Advertisment

ନିଜେ ନିଜର ଅପହରଣ ନାଟକ ରଚିଥିଲା, ଗିରଫ ହୋଇ ଜେଲ୍‌ ଗଲା

ପରିବାର ଲୋକଙ୍କୁ ବିଭିନ୍ନ ଫୋନ୍‌ରୁ ବିଭିନ୍ନ ସ୍ଥାନରୁ ଫୋନ୍‌ କରି ଅପହରଣ ନାଟକ ରଚିଥିଲା। ଆଉ ମୁକୁଳିବା ପାଇଁ ୩ ଲକ୍ଷ ଟଙ୍କା ମାଗିଥିଲା। ପୁଅ ଅପହରଣ ହୋଇଥିବା ଜାଣି ପରିବାର ଲୋକଙ୍କ ଅକଲ ଗୁଡ଼ୁମ୍‌ ହୋଇଯାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Sambalpur

Sambalpur

ନିଜେ ନିଜର ଅପହରଣ ନାଟକ ରଚିଥିଲା। ଋଣ ଯନ୍ତାରୁ ମୁକ୍ତି ପାଇବା ପାଇଁ ଫୋନ୍‌ କରି ପରିବାର ଲୋକଙ୍କୁ ୩ ଲକ୍ଷ ଟଙ୍କା ଯୋଗାଡ କରିବାକୁ ବାଧ୍ୟ କରିଥିଲା। ପରେ ସେହି ଜାଲରେ ଫସି ଜେଲ୍‌ ଗଲା ଯୁବକ। ଏପରି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲାରୁ।

Advertisment

ନାକଟିଦେଉଳ ଥାନା ସାହେବୀ ଗାଁର ସତ୍ୟ ନାରାୟଣ ସାହୁ। ପେଶାରେ ଜଣେ କୁକୁଡ଼ା ବ୍ୟବସାୟୀ। ନିଜର ଗୋଟିଏ କୁକୁଡା ଫାର୍ମ କରିଥିଲା। ଏଥିପାଇଁ ସେ ବହୁ ଧାର ଉଧାର କରିଥିଲା। ଠିକ୍‌ରେ ବ୍ୟବସାୟ ହେଉନଥିବାରୁ ଋଣରେ ବୁଡ଼ି ଯାଇଥିଲା। ଋଣ ଯନ୍ତାରୁ ମୁକୁଳିବା ପାଇଁ କୌଣସି ଉପାୟ ନ ପାଇ ସେ ଜାନୁଆରୀ ୩୧ ତାରିଖରେ ଅପହରଣ ହେବାର ନାଟକ ରଚିଥିଲା।

ସତ୍ୟନାରାୟଣ ପ୍ରଥମେ ଘରୁ ପଳାଇ ଯାଇଥିଲା। ପରେ ପରିବାର ଲୋକଙ୍କୁ ବିଭିନ୍ନ ଫୋନ୍‌ରୁ ବିଭିନ୍ନ ସ୍ଥାନରୁ ଫୋନ୍‌ କରି ଅପହରଣ ନାଟକ ରଚିଥିଲା। ଆଉ ମୁକୁଳିବା ପାଇଁ ୩ ଲକ୍ଷ ଟଙ୍କା ମାଗିଥିଲା। ପୁଅ ଅପହରଣ ହୋଇଥିବା ଜାଣି ପରିବାର ଲୋକଙ୍କ ଅକଲ ଗୁଡ଼ୁମ୍‌ ହୋଇଯାଇଥିଲା। ଘରର ରୋଜଗାରିଆ ପୁଅକୁ ମୁକୁଳାଇବା ପାଇଁ ପରିବାର ଲୋକେ ଉଦ୍ୟମ ଆରମ୍ଭ କରିଥିଲେ।

Advertisment

ପରିବାର ଲୋକେ ନାକଟିଦେଉଳ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍‌ ତତ୍ପର ହୋଇଥିଲା। ସେଥିପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ପୁଲିସ୍‌ ପ୍ରଥମେ ପରିବାର ଲୋକଙ୍କ ପାଖକୁ ଆସିଥିବା ଫୋନ୍‌ କଲ୍‌କୁ ଟ୍ରାକ୍‌ କରିଥିଲା। ତା’ପରେ ପୁଲିସ୍‌କୁ ଲୋକେସନ୍‌ ମିଳିଥିଲା।

ଲୋକେସନ୍‌ ମୁତାବକ ଆଜି ପୁଲିସ୍‌ ରାଜଧାନୀ ଭୁବନେଶ୍ଵରରେ ପହଞ୍ଚିଥିଲା। ତା’ପରେ ପୁଲିସ୍‌ ଖୋଜି ଖୋଜି ସତ୍ୟନାରାୟଣଙ୍କ ପାଖରେ ପହଞ୍ଚିଥିଲା। ତାଙ୍କୁ ପଚରାଉଚରା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ବୋଲି ସୂଚନା ଦେଇଛନ୍ତି ନାକଟିଦେଉଳ ଥାନା ଅଧିକାରୀ କୃପାସିନ୍ଧୁ ବାଘ। ପୁଲିସ ମାମଲା ରୁଜୁ କରି ସତ୍ୟନାରାୟଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରିପୋର୍ଟ- ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ

Sambalpur Crime