ଟ୍ରକ୍-କାର୍‌ ମୁହାଁମୁହିଁ ଧକ୍କା; ଚାଲିଗଲା ୨ ଜୀବନ

ରେଢାଖୋଲ (ରମାକାନ୍ତ ମହାନନ୍ଦ): ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅଧୀନ ଭୀମଖୋଜଠାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତାହତ ଓ ଗୁରୁତରମାନେ କାର୍‌ ଯାତ୍ରୀ ହୋଇଥିବା ବେଳେ ସେମାନଙ୍କ ଘର ବୁର୍ଲା ଅଞ୍ଚଳରେ ବୋଲି ଜଣାଯାଇଛି। ଆଜି  ବୁର୍ଲାରୁ ଏକ କାର୍‌ରେ ୪ ଜଣ ଅନୁଗୋଳ ଅଭିମୁଖେ ଯାଉଥିଲେ । […]

accident

Niharika Rout
  • Published: Tuesday, 19 April 2022
  • , Updated: 19 April 2022, 02:38 PM IST

ରେଢାଖୋଲ (ରମାକାନ୍ତ ମହାନନ୍ଦ): ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅଧୀନ ଭୀମଖୋଜଠାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତାହତ ଓ ଗୁରୁତରମାନେ କାର୍‌ ଯାତ୍ରୀ ହୋଇଥିବା ବେଳେ ସେମାନଙ୍କ ଘର ବୁର୍ଲା ଅଞ୍ଚଳରେ ବୋଲି ଜଣାଯାଇଛି।

ଆଜି  ବୁର୍ଲାରୁ ଏକ କାର୍‌ରେ ୪ ଜଣ ଅନୁଗୋଳ ଅଭିମୁଖେ ଯାଉଥିଲେ । କାର୍‌ଟି ଭୀମଖୋଜଠାରେ ୫୫ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା । ଏହାପରେ ଉଭୟ ଗାଡ଼ି ରାସ୍ତା ତଳକୁ ଖସି ଯାଇଥିଲେ।

ଖବର ପାଇ ଯୁଯୁମୁରା ପୁଲିସ୍‌  ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା । ଗୁରୁତରମାନଙ୍କୁ ବୁର୍ଲା ମେଡିକାଲ ପଠାଯାଇଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ଜଣାପଡିଛି।

Related story