Advertisment

ମାଟି ତଳୁ ବାହାରିଲା ବିଡ଼ା ବିଡ଼ା ୫୦୦ ଟଙ୍କିଆ, ପୁଲିସ ଆବାକ୍‌

ସମ୍ବଲପୁର( ଓଡ଼ିଶା ରିପୋର୍ଟର): ପୁଲିସକୁ ଚକମା ଦେବା ପାଇଁ ଚୋରଙ୍କ ନୂଆ ଫଣ୍ଡା। ଚୋରି ଟଙ୍କା ଅଖା ଭିତରେ ପୁରାଇ ମାଟିତଳେ ପୋତି ଦେଲେ। ପୁଲିସ ମାଟି ଖୋଳି ବିଡ଼ାବିଡ଼ା ନୋଟ୍ ଜବତ କରିଛି। ଯାହା ଦେଖି ପୁଲିସ କର୍ମଚାରୀ ଆବାକ୍। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୩୨ ଲକ୍ଷ ଟଙ୍କା ଜବତ କରିଛି ପୁଲିସ୍। ଏହି ଟଙ୍କା ସମ୍ବଲପୁର ଜିଲ୍ଲାର ଏକ ହୋଟେଲରୁ ଚୋରି ହୋଇଥିବା ବେଳେ ଦେବଗଡ଼ ଜିଲ୍ଲାରୁ ଜବତ କରିଛି ପୁଲିସ। […]

author-image
Tapaswini Nayak
ଅଦ୍ୟତନ ହୋଇଛି
ମାଟି ତଳୁ ବାହାରିଲା ବିଡ଼ା ବିଡ଼ା ୫୦୦ ଟଙ୍କିଆ, ପୁଲିସ ଆବାକ୍‌

Sambalpur

ସମ୍ବଲପୁର( ଓଡ଼ିଶା ରିପୋର୍ଟର): ପୁଲିସକୁ ଚକମା ଦେବା ପାଇଁ ଚୋରଙ୍କ ନୂଆ ଫଣ୍ଡା। ଚୋରି ଟଙ୍କା ଅଖା ଭିତରେ ପୁରାଇ ମାଟିତଳେ ପୋତି ଦେଲେ। ପୁଲିସ ମାଟି ଖୋଳି ବିଡ଼ାବିଡ଼ା ନୋଟ୍ ଜବତ କରିଛି। ଯାହା ଦେଖି ପୁଲିସ କର୍ମଚାରୀ ଆବାକ୍। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୩୨ ଲକ୍ଷ ଟଙ୍କା ଜବତ କରିଛି ପୁଲିସ୍। ଏହି ଟଙ୍କା ସମ୍ବଲପୁର ଜିଲ୍ଲାର ଏକ ହୋଟେଲରୁ ଚୋରି ହୋଇଥିବା ବେଳେ ଦେବଗଡ଼ ଜିଲ୍ଲାରୁ ଜବତ କରିଛି ପୁଲିସ।

Advertisment

ଗତ ୧୬ ତାରିଖରେ ସମ୍ବଲପୁରର ଭିଏସ୍ଏସ୍ ମାର୍ଗ ସ୍ଥିତ ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ହୋଟେଲ ମାଲିକ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ହୋଟେଲର ପୂର୍ବତନ କର୍ମଚାରୀଙ୍କ ସହ ୪ ଜଣଙ୍କୁ  ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା କରିବା ପରେ ଦେବଗଡ଼ରେ ଏହି ଟଙ୍କା ମାଟି ତଳେ ଲୁଚାଇ ରଖିଥିବା ଅଭିଯୁକ୍ତମାନେ ପୁଲିସ ନିକଟରେ ମାନିଥିଲେ।

Advertisment

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ଖୋଳି ଅଖା ଭିତରୁ ୫୦୦ ଟଙ୍କିଆ ବିଡ଼ା ବିଡ଼ା ନୋଟ୍ ଜବତ କରିଛି। ଯାହା ୩୨ ଲକ୍ଷ ଟଙ୍କା ହେବ। ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ହୋଇଥିବା ବେଳେ ପୁଲିସ ହାତରେ ୩୨ ଲକ୍ଷ ଟଙ୍କା ଲାଗିଛି। ଅଭିଯୁକ୍ତମାନେ ଅବଶିଷ୍ଟ ଟଙ୍କାକୁ କେଉଁଠି ରଖିଲେ, ପୁଲିସ ତାର ତଦନ୍ତ କରୁଛି। ଏହି ଘଟଣା ବିଷୟରେ ସମ୍ବଲପୁର ଏସ୍‌ପି ଆଜି ସାମ୍ବାଦିକ ସମ୍ମିଳନୀରେ  ଅଧିକ ସୂଚନା ଦେବେ।

Black Money