Advertisment

କାରଖାନାରୁ ନିର୍ଗତ ହେଲା ଧଳା ପାଉଁଶ, ପୂରା ଗାଁ ଧୂଆଁ ଧୂଆଁ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଘର, ବାରଣ୍ଡା, ଛାତ ଯୁଆଡ଼େ ଦେଖିବ ସିଆଡ଼େ ପାଉଁଶର ଆସ୍ତରଣ। ସମ୍ବଲପୁର ଠେଲକୋଲି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଥିବା JSW -ଭୂଷଣ କମ୍ପାନିର ଧଳା ପାଉଁଶ ଯୋଗୁଁ ଲୋକଙ୍କ ଘରେ ଏଭଳି ପାଉଁଶର ମୋଟା ଆସ୍ତରଣ ଦେଖାଦେଇଛି। କାରଖାନାରୁ ଅସ୍ୱାଭାବିକ ଭାବେ ମାତ୍ରାଧିକ ପାଉଁଶ ଓ ଧୂଳି ଗୁଣ୍ଡ ବାହାରି ପାଖରେ ଥିବା ଆରଆର୍ କଲୋନୀରେ ପଡିବା ଯୋଗୁଁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କାରଖାନାରୁ ନିର୍ଗତ ହେଲା ଧଳା ପାଉଁଶ, ପୂରା ଗାଁ ଧୂଆଁ ଧୂଆଁ

SMBL

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଘର, ବାରଣ୍ଡା, ଛାତ ଯୁଆଡ଼େ ଦେଖିବ ସିଆଡ଼େ ପାଉଁଶର ଆସ୍ତରଣ। ସମ୍ବଲପୁର ଠେଲକୋଲି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଥିବା JSW -ଭୂଷଣ କମ୍ପାନିର ଧଳା ପାଉଁଶ ଯୋଗୁଁ ଲୋକଙ୍କ ଘରେ ଏଭଳି ପାଉଁଶର ମୋଟା ଆସ୍ତରଣ ଦେଖାଦେଇଛି।

Advertisment

କାରଖାନାରୁ ଅସ୍ୱାଭାବିକ ଭାବେ ମାତ୍ରାଧିକ ପାଉଁଶ ଓ ଧୂଳି ଗୁଣ୍ଡ ବାହାରି ପାଖରେ ଥିବା ଆରଆର୍ କଲୋନୀରେ ପଡିବା ଯୋଗୁଁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତକାଲି ରାତିରେ ଏହି ଘଟଣା ଘଟିବା ପରେ ଲୋକେ ରାତିରେ କାରଖାନା ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ।

ମଝିରେ ମଝିରେ ସାମାନ୍ୟ ପବନ ହେଲେ ସ୍ଥାନୀୟ ଅଞ୍ଚଳ ଧଳା ଧୂଆଁରେ ପରିଣତ ହୋଇଥିଲା। ଗାଁ ଦାଣ୍ଡରେ ଏତେ ପରିମାଣରେ ଧଳା ପାଉଁଶ ପଡିଥିଲା ଯେ ପାଣି ଢାଳିଲେ ତାହା ସ୍ପଷ୍ଟ ବାରି ହୋଇ ପଡୁଥିଲା। ଏପରିକି ନିଶ୍ୱାସ ନେଲାବେଳେ ସମସ୍ୟା ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ହଠାତ୍ ପ୍ରଚୁର ପରିମାଣରେ ଧଳା ପାଉଁଶ ଆସ୍ତରଣ କାରଣରୁ ଲୋକେ ଖାଇବାପିଇବା ମଧ୍ୟ କରିପାରିନଥିଲେ। ଆଉ ଲୋକେ ରାତିରେ କାରଖାନା ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଥିଲେ। ଆଜି ସକାଳେ ମଧ୍ୟ ଲୋକେ ଧାରଣାରେ ବସିଥିଲେ।

Advertisment

ଅନ୍ୟପକ୍ଷରେ କାରଖାନାର କିଛିଦିନ ହେଲା କେତେକ ୟୁନିଟ୍ ଅଚଳ ପଡିଥିବା ବେଳେ ଗତକାଲି ସଚଳ କଲାବେଳେ ପ୍ରବଳ ଧୂଳି ପାଉଁଶ ନିର୍ଗତ ହୋଇଥିବା କମ୍ପାନୀ ଅଧିକାରୀ କହିଛନ୍ତି। ତେବେ ଆଜି କମ୍ପାନୀ କର୍ତ୍ତୃପକ୍ଷ ଲୋକଙ୍କ ସହ ଆଲୋଚନା କରିବା ପରେ ସବୁକିଛି ସ୍ୱାଭାବିକ ହୋଇଛି। କମ୍ପାନୀର ପ୍ରାଶାସନିକ ଉପାଧ୍ୟକ୍ଷଙ୍କ କହିବା ଅନୁସାରେ, ଘଣ୍ଟାଟିଏ ପାଇଁ ଏ ସମସ୍ୟା ଦେଖା ଦେଇଥିଲା। ପାଉଁଶ ଉଡ଼ି ଲୋକଙ୍କ ଘରେ ପଶିଥିଲା। ତେବେ ସାଙ୍ଗେସାଙ୍ଗେ ଏହାକୁ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଥିଲା। ଏହାସହ ପାଉଁଶ ସଫା କରିବା ଲାଗି ପ୍ରତିଶ୍ରୁତି ଦିଆଯିବାରୁ ପରିସ୍ଥିତି ସ୍ୱାଭାବିକ ହୋଇଛି।