ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଜିଠୁ ୧୦ ଦିନ ପାଇଁ ସମ୍ବଲପୁର ଜିଲ୍ଲା ଶଟଡାଉନ୍ ରହିବ। କରୋନା ସଂକ୍ରମଣକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ୨୨ରୁ ୨୫ ତାରିଖ ଯାଏ ପ୍ରଥମ ଦଫା ଓ ୨୬ ରୁ ୩୧ ତାରିଖ ଦ୍ୱିତୀୟ ଦଫା ଶଟଡାଉନ୍ କରାଯିବ ।
ଶଟଡାଉନ୍ ସମୟରେ ଜିଲ୍ଲା ଭିତରେ ଗମନାଗମନ ସହ ଦୋକାନ ବଜାର ବନ୍ଦ ରହିବ । ଏଥିସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ ।
କିଛି ଦିନ ଭିତରେ ସମ୍ବଲପୁର ଜିଲ୍ଲାରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ଏହି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪ରେ ପହଞ୍ଚିଥିବା ବେଳେ ୧୧୨ ଜଣ ସୁସ୍ଥ ହେଲେଣି । ଆକ୍ଟିଭ କେସ୍ ହେଲା ୮୨ । ପରିସ୍ଥିତି ସଂଗୀନ ହେବା ଆଗରୁ ତାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାରେ ଶଟଡାଉନ୍ ଘୋଷଣା କରାଯାଇଛି ।