Advertisment

କାର୍ ପଛରେ ଲାଗିଛି ‘ମୁଁ ଡାକ୍ତର, ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ମୋତେ ଅଟକାଇ ପାରିବେ’

ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ୧ ଟଙ୍କିଆ କ୍ଲିନିକକୁ ପୂରିଛି ୨ ବର୍ଷ। ଏହି ଅବସରରେ ସେ ଆଜି ଠାରୁ ତାଙ୍କର ବ୍ୟକ୍ତିଗତ କାରକୁ କୁଷ୍ଠରୋଗୀଙ୍କ ଡାକ୍ତରଖାନା ଯାତାୟତ ଓ ସାଧାରଣ ଲୋକଙ୍କ ସହଯୋଗ ପାଇଁ ପ୍ରଦାନ କରିଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Doctor

Doctor

‘ମୁଁ ଡାକ୍ତର, ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ମୋଟେ ଅଟକାଇ ପାରିବେ’। ଡାକ୍ତରଙ୍କ କାର ପଛରେ ଲାଗିଛି ଏହି ନୋଟିସ୍। ଏହି ଡାକ୍ତର ଜଣକ ହେଲେ ଚର୍ଚ୍ଚାରେ ଥିବା ବୁର୍ଲା ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ। ତାଙ୍କ ୧ ଟଙ୍କିଆ କ୍ଲିନିକକୁ ପୂରିଛି ୨ ବର୍ଷ। ଏହି ଅବସରରେ ସେ ଆଜି ଠାରୁ ତାଙ୍କର ବ୍ୟକ୍ତିଗତ କାରକୁ କୁଷ୍ଠରୋଗୀଙ୍କ ଡାକ୍ତରଖାନା ଯାତାୟତ ଓ ସାଧାରଣ ଲୋକଙ୍କ ସହଯୋଗ ପାଇଁ ପ୍ରଦାନ କରିଛନ୍ତି। ଏନେଇ ସେ ନିଜ କାର ପଛରେ ମଧ୍ୟ ଏ ବାବଦରେ ଲେଖିଛନ୍ତି। ଯାହା ପୁଣି ଚର୍ଚ୍ଚାକୁ ଆସିଛି।

Advertisment

ଏକ ଟଙ୍କିଆ କ୍ଲିନିକ ଆରମ୍ଭ ହେବା ପର ଠାରୁ ଏଯାଏ ସେ ପ୍ରାୟ ୪୦ ହଜାରରୁ ଅଧିକ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଦେଇ ସାରିଥିବା କହିଛନ୍ତି। ସେ ପୂର୍ବରୁ ବୁର୍ଲାରେ ଥିବା କୁଷ୍ଠ କଲୋନୀକୁ ପୋଷ୍ୟ କଲୋନୀ ଭାବେ ଗ୍ରହଣ କରିଛନ୍ତି। ସେଠାରୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସୁଥିବା ରୋଗୀମାନଙ୍କ ପାଇଁ ସେ ତାଙ୍କ କାରକୁ ଆଜିଠାରୁ ଉତ୍ସର୍ଗ କରିଛନ୍ତି।

ଏହି ଅବସରରେ ଜଗତମଙ୍ଗଳ ନିମନ୍ତେ ପୂଜାର୍ଚ୍ଚନା କରିବା ସହ କିଛି କୁଷ୍ଠ ରୋଗୀଙ୍କୁ ଆଶାବାଡି ପ୍ରଦାନ କରିଥିଲେ।

Advertisment

ଡାକ୍ତର ଶଙ୍କର ରାମଚନ୍ଦାନୀ କହିଛନ୍ତି, ଗରିବ ଓ ଅସହାୟ ଲୋକଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ଏହି ୧ ଟଙ୍କିଆ କ୍ଲିନିକ୍ ସ୍ଥାପନ କରିଥିଲି। ପରେ ୧ ଟଙ୍କିଆ ମେଡିସିନ୍ ଓ ୧ ଟଙ୍କିଆ ରହଣି ବ୍ୟବସ୍ଥା କରିଥିଲି। ଦୁଇବର୍ଷ ଭିତରେ ୪୦ ହଜାର ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଦେଇପାରିଛି। ଯେହେତୁ ଏକ କୁଷ୍ଠ କଲୋନୀକୁ ପୋଷ୍ୟ ଭାବେ ଗ୍ରହଣ କରିଛି, ସେଠାର ବାସିନ୍ଦାଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ଆସିବାରେ ଅସୁବିଧା ହେଉଥିବା ଜାଣିବାକୁ ପାଇଥିଲି। ଅଟୋରେ ଆସିବା ବେଳେ ଖର୍ଚ୍ଚାନ୍ତ ହେଉଥିବା ସେମାନଙ୍କ ଠାରୁ ଶୁଣିବାକୁ ପାଇଥିଲି। ତେଣୁ ସେମାନଙ୍କର ସେବା ନିମନ୍ତେ ନିଜ କାରକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।

Doctorଡାକ୍ତର ତାଙ୍କ କାର୍‌କୁ କୁଷ୍ଠ ରୋଗୀଙ୍କ ବ୍ୟବହାର ନିମନ୍ତେ ଉତ୍ସର୍ଗ କରୁଛନ୍ତି।

ସେ ସୂଚନା ଦେଇଛନ୍ତି। କେନ୍ଦ୍ରପଡ଼ା ଓ ପଦ୍ମପୁରରେ ୧ ଟଙ୍କିଆ କ୍ଲିନିକ୍ ଚାଲୁଛି। ଏହି କ୍ଲିନିକ୍ ଚଲାଇବା ନିମନ୍ତେ ତାଙ୍କ ନିକଟରେ ଡାକ୍ତରୀ ପାଠପଢ଼ୁଥିବା କିଛି ଛାତ୍ର ମଧ୍ୟ ସହଯୋଗ କରୁଛନ୍ତି। ପ୍ରତ୍ୟେକ ଡାକ୍ତର ଯଦି ଗରିବ ରୋଗୀଙ୍କ ନିମନ୍ତେ ଏଭଳି ସହଯୋଗ ମନୋଭାବ ଦେଖାଇବେ ତେବେ ୧ ଟଙ୍କିଆ କ୍ଲିନିକ୍‌ର ଉଦ୍ଦେଶ୍ୟ ସାଧିତ ହେବ।

Doctor Carଡାକ୍ତରଙ୍କ କାର୍‌ ପଛରେ ଲାଗିଥିବା ସୂଚନା।
People's Doctor