Advertisment

ସମ୍ବଲପୁର: ରାମ୍ପରେ ଚାଲିଲେ କିନ୍ନର

ସମ୍ବଲପୁର: ସମ୍ୱଲପୁରରେ ମଙ୍ଗଳବାର ଦେଖିବାକୁ ମିଳିଥିଲା ଏକ ନିଆରା ଫେସନ ସୋ’। ଶୀତଳ ଷଷ୍ଠୀ ପୁର୍ବରୁ ଅନୁଷ୍ଠିତ ଏହି ଫେସନ୍ ସୋ‘ରେ ନେଇଥିଲେ ରାଜ୍ୟ ଓ ରାଜ୍ୟ ବାହାରର କିନ୍ନରମାନେ। ଭିନ୍ନ ଭିନ୍ନ ଡିଜାଇନର ପୋଷାକ ପିନ୍ଧି ରାମ୍ପରେ ଚାଲିଥିଲେ। ବିଭିନ୍ନ ରାଉଣ୍ଡରେ ବିଭିନ୍ନ ଅଙ୍ଗଭଙ୍ଗୀରେ ବିଭିନ୍ନ ପ୍ରକାରର ପୋଷାକ ପିନ୍ଧି ସେମାନେ ରାମ୍ପରେ ଚାଲିଥିଲେ। ସେମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ସୋ’ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ […]

ସମ୍ବଲପୁର: ରାମ୍ପରେ ଚାଲିଲେ କିନ୍ନର

kinner

Advertisment

ସମ୍ବଲପୁର: ସମ୍ୱଲପୁରରେ ମଙ୍ଗଳବାର ଦେଖିବାକୁ ମିଳିଥିଲା ଏକ ନିଆରା ଫେସନ ସୋ’। ଶୀତଳ ଷଷ୍ଠୀ ପୁର୍ବରୁ ଅନୁଷ୍ଠିତ ଏହି ଫେସନ୍ ସୋ‘ରେ ନେଇଥିଲେ ରାଜ୍ୟ ଓ ରାଜ୍ୟ ବାହାରର କିନ୍ନରମାନେ। ଭିନ୍ନ ଭିନ୍ନ ଡିଜାଇନର ପୋଷାକ ପିନ୍ଧି ରାମ୍ପରେ ଚାଲିଥିଲେ। ବିଭିନ୍ନ ରାଉଣ୍ଡରେ ବିଭିନ୍ନ ଅଙ୍ଗଭଙ୍ଗୀରେ ବିଭିନ୍ନ ପ୍ରକାରର ପୋଷାକ ପିନ୍ଧି ସେମାନେ ରାମ୍ପରେ ଚାଲିଥିଲେ। ସେମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ସୋ’ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା। ଖୁବ ମନ ଭରି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଦର୍ଶକମାନେ।

Advertisment

ସାଧାରଣ ମଣିଷ ଓ କିନ୍ନରମାନଙ୍କ ମଧ୍ୟରେ ରହିଥିବା ସାମାଜିକ ଦୁରତ୍ୱକୁ କମାଇବା ପାଇଁ ଆରମ୍ଭ ହୋଇଥିବା ଏହି ସୋ’ ଏଥର ତୃତୀୟ ବର୍ଷରେ  ପାଦ ଦେଇଛି ବୋଲି କହିଛନ୍ତି ବଡ଼ ବଜାର ଶୀତଳ ଷଷ୍ଠୀ ଯାତ୍ରା କମିଟି ସଭାପତି ସୁରେନ୍ଦ୍ର ମହାନ୍ତି। ଗତ ଦୁଇ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ଫେସନ ସୋକୁ ଅଧିକ ଦର୍ଶକୀୟ ଆଦର ମିଳିଥିଲା ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe