Advertisment

ହାଇୱାକୁ ପିଟିଲା ହାଇୱା, ୨ ଡ୍ରାଇଭର ଗୁରୁତର

ଦୁଇଟି ହାଇୱାର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ ଡ୍ରାଇଭର ଗୁରୁତର ହୋଇଛନ୍ତି ।

author-image
Niharika Rout
Accident

Accident

ସମ୍ବଲପୁର ଜିଲ୍ଲା ଠେଲକୁଲି ଭୂଷଣ ଛକଠାରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ ହାଇୱା ରାସ୍ତା ଅପର ପାର୍ଶ୍ୱକୁ ମାଡ଼ି ଯାଇ ଆଉ ଏକ ହାଇୱାକୁ ପିଟିଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୨ ଡ୍ରାଇଭର ଗୁରୁତର ହୋଇଛନ୍ତି ।

Advertisment

ଗତ ରାତିରେ ଠେଲକୁଲି ଭୂଷଣ ଛକଠାରେ ୨ଟି ହାଇୱା ବିପରୀତ ଦିଗରୁ ଆସୁଥିଲେ। ଏହି ସମୟରେ ସମ୍ବଲପୁରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ଏକ ହାଇୱା ଭାରସାମ୍ୟ ହରାଇ ରାସ୍ତା ଅପର ପାର୍ଶ୍ୱକୁ ମାଡ଼ି ଯାଇଥିଲା। ଏହି ସମୟରେ ବିପରୀତ ଦିଗରେ ଆସୁଥିବା ଏକ ହାଇୱା ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଜୋର୍‌ ହୋଇଥିଲା ଯେ, ଗୋଟିଏ ହାଇୱା ଓଲଟି ପଡ଼ିଛି। ଏଥିସହ ୨ଟି ହାଇୱାର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

ଏହି ସମୟରେ ଗାଡ଼ି ଭିତରେ ୨ ଡ୍ରାଇଭର ଚାପି ହୋଇ ରହି ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ତୁରନ୍ତ ୨ ଡ୍ରାଇଭରଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ପଠାଇଛନ୍ତି ।

Advertisment

ଦୁର୍ଘଟଣା ଯୋଗୁ ଭୂଷଣ ଛକଠାରେ କିଛି ସମୟ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପୁଲିସ୍‌ ପହଞ୍ଚି ଏହାକୁ ସ୍ୱାଭାବିକ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Accident