Advertisment

ସମ୍ବଲପୁର ଶୀତଳ ଷଷ୍ଠୀ: ସବୁ ପଡ଼ାରେ ଗୁଆଗୁଣ୍ଡା ସମ୍ପନ୍ନ

ସମ୍ୱଲପୁର: ରାତି ପାହିଲେ ଶୀତଳଷଷ୍ଠୀ। ଆଉ ସମ୍ୱଲପୁରର ପ୍ରସିଦ୍ଧ ପର୍ବ ଶୀତଳ ଷଷ୍ଠୀ ପାଇଁ ଗୁରୁବାର  ରାତିରେ ବିଭିନ୍ନ ପଡାରେ ଦେବ ନିମନ୍ତ୍ରଣ କାର୍ଯ୍ୟ ଗୁଆଗୁଣ୍ଡା ସମ୍ପନ୍ନ ହୋଇଛି। ଶିବାଳୟମାନଙ୍କରୁ ହନୁମାନ ମହାପ୍ରଭୁ ଶୋଭାଯାତ୍ରାରେ ବାହାରି ନିଉତା ନେଇ ସହରର ବିଭିନ୍ନ ମନ୍ଦିରକୁ ଯାଇଥିଲେ। ଗୁଆ, ହଳଦୀଗୁଣ୍ଡ ଦେଇ ଅନ୍ୟ ଦେବାଦେବୀଙ୍କୁ  ଶିବ ପାର୍ବତୀଙ୍କ ବିବାହରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ସହରର ଝାଡୁଆପଡା, ମୋଦିପଡ଼ା, ବଡ ବଜାର, ଠାକୁରପଡା, ବାଲିବନ୍ଧା, ମାନେଶ୍ୱର ଓ ବୁଢାରଜା ସମେତ […]

author-image
Rakesh Mallick
ସମ୍ବଲପୁର ଶୀତଳ ଷଷ୍ଠୀ: ସବୁ ପଡ଼ାରେ ଗୁଆଗୁଣ୍ଡା ସମ୍ପନ୍ନ

sbps

ସମ୍ୱଲପୁର: ରାତି ପାହିଲେ ଶୀତଳଷଷ୍ଠୀ। ଆଉ ସମ୍ୱଲପୁରର ପ୍ରସିଦ୍ଧ ପର୍ବ ଶୀତଳ ଷଷ୍ଠୀ ପାଇଁ ଗୁରୁବାର  ରାତିରେ ବିଭିନ୍ନ ପଡାରେ ଦେବ ନିମନ୍ତ୍ରଣ କାର୍ଯ୍ୟ ଗୁଆଗୁଣ୍ଡା ସମ୍ପନ୍ନ ହୋଇଛି। ଶିବାଳୟମାନଙ୍କରୁ ହନୁମାନ ମହାପ୍ରଭୁ ଶୋଭାଯାତ୍ରାରେ ବାହାରି ନିଉତା ନେଇ ସହରର ବିଭିନ୍ନ ମନ୍ଦିରକୁ ଯାଇଥିଲେ। ଗୁଆ, ହଳଦୀଗୁଣ୍ଡ ଦେଇ ଅନ୍ୟ ଦେବାଦେବୀଙ୍କୁ  ଶିବ ପାର୍ବତୀଙ୍କ ବିବାହରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ସହରର ଝାଡୁଆପଡା, ମୋଦିପଡ଼ା, ବଡ ବଜାର, ଠାକୁରପଡା, ବାଲିବନ୍ଧା, ମାନେଶ୍ୱର ଓ ବୁଢାରଜା ସମେତ ବିଭିନ୍ନ ଶିବାଳୟମାନଙ୍କରୁ ହନୁମାନ ମହାପ୍ରଭୁ ବାହାରିଥିଲେ ହନୁମାନ ନିଉତାରେ। ପଣ୍ଡିତ ମଣ୍ଡଳୀଙ୍କୁ  ସାଙ୍ଗରେ ଧରି ହନୁମାନ ମହାପ୍ରଭୁ ସହରର ଦେବଦେବୀ ମନ୍ଦିରମାନଙ୍କୁ ଯାଇ ଗୁଆ ଦେଇ ଶିବ-ପାର୍ବତୀଙ୍କ ବିବାହକୁ ନିମନ୍ତ୍ରଣ କରିଥିଲେ।

Advertisment