Advertisment

ଦୁଇ ମେଡ଼ିକାଲ୍‌ କଲେଜ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, କିଛି ଛାତ୍ର ଆହତ

ବୁର୍ଲା ଭୀମସାର୍‌ରେ ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ (ୟୁଫୋରିଆ) ଆୟୋଜିତ ହୋଇଥିଲା। ଏଥିରେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଛାତ୍ରମାନେ ଯୋଗଦେଇଥିଲେ।

ଅଦ୍ୟତନ ହୋଇଛି
VIMSAR

VIMSAR

Advertisment

ଦୁଇ ମେଡ଼ିକାଲ୍‌ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବୁର୍ଲା ଭୀମସାର୍‌ରେ ଗଣ୍ଡଗୋଳ ଘଟିଛି। ଭୀମସାର ଓ ବ୍ରହ୍ମପୁର ଏମ୍‌କେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ରୁ ୬ ଜଣ ମେଡ଼ିକାଲ୍‌ ଛାତ୍ର ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Advertisment

ମିଳିଥିବା ସୂଚନା ଅନୁସାରେ ବୁର୍ଲା ଭୀମସାର୍‌ରେ ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ (ୟୁଫୋରିଆ) ଆୟୋଜନ ହେଉଛି। ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ୟୁଫୋରିଆ ଚାଲିବାର ଥିଲା। ତା’ପୂର୍ବରୁ ଆୟୋଜନ ହେବାକୁ ଥିବା କ୍ରୀଡ଼ାରେ ଭାଗ ନେବା ପାଇଁ ପ୍ରଥମ ବ୍ୟାଚ୍‌ରେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରୁ ୭୦ ଛାତ୍ର ଏକ ବସ୍‌ରେ ବୁର୍ଲା ଯାଇଥିଲେ। ବସ୍‌ଟି ସେଠାରେ ପହଞ୍ଚିବା ପରେ ଭୀମସାର୍‌ ମେଡ଼ିକାଲ୍‌ କଲେଜର ଛାତ୍ରଛାତ୍ରୀମାନେ ୱେଲ୍‌କମ୍ ନାଁରେ ବସ୍‌ ଉପରକୁ ଫାୟାର ଏକ୍ସଟିଂଗୁଇସ ଫିଙ୍ଗିଥିଲେ।

ଫାୟାର ଏକ୍ସଟିଂଗୁଇସଟି ବସ୍‌ ଭିତରେ ପଡ଼ି ଗ୍ୟାସ୍‌ ନିର୍ଗତ ହୋଇଥିଲା। ଫାୟାର ଏକ୍ସଟିଂଗୁଇସରୁ ନିର୍ଗତ ଗ୍ୟାସ୍‌ ସଂସ୍ପର୍ଶରେ ଆସି ୬ ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଭୀମ୍‌ସାର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ଭିତରୁ ଜଣେ ଛାତ୍ର ଗୁରୁତର ଥିବା ଜଣାପଡ଼ିଛି। ଏହି ଖବର ପ୍ରକାଶ ପାଇବା ପରେ ଏମ୍‌କେସିଜିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୟୁଫୋରିଆରେ ଭାଗ ନେବା ପାଇଁ ଯାଇଥିବା ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଥିବା ମେଡ଼ିକାଲ୍‌ ସୂତ୍ରରୁ ଜଣାପଡ଼ିଛି। 

Advertisment

ଛାତ୍ର ଗଣ୍ଡଗୋଳ ସଂପର୍କରେ କିଛି ଜାଣି ନଥିବା କହିଲେ ଭୀମସାର୍‌ ଅଧୀକ୍ଷକ।

MKCG Ganjam VIMSAR Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe