Advertisment

ଜମୁଛି ଶୀତଳ ଷଷ୍ଠୀ, ୪୪ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ

ସହରରେ ୪୪ ପ୍ଲାଟୁନ ଫୋର୍ସ ମୁତୟନ ସହ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ଲାଗି ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି। ବୁଧବାର ୪୧ ଜଣ ଅଟକ ହୋଇଥିଲେ।

author-image
Manoranjan Sial
Sambalpur

Sambalpur

ସମ୍ବଲପୁରରେ ଶୀତଳ ଷଷ୍ଠୀ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରରେ ବିଭିନ୍ନ ସ୍ଥାନରେ ନାକାବନ୍ଦି କରିଛି ପୁଲିସ। ବୁଧବାରଠାରୁ ନାକାବନ୍ଦି କରାଯାଇଥିବା ବେଳେ ଆଜି ଆଉ ୩ଟି ସ୍ଥାନରେ ବଢ଼ାଇ ମୋଟ୍‌ ୨୬ଟି ସ୍ଥାନରେ ନାକାବନ୍ଦି କରାଯାଇଛି। ସହରରେ ୪୪ ପ୍ଲାଟୁନ ଫୋର୍ସ ମୁତୟନ ସହ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ଲାଗି ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି। ବୁଧବାର ୪୧ ଜଣ ଅଟକ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ପାଖରୁ ଛୁରୀ ଜବତ କରିଥିଲା ପୁଲିସ। ସେହିପରି ୩୧ ଜଣଙ୍କୁ ତାଗିଦ କରାଯିବା ସହ ପିଆର ବଣ୍ଡରେ ଛାଡ଼ିଥିଲା। ଏନେଇ ୫ଟି ମାମଲା ରୁଜୁ ହୋଇଛି ବୋଲି ସମ୍ୱଲପୁର ଏସ୍‌ପି କହିଛନ୍ତି।

Advertisment

ସେପଟେ ଶୀତଳ ଷଷ୍ଠୀ ଅବସରରେ ସରିଛି ଦେବଦମ୍ପତିଙ୍କ ବିବାହ। ବିବାହ ରିତିନୀତି ସମ୍ପନ୍ନ ପରେ କନ୍ୟା ମାତାପିତା ମାଆ ପାର୍ବତୀଙ୍କୁ ବିଦାୟ ଦେଉଛନ୍ତି। ବିଳମ୍ବିତ ରାତିରେ ହେବ ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା କରାଯିବ। ବାଜାବାଣ ରୋଷଣୀରେ ଦେବ ଦମ୍ପତି ସୁସଜ୍ଜିତ ବିମାନରେ ବସି ସହର ପରିକ୍ରମା କରିବେ। ଗତକାଲି ବିଳମ୍ବିତ ରାତିରେ ପାରମ୍ପରିକ ରୀତିନୀତି ସହ ବେଦୀରେ ପଣ୍ଡିତଙ୍କର ମନ୍ତ୍ର ଉଚ୍ଚାରଣରେ ଦେବ ଦମ୍ପତିଙ୍କର ବାହାଘର ସରିଛି।

Sambalpur Sital Sasthi