Advertisment

ଦୁଇ ମାସ ପରେ ଜେଲରୁ ମୁକୁଳିଲେ ୨୯ ଆଇନଜୀବୀ

ଗତକାଲି ହାଇକୋର୍ଟରୁ ଜାମିନ ପାଇବା ପରେ ସେମାନେ ଜେଲରୁ ବାହାରି ପାରିଛନ୍ତି।

lawyers

lawyers

Advertisment

ଦୀର୍ଘ ପ୍ରାୟ ୨ ମାସ ଜେଲରେ ରହିବା ପରେ ସମ୍ବଲପୁର ଜେଲରୁ ବାହାରିଲେ ଗିରଫ ଆଇନଜୀବୀ। ଗତକାଲି ହାଇକୋର୍ଟରୁ ଜାମିନ ପାଇବା ପରେ ସେମାନେ ଜେଲରୁ ବାହାରି ପାରିଛନ୍ତି। ଗତ ଡିସେମ୍ବର ୧୨ ତାରିଖରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ଓ କୋର୍ଟରେ ଭଂଗାରୁଜା ମାମଲାରେ ସେମାନେ ଗିରଫ ହୋଇଥିଲେ। ଏହି ମାମଲାରେ ୨୯ ଜଣ ଆଇନଜୀବୀ ଓ ଅନ୍ୟଜଣେ ଅଣ ଆଇନଜୀବୀଙ୍କୁ ମିଶାଇ ମୋଟ ୩୦ ଜଣଙ୍କୁ ଗିରଫ କରାଯାଇଥିଲା।

Advertisment

ପରେ ସେମାନଙ୍କୁ ବେଲ୍‌ରେ ଜେଲରୁ ମୁକାଳିବା ନିମନ୍ତେ ସମ୍ବଲପୁର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ ହୋଇଥିଲା। ହେଲେ ଏସ୍‌ଡିଜେଏମ୍‌ ବେଲ ଦେବାକୁ ମନା କରିବା ପରେ ଜିଲ୍ଲା ଦୌରାଜଜଙ୍କ ନିକଟେ ଏହି ଆବେଦନ ପହଞ୍ଚିଥିଲା। ଜିଲ୍ଲା ଦୌରାଜଜ୍ ମଧ୍ୟ ଜାମିନ ଦେବାକୁ ମନା କରିଦେବାରୁ ଘଟଣା ହାଇକୋର୍ଟରେ ପହଞ୍ଚିଥିଲା। ଆଇନଜୀବୀଙ୍କୁ ବେଲ ଦେବା ନିମନ୍ତେ କିଛି ଆଇନଜୀବୀ ହାଇକୋର୍ଟ ପରିସରରେ ଅନଶନ କରିଥିଲେ। ପରେ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଗତକାଲି ହାଇକୋର୍ଟ ୨୯ ଜଣ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ୍ ଦେବାକୁ ନିର୍ଦ୍ଦେଶ ଜାରି କରିଥିଲେ।

ସର୍ତ୍ତଗୁଡ଼ିକ ମଧ୍ୟରେ ଏହି ଆଇନଜୀବୀଙ୍କୁ ରାଲି ବା ଧାରଣା ନ କରିବାକୁ, ଗଣମାଧ୍ୟମ ବା ସୋସିଆଲ ମିଡିଆରେ ବୟନବାଜୀ ନ କରିବାକୁ କୁହାଯାଇଛି। ସର୍ତ୍ତ ପୂରଣ କରିବାକୁ ନେଇ ସର୍ବୋଚ୍ଚ ଅଦାଲତରେ ସେମାନଙ୍କୁ ଅଣ୍ଡର ଟେକିଂ ଦେବାକୁ କୁହାଯାଇଥିଲା। ଏହି ସର୍ତ୍ତ ପୂରଣ କରିବା ପରେ ଆଜି ସେମାନେ ଜେଲ୍‌ରୁ ବାହାରି ପାରିଛନ୍ତି।

Advertisment

ସୂଚନା ଥାଉଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆଇନଜୀବୀଙ୍କ ସମେତ ସିଭିଲ୍‌ ସୋସାଇଟିମାନେ ସାମିଲ ହୋଇଥିଲେ। ଏହି ସମୟରେ ଜିଲ୍ଲାଜଜ୍ କୋର୍ଟରେ ଅଭାବନୀୟକାଣ୍ଡ ଘଟିଥିଲା। ଆନ୍ଦୋଳନକାରୀ କୋର୍ଟ ପରିସରରେ ଭଙ୍ଗା ରୁଜା କରିଥିଲେ। ସେପଟେ ଆନ୍ଦୋଳନ ବନ୍ଦ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଅଣଦେଖା କରାଯାଇଥିଲା। ଯାହାକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା। ଯାହାପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଗିରଫଦାରି ଆରମ୍ଭ କରିଥିଲା।

ତେବେ ଗିରଫ ଆଇନଜୀବୀମାନେ ଜେଲରୁ ମୁକୁଳିବା ପରେ ସେମାନେ ମହକିଲଙ୍କ ପାଇଁ ଲଢ଼ୁଥିବା ମାମଲାଗୁଡ଼ିକ ପୁଣି ଚାଲିବ ବୋଲି ଆଶା ପ୍ରକାଶ ପାଇଛି। ସେହିପରି ଦୀର୍ଘ ୨ ମାସ ପରେ ଓକିଲମାନେ ଘରକୁ ଫେରିଥିବାରୁ ସେମାନଙ୍କ ପରିବାର ଲୋକେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି।

Strike High Court Bench
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe