୟବସ୍ଥା ଦ୍ୱାରା କୋଇଲାରେ ଥିବା ପାଉଁଶକୁ ଧୋଇ ବ୍ୟବହାର ଉପଯୋଗୀ କରିବା ପାଇଁ ପ୍ରକ୍ରିୟାର ଇ.ଟେଣ୍ଡର ମାଧ୍ୟମରେ କରାଯିବ। ପୃଥିବୀର ଯେ କୌଣସି ସ୍ଥାନରୁ ଥାଇ ଆଗ୍ରହୀ ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ପାରିବେ। ଏହି ବ୍ୟବସ୍ଥାରେ ଉପଯୋଗ ହୋଇଥିବା ଏକ ସଫ୍ଟୱେୟାର ଦ୍ୱାରା ଏହି ପ୍ରକ୍ରିୟା ସମ୍ପାଦନ କରାଯିବ। ପୂରା ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କରାଯାଇପାରିବ ବୋଲି ସି.ଏମ.ଡି ଅନିମେଶ ନନ୍ଦନ ସହାୟ କହିଛନ୍ତି। ଏଥିପାଇଁ ପୂର୍ବରୁ ବର୍ଷ ବର୍ଷ ସମୟ ଲାଗୁଥିବା ବେଳେ,ଏବେ ୨ ମାସ ମଧ୍ୟରେ ତାହା ହୋଇପାରିବ। ଏହି ନୂଆ ବ୍ୟବସ୍ଥାର ଶୁଭାରମ୍ଭ ଅବସରରେ ଏମ.ସି.ଏଲର ବରିଷ୍ଠ ଅଧିକାରୀ ମାନେ ଯୋଗ ଉପସ୍ଥିତ ଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
