Advertisment

ପ୍ରଥମ ଦେଖା ହେଲା ଶେଷ ଦେଖା, ବୁର୍ଲା ପାୱାର ଚ୍ୟାନେଲରେ ଭାସିଗଲେ ଯୁବତୀ

ଯୁବକ ଜଣକ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ମହାନଦୀକୁ ଡେଇଁ ପଡ଼ିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ।

ଅଦ୍ୟତନ ହୋଇଛି
Missing

Missing

Advertisment

ପ୍ରଥମ ଥର ପ୍ରେମିକକୁ ଦେଖା କରିବା ପାଇଁ ବେଶ ଖୁସିରେ ଝିଅଟି ଘରୁ ବାହାରି ଆସିଥିଲା। ପ୍ରେମିକକୁ ପ୍ରଥମ ଥର ପାଇଁ ଦେଖା କରି ବହୁତ ଖୁସି ମଧ୍ୟ ଥିଲା। ହେଲେ ଏହି ଖୁସି ବେଶୀ ସମୟ ରହି ନଥିଲା। ଗୋଟିଏ ସେକେଣ୍ଡରେ ପାଣି ଫୋଟକା ପରି ମେଳାଇ ଯାଇଥିଲା। ଯେପରି ସେମାନଙ୍କ ସଂପର୍କ ଉପରେ କାହାର ନଜର ଲାଗିଯାଇଥିଲା। ଦୁଇ ପ୍ରେମ ପକ୍ଷୀ ବୁର୍ଲା ପାୱାର ଚ୍ୟାନେଲର ସାଇଫନରେ ବସି କଥା ହେଉଥିବା ବେଳେ ହଠାତ୍ ଉଚ୍ଚ ଚାପରେ ଜଳ ନିଷ୍କାସନ ହୋଇଥିଲା। ଯୁବତୀ ଜଣଙ୍କ ଭାରସାମ୍ୟ ହରାଇ ବୁର୍ଲା ପାୱାର ଚ୍ୟାନେଲରେ ଖସିପଡ଼ି ନିଖୋଜ ହୋଇଯାଇଥିଲେ।

Advertisment

ଏପର୍ଯ୍ୟନ୍ତ ଯୁବତୀଙ୍କର କୌଣସି ପତ୍ତା ମିଳିନାହିଁ। ଆଜି ସକାଳେ ମଧ୍ୟ ଅଗ୍ନିଶମବାହିନୀ ଯୁବତୀଙ୍କୁ ଖୋଜାଖୋଜି କରୁଛନ୍ତି। ଯୁବତୀଙ୍କ ଘର ଝାରସୁଗୁଡ଼ା ଜିଲ୍ଲାରେ। ସେ ରାଉରକେଲାରେ BBA  ପଢୁଥିଲେ।

ସୂଚନା ଅନୁସାରେ, ସୋଶାଲ ମିଡିଆରେ ଆରମ୍ଭ ହୋଇଥିଲା ନିଖୋଜ ଯୁବତୀର ପ୍ରେମ ସଂପର୍କ। ପରସ୍ପର କେହି କାହାକୁ ଦେଖି ନଥିଲେ। ଗତକାଲି ସେମାନେ ପରସ୍ପର ପରସ୍ପର ଉଭୟଙ୍କୁ ଦେଖା କରିବା ପାଇଁ ବୁର୍ଲା ପାୱାର ଚ୍ୟାନେଲ ନିକଟକୁ ଆସିଥିଲେ। ବୁର୍ଲା ପାୱାର ଚ୍ୟାନେଲରେ ସାଇଫନ ତଳେ ବସି ଉଭୟ କଥା ହେଉଥିଲା ହଠାତ ସାଇଫନରୁ ଉଚ୍ଚ ଚାପରେ ଜଳ ନିଷ୍କାସନ ହୋଇଥିଲା। ଯୁବତୀ ଜଣଙ୍କ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ି ଭାସି ଯାଇଥିଲେ।

Advertisment

ଯୁବକ ଜଣକ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ମହାନଦୀକୁ ଡେଇଁ ପଡ଼ିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଯୁବକଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯୁବତୀ ଜଣଙ୍କ ନିଖୋଜ ଅଛନ୍ତି। ଗତକାଲି ରାତି ହୋଇଯିବାରୁ ଅନ୍ଧାରରେ ଖୋଜିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଷ୍ଟକର ହୋଇଥିଲା। ଆଜି ସକାଳେ ନିଖୋଜ ଯୁବତୀଙ୍କୁ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରୁଛନ୍ତି।

Odisha Police Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe