Advertisment

ହୀରାକୁଦ ଜଳଭଣ୍ଡାରରେ ଆଜି ଖୋଲିବ ୧୦ଟି ଗେଟ୍‌

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ହୀରାକୁଦ ଜଳଭଣ୍ଡାରର ଖୋଲିବ ୧୦ଟି ଗେଟ୍‌। ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ହୀରାକୁଦର ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ।  ଆଜି ଦିନ ୧୧ଟା ୩୦ ପରେ ପର୍ଯ୍ୟାୟ କ୍ରମେ ୫ଟି ଗେଟ୍ ଖୋଲାଯିବ। ପରେ ପୁଣି ଆଉ ୫ଟି ଗେଟ୍ ଖୋଲିବାର ଯୋଜନା ରହିଥିବା ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି।  ଗେଟ୍ ଖୋଲିବା ଲାଗି […]

author-image
Tapaswini Nayak
ଅଦ୍ୟତନ ହୋଇଛି
ହୀରାକୁଦ ଜଳଭଣ୍ଡାରରେ ଆଜି ଖୋଲିବ ୧୦ଟି ଗେଟ୍‌

samblpur

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ହୀରାକୁଦ ଜଳଭଣ୍ଡାରର ଖୋଲିବ ୧୦ଟି ଗେଟ୍‌। ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ହୀରାକୁଦର ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ।  ଆଜି ଦିନ ୧୧ଟା ୩୦ ପରେ ପର୍ଯ୍ୟାୟ କ୍ରମେ ୫ଟି ଗେଟ୍ ଖୋଲାଯିବ। ପରେ ପୁଣି ଆଉ ୫ଟି ଗେଟ୍ ଖୋଲିବାର ଯୋଜନା ରହିଥିବା ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି।  ଗେଟ୍ ଖୋଲିବା ଲାଗି ସକାଳ ୯ଟା ୩୦ରୁ ସାଇରନ୍ ବାଜିବା ଆରମ୍ଭ ହୋଇଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Advertisment

ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି, ମହାନଦୀ ଉପମୁଣ୍ଡରେ ବର୍ଷାର ପରିମାଣ ବଢ଼ିଥିବାରୁ ସରାଡିହରେ ସକାଳ ୬ଟା ସୁଦ୍ଧା ୪ଲକ୍ଷ କ୍ୟୁସେକ୍‌ ଜଳ ଜଳଭଣ୍ଡାର ମଧ୍ୟକୁ ଆସିଛି। ତାକୁ ଦୃଷ୍ଟିରେ ରଖି ଆଜିଠାରୁ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବା ଆରମ୍ଭ କରିବୁ। ଆଜି ପ୍ରଥମ ପର୍ଯ୍ୟାୟ ୫ଟି ଗେଟ୍‌ ଖୋଲିବୁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବି ୫ଟି ଗେଟ୍‌ ଖୋଲିବୁ। ମୋଟ ଉପରେ ୧୦ଟି ଗେଟ୍‌ ହୀରାକୁଦ ଜଳଭଣ୍ଡାରରୁ ଖୋଲାଯିବ। ପରେ ଜଳସ୍ତର ଦେଖି ହୀରାକୁଦ ଜଳଭଣ୍ଡାରରେ ଗେଟ୍‌ ଗୁଡ଼ିକ ଖୋଲାଯିବ।

ସୂଚନାଯୋଗ୍ୟ,  କିଛି ଦିନ ତଳେ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବାରୁ  ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଏହାସହ କେତେକ ସ୍ଥାନରେ ଭୂସ୍ଖଳନ ହେବା ସହ ବିଜ୍ର ଓ ରାସ୍ତା ମଧ୍ୟ ଧୋଇଯାଇଥିଲା। ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯିବା ସହ ପନିପରିବା ଠାରୁ ଆରମ୍ଭ କରି ଧାନ ଫସଲ ମଧ୍ୟ ନଷ୍ଟ ହୋଇଯାଇଥିଲା।

Advertisment